ଏମ୍‌ଏସ୍‌ଏମ୍‌ଇକୁ ୧.୧୮ ଲକ୍ଷ କୋଟିର ସହାୟତା

ନୂଆଦିଲ୍ଲୀ, ୧୪।୯: ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ୍‌)ରେ ଦେଶର ୨୫ ଲକ୍ଷ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ୧.୧୮ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି। ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ଏହି ବର୍ଗରେ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ। ମୋଟ ୪୨ ଲକ୍ଷ କ୍ଷୁଦ୍ର ଶିଳ୍ପ ଲାଗି ୧.୬୩ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। କୋଭିଡ ଦ୍ୱାରା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇକୁ ସହାୟତା କରିବାକୁ ସରକାର ଏଭଳି ଘୋଷଣା କରିଥିଲେ। ସେପ୍ଟେମ୍ବର ୧୦ ସୁଦ୍ଧା ୨୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧.୧୮ ଲକ୍ଷ କୋଟି ଋଣ ଯୋଗାଇ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସୀତାରାମନ ରବିବାର ସୂଚନା ଦେଇ କହିଛନ୍ତି, ନ୍ୟାଶନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ପକ୍ଷରୁ କୃଷକଙ୍କ ଲାଗି ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ଜରୁରିକାଳୀନ ପରିଚାଳନା ପୁଞ୍ଜି ବାବଦ ଏଭଳି ଅର୍ଥ ପ୍ରଦାନ କରାଯାଉଛି। ଏହା ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୫ ହଜାର କୋଟି ଟଙ୍କା ଦିଆଯାଇଛି। ସେହିଭଳି ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି(ଏସ୍‌ଏଲ୍‌ଏଫ୍‌)ରେ ନାବାର୍ଡକୁ ବଳକା ୫ ହଜାର କୋଟି ଟଙ୍କା ମିଳିଛି। ଏହା ଏନ୍‌ବିଏଫ୍‌ସି ଏବଂ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏ ନେଇ ଶୀଘ୍ର ଗାଇଡ ଲାଇନ ଜାରି କରାଯିବ।
ସେହିଭଳି ପାର୍ସିଆଲ କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ୨.୦ରେ ବର୍ତ୍ତମାନ ୨୫,୦୫୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଅତିରିକ୍ତ ୪,୩୬୭ କୋଟି ଟଙ୍କା ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହାବାଦ ସେପ୍ଟେମ୍ବର ୮ ସୁଦ୍ଧା ୨୭.୫୫ ଲକ୍ଷ ଟିକସଦାତାଙ୍କୁ ୧.୦୧ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଦିଆଯାଇଛି। ସେହିଭଳି ଚାପରେ ରହିଥିବା ଏନ୍‌ବିଏଫ୍‌ସି ଏବଂ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନଗୁଡିକୁ ୧୦,୫୯୦ କୋଟି ଟଙ୍କା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ ଇସିଏଲ୍‌ଜିଏସ୍‌କୁ କେନ୍ଦ୍ର କ୍ୟାବିନେଟ ମେ ୨୦ରେ ମଞ୍ଜୁରୀ ପ୍ରଦାନ କରିଥିଲା। ଏହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇଗୁଡିକୁ ୯.୨୫% ସୁଧ ହାରରେ ଋଣ ସହାୟତା ପ୍ରଦାନ କରିବା ଲାଗି ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?