Posted inଖେଳ

ବାୟୋ ବବଲ ଅଧିକ ସୁରକ୍ଷିତ : ଏମ୍‌ଆଇ ଖେଳାଳି

ମୁମ୍ବାଇ,୨୬।୪ : ଅଷ୍ଟ୍ରେଲିଆର ୩ ଖେଳାଳି ଭାରତରେ ବଢ଼ୁଥିବା ସଂକ୍ରମଣ ହାର ଭୟରେ ଆଇପିଏଲରୁ ଓହରି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଘରକୁ ଫେରିବାଠାରୁ ବାୟୋ ବବଲରେ ଅଧିକ ସୁରକ୍ଷିତ ଅନୁଭବ କରୁଥିବା କହିଛନ୍ତି ଅଷ୍ଟ୍ରଲିଆନ ପେସର ନାଥନ କୁଲ୍ଟର-ନାଇଲ।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ନିଜ ଦେଶରେ ଲକଡ୍‌ ଆଉଟ୍‌ ହେବା ଭୟରେ ରାଜସ୍ଥାନର ଆଣ୍ଡ୍ର୍ୟୁ ଟାଇ ଆଇପିଏଲରେ ଓହରି ଯାଇଛନ୍ତି। ତାଙ୍କ ପରେ ସମାନ କାରଣ ଦର୍ଶାଇ ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୁଇ ଖେଳାଳି କେନ ରିଚାର୍ଡସନ ଓ ଆଡମ ଝାମ୍ପା।

ପ୍ରତ୍ୟେକଙ୍କ ବ୍ୟକ୍ତିଗତ ମତାମତ ଅଛି ଓ ସେମାନଙ୍କ ପରିସ୍ଥିତି ମଧ୍ୟ ଭିନ୍ନ ହୋଇପାରେ। ଅଷ୍ଟ୍ରେଲିଆର ୩ ଖେଳାଳି ଘରକୁ ଫେରୁଥିବା ଖବର ମୋତେ ଚକିତ କରିଛି। ମାତ୍ର ଘରେ ରହିବା ବଦଳରେ ବାୟୋ ବବଲ ମୋ ମତରେ ବେଶ୍‌ ସୁରକ୍ଷିତ। ଖେଳାଳିଙ୍କ ସେମେତ ହୋଟେଲ ଷ୍ଟାଫ, ଲଣ୍ଡ୍ରି, କ୍ଲିନର, ପ୍ରତ୍ୟେକଙ୍କ ଦିନକୁ ୩ ଥର କୋଭିଡ୍‌ ଟେଷ୍ଟ କରାଯାଉଛି। ଏହା ଠାରୁ ଅଧିକ ସୁରକ୍ଷା ଅନ୍ୟ କୌଣସି ସ୍ଥାନରେ ମିଳିବ ନାହିଁ। ଆମକୁ ଘରକୁ ଫେରିବା ଲାଗି ଦୁବାଇରେ ଦୁଇ ସପ୍ତାହ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। କିନ୍ତୁ ମୁଁ ନିଶ୍ଚିତ ଯେ, ଏହାର ସମାଧାନ ହୋଇଯିବ ବୋଲି ୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ବୋଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି...

କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି…

ମୁମ୍ବାଇ, ୧୦ା୫: ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ନିଷ୍ପତ୍ତି ସିଲେକ୍ସନ କମିଟି ଚେୟାରମ୍ୟାନ ଅଜିତ ଅଗରକର ଏକାକୀ...

ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ।...

ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…

ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ...

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri