Posted inଖେଳ

ଆଇପିଏଲର ବଳକା ମ୍ୟାଚ୍‌ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା

ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍‌ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା ଭାଗନେବେ ନାହିଁ। କାରଣ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ତୁରନ୍ତ ପରେ ଖେଳାଯିବାର ଅଛି ଟି୨୦ ବିଶ୍ୱକପ୍‌। ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ସେମାନଙ୍କୁ ଫିଟ୍‌ ହେବା ଲାଗି ଯଥେଷ୍ଟ ସମୟ ମିଳିବ ନାହିଁ। ଏଣୁ ପ୍ରାୟ ବୋର୍ଡ ରିସ୍କ ନେବାକୁ ଚାହୁଁ ନାହାନ୍ତି।

“ ଆଇପିଏଲର ଚଳିତ ସଂସ୍କରଣକୁ ଯେମିତି ହେଲେ ଶେଷ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏଣୁ ଯେଉଁ ବିଦେଶୀ ଖେଳାଳିମାନେ ଉପଲବ୍ଧ ଅଛନ୍ତି, ସେମାନେ ଭାଗନେବେ। ଯେଉଁ ଖେଳାଳିମାନେ ଉପଲବ୍ଧ ହେବେ ନାହିଁ, ସେମାନଙ୍କ ପାଇଁ ଟୁର୍ନାମେଣ୍ଟ ଅଟକି ପାରିବ ନାହିଁ ” ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶାକିବ ଅଲ ହାସନ ଓ ମୁସ୍ତାଫିଜୁର ରେହମାନଙ୍କୁ ଏନ୍‌ଓସି ଦେବକୁ ମନା କରିଦେଇଛି। ସେହିଭଳି ଇଂଲଣ୍ଡ ବୋର୍ଡର ଡିରେକ୍ଟର ଅଫ୍‌ କ୍ରିକେଟ ଆଶ୍‌ଲେ ଜାଏଲ୍ସ କହିଛନ୍ତି, ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ରିକେଟ ଯୋଗୁ ଇଂଲଣ୍ଡ ଖେଳାଳିମାନେ ଆଇପିଏଲରେ ଭାଗନେବାର ସମ୍ଭାବନା ଖୁବ୍‌ କମ୍‌। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସିଏ ପକ୍ଷରୁ କୁହାଯାଇଛି। କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ) ସେପ୍ଟେମ୍ବର ୧୯ ତାରିଖରେ ଶେଷ ହେବ। ଏହାପରେ ଆଇପିଏଲରେ ଭାଗ ନେବାକୁ ଥିବା ଓ୍ବେଷ୍ଟଇଣ୍ଡିଆନ ଖେଳାଳିଙ୍କୁ ୟୁଏଇରେ ୩ ଦିନ ପାଇଁ ହାର୍ଡ କ୍ୱାରେଣ୍ଟିନରେ ରଖାଯିବ। ଏଣୁ ପ୍ରାରମ୍ଭିକ ମ୍ୟାଚ୍‌ରେ ସେମାନେ ନ ଖେଳିପାରନ୍ତି। କିନ୍ତୁ ସିପିଏଲକୁ ଗୋଟିଏ ସପ୍ତାହ ପୂର୍ବରୁ ଶେଷ କରିବା ପାଇଁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ବିସିସିଆଇ ଅନୁରୋଧ କରିଛି। ହେଲେ ସିଡବ୍ଲ୍ୟୁଆଇ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ।

ଯଦି ଖେଳାଳିମାନେ ବଳକା ମ୍ୟାଚ୍‌ ପାଇଁ ନ ଫେରନ୍ତି, ତେବେ ସେମାନଙ୍କୁ ପ୍ରାୟ ଅଧା ଟଙ୍କା ହରାଇବାକୁ ପଡ଼ିବ ବୋଲି ଏକ ଆଇପିଏଲ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri