୭୦୪ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଗତ ୬ ସେସନ ହେବ ଦେଶର ପୁଞ୍ଜିବଜାରରେ ଭଲ କାରବାର ଦେଖିବାକୁ ମିଳିଛି। ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ସୂଚକାଙ୍କ ଊର୍ଦ୍ଧ୍ୱଗାମୀ ରହିଥିଲା। ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ କାରବାର ଉଚ୍ଚରେ ରହିବା ଯୋଗୁ ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ କାରବାର ୪୨,୬୪୫ ପଏଣ୍ଟ ସ୍ତର ଛୁଇଁଥିଲା। ସେନ୍‌ସେକ୍ସ ୭୦୪ ପଏଣ୍ଟ(୧.୬୮%) ଉଚ୍ଚରେ ରହି ରେକର୍ଡ ସ୍ତର ୪୨,୫୯୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୧୯୭ ପଏଣ୍ଟ ବା ୧.୬୨% ଉଚ୍ଚରେ ରହି ୧୨,୪୬୧ ପଏଣ୍ଟ ଛୁଇଁଥିବା ନଜରକୁ ଆସିଛି।
୩୦ ଶେୟାର ବିଶିଷ୍ଟ ଇଣ୍ଡେକ୍ସରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ୍‌, ଟେକ୍‌ ମହିନ୍ଦ୍ରା ଏବଂ ଟାଇଟାନ ଭଳି କମ୍ପାନୀର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଅପରପକ୍ଷରେ ମାରୁତି, ଆଇଟିସି, ବଜାଜ ଫିନ୍‌ସର୍ଭ ଭଳି କିଛି କମ୍ପାନୀର ଶେୟାର କାରବାର ପ୍ରଭାବିତ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ୍‌ଙ୍କର ବିଜୟ ହେଲା ପରେ ଘରୋଇ ବଜାରର ଆଇଟି ଷ୍ଟକ୍‌ କାରବାରରେ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ବାଇଡେନ୍‌ ଏଚ୍‌-୧ବି ଭିଜା ସହ ଅନ୍ୟ ନିୟମ ଭାରତୀୟ ବଜାରକୁ ସୁହାଇବ ବୋଲି ଆଶା କରାଯାଉଛି। ଆଇଟି ଏବଂ ଘରୋଇ ଫାଇନାନ୍ସ ମାର୍କେଟ ପାଇଁ ବାଇଡେନ୍‌ଙ୍କ ବିଜୟ ଖୁସି ଖବର ଆଣିଛି।
ବାଇଡେନ୍‌ଙ୍କ ନୀତି ଘରୋଇ ବଜାର ଲାଗି ଲାଭକାରୀ ହେବ ବୋଲି ନିବେଶକ ଆଶା କରୁଥିବା ଆରିହନ୍ତ କ୍ୟାପିଟାଲ ମାର୍କେଟର ନିର୍ଦ୍ଦେଶକ ଅନିତା ଗାନ୍ଧୀ ସୂଚନା ଦେଇ କହିଛନ୍ତି। ବିଦେଶରେ କାମ କରୁଥିବା ଆଇଟି କର୍ମଚାରୀଙ୍କ ଲାଗି ବିଭିନ୍ନ ନିୟମ କୋହଳ ହେବ ବୋଲି ସେ କହିଛନ୍ତି। ବାଇଡେନ୍‌ଙ୍କ ବିଜୟ ପରେ ଓ୍ବାଲ୍‌ଷ୍ଟ୍ରିଟ୍‌ର ସାପ୍ତାହିକ ପ୍ରଦର୍ଶନ ଏପ୍ରିଲ ମାସଠାରୁ ସର୍ବୋଚ୍ଚ ସ୍ତରରେ ରହିଛି। ଏଥିରେ ୭ରୁ ୯% ବୃଦ୍ଧି ପରିଲକ୍ଷିତ ହୋଇଛି। ଅପରପକ୍ଷରେ ଭାରତୀୟ ଟଙ୍କା ଡଲାର ତୁଳନାରେ ୪ ପଇସା ଊର୍ଦ୍ଧ୍ୱରେ ରହି ୭୪.୦୪ ଟଙ୍କା ସ୍ତରରେ ରହିଛି। ଶୁକ୍ରବାର ବିଦେଶୀ ନିବେଶକମାନେ ୪୮୬୯ କୋଟି ଟଙ୍କାର ଶେୟାର କ୍ରୟ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri