ଏମ୍‌ଏସ୍‌ଏମ୍‌ଇକୁ ୧.୧୮ ଲକ୍ଷ କୋଟିର ସହାୟତା

ନୂଆଦିଲ୍ଲୀ, ୧୪।୯: ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ୍‌)ରେ ଦେଶର ୨୫ ଲକ୍ଷ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ୧.୧୮ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି। ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ଏହି ବର୍ଗରେ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ। ମୋଟ ୪୨ ଲକ୍ଷ କ୍ଷୁଦ୍ର ଶିଳ୍ପ ଲାଗି ୧.୬୩ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। କୋଭିଡ ଦ୍ୱାରା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇକୁ ସହାୟତା କରିବାକୁ ସରକାର ଏଭଳି ଘୋଷଣା କରିଥିଲେ। ସେପ୍ଟେମ୍ବର ୧୦ ସୁଦ୍ଧା ୨୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୧.୧୮ ଲକ୍ଷ କୋଟି ଋଣ ଯୋଗାଇ ଦେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସୀତାରାମନ ରବିବାର ସୂଚନା ଦେଇ କହିଛନ୍ତି, ନ୍ୟାଶନାଲ ବ୍ୟାଙ୍କ ଫର ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ପକ୍ଷରୁ କୃଷକଙ୍କ ଲାଗି ୩୦ ହଜାର କୋଟି ଟଙ୍କାର ପୁଞ୍ଜି ବ୍ୟବସ୍ଥା କରାଯାଇଛି। ଅତିରିକ୍ତ ଜରୁରିକାଳୀନ ପରିଚାଳନା ପୁଞ୍ଜି ବାବଦ ଏଭଳି ଅର୍ଥ ପ୍ରଦାନ କରାଯାଉଛି। ଏହା ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୫ ହଜାର କୋଟି ଟଙ୍କା ଦିଆଯାଇଛି। ସେହିଭଳି ସ୍ପେଶାଲ ଲିକ୍ୟୁଡିଟି ଫାସିଲିଟି(ଏସ୍‌ଏଲ୍‌ଏଫ୍‌)ରେ ନାବାର୍ଡକୁ ବଳକା ୫ ହଜାର କୋଟି ଟଙ୍କା ମିଳିଛି। ଏହା ଏନ୍‌ବିଏଫ୍‌ସି ଏବଂ ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି। ଏ ନେଇ ଶୀଘ୍ର ଗାଇଡ ଲାଇନ ଜାରି କରାଯିବ।
ସେହିଭଳି ପାର୍ସିଆଲ କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ୨.୦ରେ ବର୍ତ୍ତମାନ ୨୫,୦୫୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଅତିରିକ୍ତ ୪,୩୬୭ କୋଟି ଟଙ୍କା ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହାବାଦ ସେପ୍ଟେମ୍ବର ୮ ସୁଦ୍ଧା ୨୭.୫୫ ଲକ୍ଷ ଟିକସଦାତାଙ୍କୁ ୧.୦୧ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଦିଆଯାଇଛି। ସେହିଭଳି ଚାପରେ ରହିଥିବା ଏନ୍‌ବିଏଫ୍‌ସି ଏବଂ ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନଗୁଡିକୁ ୧୦,୫୯୦ କୋଟି ଟଙ୍କା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ ଇସିଏଲ୍‌ଜିଏସ୍‌କୁ କେନ୍ଦ୍ର କ୍ୟାବିନେଟ ମେ ୨୦ରେ ମଞ୍ଜୁରୀ ପ୍ରଦାନ କରିଥିଲା। ଏହା ଦ୍ୱାରା ଏମ୍‌ଏସ୍‌ଏମ୍‌ଇଗୁଡିକୁ ୯.୨୫% ସୁଧ ହାରରେ ଋଣ ସହାୟତା ପ୍ରଦାନ କରିବା ଲାଗି ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri