Posted inଖେଳ

ଆଇପିଏଲ୍‌: ଦଳ ଚୟନ ନେଇ ପଣ୍ଟିଂଙ୍କ ଆଗରେ ଚ୍ୟାଲେଞ୍ଜ

ଦୁବାଇ,୧୪।୯ (ପି.ଟି): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲଈ କ୍ୟାପିଟାଲ୍ଟ କୋଚ୍‌ ରିକି ପଣ୍ଟିଂଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାନେ ଓ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏକାଠି ଦଳରେ ସାମିଲ କରିବା ନେଇ ସେ ସମସ୍ୟାରେ ପଡିବେ। ଘରୋଇ ଗ୍ରାଉଣ୍ଡ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯାଇଥିଲା। କୋଭିଡ୍‌-୧୯ ମହାମାରୀ କାରଣରୁ ଆଇପିଏଲ୍‌ ଭାରତରୁ ୟୁଏଇକୁ ସ୍ଥାନାନ୍ତର ହୋଇଛି। ତେଣୁ ପଣ୍ଟିଂଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।
ଦିଲ୍ଲୀ କ୍ୟାପିଟାଲ୍ସରେ ପୃଥ୍ବୀ ଶ, ଶ୍ରେୟାସ ଆୟର, ରିଷଭ ପନ୍ତ, ଶିଖର ଧାଓ୍ବନଙ୍କ ଭଳି ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ସେହିପରି ଅଭିଜ୍ଞ ସ୍ପିନର ଅମିତ ମିଶ୍ରା, ଅକ୍ଷର ପଟେଲ ମଧ୍ୟ ଦଳରେ ରହିଛନ୍ତି। ସେପ୍ଟେମ୍ବର ୨୦ ତାରିଖରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବ। ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍‌ରେ ଅଶ୍ୱିନଙ୍କୁ ଖେଳାଯିବା ନଶ୍ଚିତ ମନେ ହେଉଛି।
ସେହିପରି ରାହାନେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୨୦ରୁ କମ୍‌ ଥିବାରୁ ସେ ଟପ୍‌ ଅର୍ଡରରେ ଖେଳିବାର ସମ୍ଭାବନା ରହିଛି। ଧାଓ୍ବନ ଓ ପୃଥ୍ବୀ ଓପନିଂ କରିବେ। ତେଣୁ ପଣ୍ଟିଂ ରାହାନେଙ୍କୁ ୩ ନମ୍ବରରେ ବ୍ୟାଟିଂ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ଶ୍ରେୟାସ ଆୟର ଓ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମିଡିଲ ଅର୍ଡରରେ ବ୍ୟାଟିଂ କରିବେ। ଓ୍ବେଷ୍ଟଇଣ୍ଡିଜର ସିମରନ ହେଟମେୟର ୬ ନମ୍ବରରେ ବ୍ୟାଟିଂ କରିବେ। ତେବେ ୭ ନମ୍ବରେ ଖେଳିବାକୁ ଦୁଇଜଣ ଅଲରାଉଣ୍ଡର ଦଳରେ ରହିଛନ୍ତି। ସେମାନେ ହେଲେ କିମୋ ପଲ ଓ ମାର୍କସ ଷ୍ଟୋଇନିସ୍‌। ଉଭୟ ଲମ୍ବା ଛକା ମାରିବାର କ୍ଷମତା ରଖନ୍ତି।
ଟପ୍‌ ଅର୍ଡରରେ ପାର୍ଟ ଟାଇମ୍‌ ସ୍ପିନର ନ ଥିବାରୁ ବାମହାତୀ ସ୍ପିନର ଅକ୍ଷର ଓ ଦିଲ୍ଲୀ ଅଲରାଉଣ୍ଡର ଲଳିତ ଯାଦବଙ୍କୁ ଖେଳାଇବାର ସମ୍ଭାବନା ରହିଛି। ଲଳିତ ଭଲ ଅଫ୍‌ ସ୍ପିନ୍‌ ବୋଲିଂ କରିପାରିନ୍ତି। ୮ ନମ୍ବରରେ ଅଶ୍ୱିନ୍‌ ଖେଳିବା ନିଶ୍ଚିତ। ଏହାପରେ ଅନ୍ୟ ୩ ବୋଲର ଖେଳିବେ। ୯ ନମ୍ବରରେ ମିଶ୍ରା, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ୧୦ ନମ୍ବରରେ ଖେଳିବେ। ଅଭିଜ୍ଞତା ଦୃଷ୍ଟିକୋଣୁ ଈଶାନ୍ତ ୧୧ ନମ୍ବରରେ ଖେଳିବେ। ତେବେ ବିଗ୍‌ ବାସ ଲିଗ୍‌ ସର୍ବାଧିକ ଉଇକେଟ ହାସଲ କାରି ଡାନିଏଲ ସାମ୍ସ ଓ ଯୁବ ଦକ୍ଷିଣ ଆଫ୍ରିକା ବୋଲର ଅନରିଚ ନୋର୍ଜ ମଧ୍ୟ ଦଳରେ ରହିଛନ୍ତି। ଏହି ଦୁଇ ଖେଳାଳି ୧୧ ନମ୍ବରରେ ବ୍ୟାଟିଂ କରିପାରିବେ। ୟୁଏଇର ୩ଟି ଗ୍ରାଉଣ୍ଡର ପିଚ୍‌ ତଥା ଉଇକେଟକୁ ଲକ୍ଷ୍ୟ କରି ଆମେ ଅନ୍ତିମ ଦଳ ଚୟନ କରିବୁ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୟାଲେଣ୍ଟ ସ୍କାଉଟ୍‌ ହେଡ ବିଜୟ ଦାହିୟା କହିଛନ୍ତି। ଦଳରେ ଈଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ଦ୍ରୁତ ବୋଲର ରହିଛନ୍ତି। ଟପ୍‌ ଅର୍ଡର ମଧ୍ୟ ଭଲ ରହିଛି। ଦଳରେ ଶ୍ରେଷ୍ଠ ୪ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ। ତେଣୁ ଏକ ଶ୍ରେଷ୍ଠ ଦଳ ନେଇ ଆମେ ପଡିଆକୁ ଓହ୍ଲାଇବୁ ବୋଲି ଦାହିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri