Posted inଖେଳ

ଆଇପିଏଲ୍‌: ମୁମ୍ବାଇ- ଦିଲ୍ଲୀ ଟାଇଟଲ ମୁକାବିଲା

ଦୁବାଇ,୧୦।୧୧(ପି.ଟି.): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୩ତମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ। ଟାଇଟଲ ପାଇଁ ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍‌ ଓ ଶ୍ରେୟାସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସାରା ଟୁର୍ନାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିବା ସହ ଶକ୍ତିଶାଳୀ ମୁମ୍ବାଇ ଦଳ ସବୁ ଦୃଷ୍ଟିକୋଣରୁ ବେଶ୍‌ ସନ୍ତୁଳିତ ମନେହେଉଛି। ଅନ୍ୟପଟେ ଅସ୍ଥିର ପ୍ରଦର୍ଶନ ସତ୍ତ୍ୱେ ଦିଲ୍ଲୀ ଏବେ ମୁମ୍ବାଇକୁ ଟକ୍କର ଦେବାକୁ ପ୍ରସ୍ତୁତିପର୍ବ ଶେଷ କରିଛି। ଦିଲ୍ଲୀର ଅନ୍‌- ପ୍ରେଡିକ୍‌ଟେବୁଲ ପ୍ରଦର୍ଶନ ପ୍ରତି ମୁମ୍ବାଇ ସତର୍କ ନିଶ୍ଚିତ ଭାବେ ରହିବ। ବିପର୍ଯ୍ୟୟ ଘଟାଇବାର କ୍ଷମତା ଦିଲ୍ଲୀ ପାଖରେ ରହିଛି ବୋଲି ମୁମ୍ବାଇ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଥିବ ନିଶ୍ଚୟ।
ଗତ ୫୨ଦିନ ଧରି ଖେଳାଯାଇ ଆସୁଥିବା ଆଇପିଏଲ୍‌କୁ ବହୁସଂଖ୍ୟକ ଦର୍ଶକ ଉପଭୋଗ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରିଥିବା ବେଳେ ଆଇପିଏଲ୍‌ର ଲୋକପ୍ରିୟତା କମିନାହିଁ। ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଟୁର୍ନାମେଣ୍ଟର ସଫଳ ପରିସମାପ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଆଉ ଏକ ସଫଳତାର ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଆଘାତ ସମସ୍ୟା କାରଣରୁ ଚର୍ଚ୍ଚରେ ରହିଥିବା ଆଇପିଏଲ୍‌ର ସଫଳତମ ଅଧିନାୟକ ରୋହିତ ଶର୍ମା ପଞ୍ଚମ ଟାଇଟଲ ହାସଲରୁ ଆଉମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଅପରପକ୍ଷରେ ଆଇପିଏଲ୍‌ ଇତିହାସରେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରି ନ ଥିବା ଦିଲ୍ଲୀ କିନ୍ତୁ ଶେଷରେ ଯୁବ ଖେଳାଳିମାନଙ୍କ ପ୍ରୟାସରେ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି। ମୁମ୍ବାଇ ୧୫ଟି ମ୍ୟାଚ୍‌ ଖେଳି ୧୦ଟି ବିଜୟୀ ହେବା ସହ ଫାଇନାଲକୁ ଉଠିଛି। ସେହିପରି ଦିଲ୍ଲୀ ୧୬ଟି ମ୍ୟାଚ୍‌ରୁ ୯ଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ଏକ ସନ୍ତୁଳିତ ଦଳ ହେବା ସହ ମୁମ୍ବାଇ ପ୍ରଦର୍ଶନରେ ମଧ୍ୟ ସନ୍ତୁଳନ ଦେଖିବାକୁ ମିଳିଛି। ଅନ୍ୟ କୌଣସି ଦଳ ପାଖରେ ଏହା ଦେଖିବାକୁ ମିଳିନାହିଁ। ମୋଟ ଉପରେ ମୁମ୍ବାଇ ଖେଳାଳିମାନେ ୧୩୦ଟି ଛକା ମାରିଥିବା ବେଳେ ଦିଲ୍ଲୀର ଖେଳାଳିମାନେ ମାତ୍ର ୮୪ଟି ଛକା ମାରିଛନ୍ତି। ଏହି ପରିସଂଖ୍ୟାନରୁ ମୁମ୍ବାଇର ଶକ୍ତି କେତେ ତାହା ସହଜରେ ଅନୁମାନ କରାଯାଇପାରେ।
ଦୁଇ ଓପନର ରୋହିତ ଓ କ୍ୱିଣ୍ଟନ ଡିକକ୍‌ ଦଳ ପାଇଁ ଭଲ ଆରମ୍ଭ ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୬୦ଟି ବାଉଣ୍ଡାରି ମାରିବା ସହ ୧୦ଟି ଛକା ମାରିଛନ୍ତି। ଚଳିତ ସଂସ୍କରଣରେ ସେ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଯୁବ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଇଶାନ କିଶନ ଏପର୍ଯ୍ୟନ୍ତ ୨୯ଟି ଛକା ମାରିଛନ୍ତି। ସେହିପରି କରିନ ପୋଲାର୍ଡଙ୍କର ଷ୍ଟ୍ରାଇକ୍‌ରେଟ୍‌ ୧୯୦ରୁ ଊର୍ଦ୍ଧ୍ୱ ରହିଛି।
ଦିଲ୍ଲୀ କାଗିସୋ ରବାଡ଼ା ୨୯ ଓ ଏନ୍‌ରିଚ୍‌ ନର୍ଜେ ୨୦ ଉଇକେଟ ହାସଲ କରିଛନ୍ତି। ତେବେ ଫାଇନାଲରେ ମୁମ୍ବାଇର ପାଣ୍ଡ୍ୟା ବ୍ରଦର୍ସ କ୍ରୁନାଲ ଓ ହାର୍ଦ୍ଦିକଙ୍କୁ ସାମ୍ନା କରିବାକୁ ହେବ। ଏହି ଦୁଇ ଭାଇ ବିଗ୍‌ ହିଟରଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।
ଦିଲ୍ଲୀର ଅଭିଜ୍ଞ ଓପନର ଶିଖର ଧାଓ୍ବନ ୬୦୩ ରନ ସଂଗ୍ରହ କରି ଏଥର ଆଇପିଏଲ୍‌ରେ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ତାଙ୍କୁ ଯଶପ୍ରୀତ ବୁମ୍‌ରାଙ୍କ ୟର୍କର ଓ ଟ୍ରେଣ୍ଟ ବୋଲ୍ଟଙ୍କ ବାଉନସର ବଲକୁ ନିୟନ୍ତ୍ରଣ କରିବାକୁ ହେବ। ଚଳିତ ସଂସ୍କରଣରେ ମୁମ୍ବାଇ ୩ଟି ଯାକ ମ୍ୟାଚ୍‌ରେ ଦିଲ୍ଲୀ ସମ୍ପୂର୍ଣ୍ଣ ଭାବେ ପ୍ରଭାବ ବିସ୍ତାର କରି ପରାସ୍ତ କରିଛି। ଦିଲ୍ଲୀକୁ ଟାଇଟଲ ହାସଲ କରିବାକୁ ହେଲେ ଚତୁର୍ଥ ମ୍ୟାଚ୍‌ରେ ଭାଗ୍ୟଶାଳୀ ସାବ୍ୟସ୍ତ ହେବାକୁ ପଡିବ। ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ ଅଲରାଉଣ୍ଡର ମାର୍କୁସ ଷ୍ଟୋଇନିସ୍‌ଙ୍କୁ ଓପନିଂ କରିବାକୁ ସୁଯୋଗ ଦେଇ ସଫଳ ହୋଇଛି। ଷ୍ଟୋଇନିସ୍‌ ୧୨ଟି ଉଇକେଟ ହାସଲ କରିବା ସହ ୩୫୨ ରନ ସଂଗ୍ରହ କରିଛନ୍ତି। ଇନିଂସ ଓପନ କରିବା ସହ ଷ୍ଟୋଇନିସ୍‌ ଦଳରେ ସନ୍ତୁଳନ ଆଣିଛନ୍ତି। ଆୟାର ଓ ରିଷଭ ପନ୍ତ ଛକା ମାରିବାରେ ସେତେଟା ସଫଳ ହୋଇ ନ ଥିଲେ ମଧ୍ୟ ଶିମରନ ହେଟମେୟର ଏ ଦୃଷ୍ଟିକୋଣରୁ ଯଥେଷ୍ଟ ଆଗରେ ରହିଛନ୍ତି। ପାଓ୍ବାରପ୍ଲେରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ଟାଇଟଲ ଜିତିଲେ କୋଚ୍‌ ତଥା ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ପାଇଁ ଏହା ବିଶେଷ ଉପଲବ୍ଧି ସାବ୍ୟସ୍ତ ହେବ। ତେବେ ୨୦୧୭ ପରଠାରୁ ସବୁ ଫାଇନାଲରେ ସାମିଲ ହୋଇ ଆସୁଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ। ଆଇପିଏଲ୍‌ ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ହେବ ଓ ସମସ୍ତଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।
ମୁମ୍ବାଇ ଇଣ୍ଡିଆନ୍ସ ଦଳ:
ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଅନୁକୂଳ ରଏ, କ୍ରିସ୍‌ ଲିନ୍‌, ଧାବଲ କୁଲକର୍ନୀ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମିଚେଲ ମ୍ୟାକ୍‌କ୍ଲିନଘନ, ମୋହସିନ ଖାନ, ନାଥନ କୁଲ୍ଟର- ନାଇଲ, ପ୍ରିନ୍ସ ବଲବନ୍ତ ରାଏ, କ୍ୱିଣ୍ଟନ ଡିକକ୍‌, ରାହୁଲ ଚହର, ସୌରଭ ତିଓ୍ବାରୀ, ଶେଫାଇନ୍‌ ରଦରଫର୍ଡ, ସୂର୍ଯ୍ୟକୁମାର ଯାଦବ ଓ ଟ୍ରେଣ୍ଟ ବୋଲ୍ଟ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ:
ଶ୍ରେୟାସ ଆୟାର (ଅଧିନାୟକ), କାଗିସୋ ରାବାଡ଼ା, ମାର୍କୁସ ଷ୍ଟୋଇନିସ୍‌, ସନ୍ଦୀପ ଲାମିଚେନ, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାନେ, ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧାଓ୍ବନ, ଶିମରନ ହେଟମେୟର, ଆଲେକ୍ସ କାରେ, ମୋହିତ ଶର୍ମା, ପୃଥ୍ବୀ ଶ, ଲଲିତ ଯାଦବ, ଆଭେସ ଖାନ୍‌, ଅକ୍ଷର ପଟେଲ, ତୁଷାର ଦେଶପାଣ୍ଡେ, ରିଷଭ ପନ୍ତ, ହର୍ଶାଲ ପଟେଲ, କିମୋ ପଲ, ଅମିତ୍‌ ମିଶ୍ରା, ଏନ୍‌ରିଚ ନର୍ଜେ ଓ ଡାନିଏଲ୍‌ ସାମ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?