୭୦୪ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଥିଲା। ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ କାରବାର ଉଚ୍ଚରେ ରହିବା ଯୋଗୁ ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ କାରବାର ୪୨,୬୪୫ ପଏଣ୍ଟ ସ୍ତର ଛୁଇଁଥିଲା। ସେନ୍‌ସେକ୍ସ ୭୦୪ ପଏଣ୍ଟ(୧.୬୮%) ଉଚ୍ଚରେ ରହି ରେକର୍ଡ ସ୍ତର ୪୨,୫୯୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୧୯୭ ପଏଣ୍ଟ ବା ୧.୬୨% ଉଚ୍ଚରେ ରହି ୧୨,୪୬୧ ପଏଣ୍ଟ ଛୁଇଁଥିବା ନଜରକୁ ଆସିଛି।
୩୦ ଶେୟାର ବିଶିଷ୍ଟ ଇଣ୍ଡେକ୍ସରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ୍‌, ଟେକ୍‌ ମହିନ୍ଦ୍ରା ଏବଂ ଟାଇଟାନ ଭଳି କମ୍ପାନୀର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଅପରପକ୍ଷରେ ମାରୁତି, ଆଇଟିସି, ବଜାଜ ଫିନ୍‌ସର୍ଭ ଭଳି କିଛି କମ୍ପାନୀର ଶେୟାର କାରବାର ପ୍ରଭାବିତ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ଙ୍କର ବିଜୟ ହେଲା ପରେ ଘରୋଇ ବଜାରର ଆଇଟି ଷ୍ଟକ୍‌ କାରବାରରେ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ବାଇଡେନ୍‌ ଏଚ୍‌-୧ବି ଭିଜା ସହ ଅନ୍ୟ ନିୟମ ଭାରତୀୟ ବଜାରକୁ ସୁହାଇବ ବୋଲି ଆଶା କରାଯାଉଛି। ଆଇଟି ଏବଂ ଘରୋଇ ଫାଇନାନ୍ସ ମାର୍କେଟ ପାଇଁ ବାଇଡେନ୍‌ଙ୍କ ବିଜୟ ଖୁସି ଖବର ଆଣିଛି।
ବାଇଡେନ୍‌ଙ୍କ ନୀତି ଘରୋଇ ବଜାର ଲାଗି ଲାଭକାରୀ ହେବ ବୋଲି ନିବେଶକ ଆଶା କରୁଥିବା ଆରିହନ୍ତ କ୍ୟାପିଟାଲ ମାର୍କେଟର ନିର୍ଦ୍ଦେଶକ ଅନିତା ଗାନ୍ଧୀ ସୂଚନା ଦେଇ କହିଛନ୍ତି। ବିଦେଶରେ କାମ କରୁଥିବା ଆଇଟି କର୍ମଚାରୀଙ୍କ ଲାଗି ବିଭିନ୍ନ ନିୟମ କୋହଳ ହେବ ବୋଲି ସେ କହିଛନ୍ତି। ବାଇଡେନ୍‌ଙ୍କ ବିଜୟ ପରେ ଓ୍ବାଲ୍‌ଷ୍ଟ୍ରିଟ୍‌ର ସାପ୍ତାହିକ ପ୍ରଦର୍ଶନ ଏପ୍ରିଲ ମାସଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ଏଥିରେ ୭ରୁ ୯% ବୃଦ୍ଧି ପରିଲକ୍ଷିତ ହୋଇଛି। ଅପରପକ୍ଷରେ ଭାରତୀୟ ଟଙ୍କା ଡଲାର ତୁଳନାରେ ୪ ପଇସା ଊର୍ଦ୍ଧ୍ୱରେ ରହି ୭୪.୦୪ ଟଙ୍କା ସ୍ତରରେ ରହିଛି। ଶୁକ୍ରବାର ବିଦେଶୀ ନିବେଶକମାନେ ୪୮୬୯ କୋଟି ଟଙ୍କାର ଶେୟାର କ୍ରୟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଡିସିକୁ ଗୁରୁତ୍ୱ ଦେଉଛି ଆର୍‌ବିଆଇ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସେବା ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ୫୯୨ତମ...

ଇକୋନୋମିକ୍‌ ସର୍ଭେରେ ଅଭିବୃଦ୍ଧି ଆଶା

ନୂଆଦିଲ୍ଲୀ, ୧।୨: କୋଭିଡ୍‌-୧୯ ମହାମାରୀର କଷାଘାତରୁ ବୈଶ୍ୱିକ ଅର୍ଥନୀତି ଏଯାଏଁ ମୁକୁଳିପାରି ନ ଥିବାବେଳେ ଭୂ-ରାଜନୈତିକ ସଂଘର୍ଷ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଏଭଳି ପ୍ରତିକୂଳ...

ଏଚ୍‌-୧ବି ଭିଜା ନିୟମରେ ରୋକ ଲାଗିଲା; ଭାରତୀୟ ଟେକ୍‌ ପ୍ରଫେଶନାଲଙ୍କୁ ଆଶ୍ୱସ୍ତି

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ନୂଆ ଭିଜା ନିୟମ ଉପରେ ସେଠାକାର ଏକ ଡିଷ୍ଟ୍ରିକ୍ଟ କୋର୍ଟ ବୁଧବାର ରୋକ ଲଗାଇଛନ୍ତି। ପ୍ରମୁଖ...

କୋଭିଡ୍‌ ଚାପରେ ଦେବାଳିଆ ହେଉଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍‌ କରୋନା ଭଳି...

ବିଏସ୍‌ଏନ୍‌ଏଲର ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଶନିବାର ଦେଶରେ ସବୁଠାରୁ ଶସ୍ତା ପ୍ଲାନ୍‌ର ଶୁଭାରମ୍ଭ କରିଛି। କମ୍ପାନୀ ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ...

କୋଭିଡ୍‌ରେ ସେନ୍‌କୋ ଗୋଲ୍ଡ ଅଧ୍ୟକ୍ଷଙ୍କ ପରଲୋକ

କୋଲକାତା,୨୯।୭: ଗହଣା ରିଟେଲିଂ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଅଧ୍ୟକ୍ଷ ଶଙ୍କର ସେନ୍‌ଙ୍କର କରୋନା ସଂକ୍ରମଣ ଯୋଗୁ ପରଲୋକ ଘଟିଛି। ତାଙ୍କୁ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ୨ ଦିନ ପରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର...

ଇକୋ ସିଷ୍ଟମ ବିକଶିତକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୮: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଷ୍ଟାର୍ଟଅପ୍‌ ଓଡ଼ିଶା, ଏମ୍‌ଏସ୍‌ଏମ୍‌ଇର ମିଳିତ ସହଯୋଗରେ ଖାଦ୍ୟ ଓ ଆଗ୍ରୋ ସମ୍ମିଳନୀ ବୁଧବାର ଏକ ୫ତାରକା ହୋଟେଲରେ...

Advertisement
Archives

Model This Week