Posted inଖେଳ

ଏଚ୍‌ପିସି କମ୍ପିଟିଶନ ସିରିଜ: ଅମ୍ଳାନ, ଟପ୍ପୋଙ୍କ ଚମକ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ର ପ୍ରାରମ୍ଭିକ କମ୍ପିଟିଶନ ସିରିଜ ଅନୁଷ୍ଠିତ ହୋଇଯାଇଛି। ୪ଟି ସିରିଜ୍‌ରେ ଏଚ୍‌ପିସିର ଆଥଲେଟମାନେ ୧୦୦ଟି ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ପ୍ରଦର୍ଶନ କରିଛନ୍ତି। ଅକ୍ଟୋବର ୨୪ ତାରିଖରେ ସ୍ପ୍ରିଣ୍ଟ ଓ ମିଡିଲ ଡିଷ୍ଟାନ୍ସ ଫେଷ୍ଟ ଆରମ୍ଭ ହୋଇଥିଲା। ଏହାପରେ ୨୮ ଓ ୩୧ରେ ଆଉ ଦୁଇଟି ଇଭେଣ୍ଟର ଆୟୋଜନ ହୋଇଥିଲା। ଶେଷରେ ରବିବାର ଫାଇନାଲ ଇଭେଣ୍ଟ ଖେଳାଯାଇଥିଲା। ଫରଫର୍ମାନ୍ସ ଗ୍ରେଡେଡ ରେସ୍‌ ଉପରେ ଏହି ସିରିଜ ପର୍ଯ୍ୟବସିତ ଥିଲା।
ରବିବାର ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ଅମ୍ଳାନ ବୋର୍ଗୋହେନ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୧.୨୦ ସେକେଣ୍ଟ ସମୟ ସହ ଦେଶର ଶ୍ରେଷ୍ଠ ୨୦୦ମିଟର ସ୍ପ୍ରିଣ୍ଟର ସାବ୍ୟସ୍ତ ହୋଇଛନ୍ତି। ସେହିପରି ୧୦୦ମି.ରେ ମଧ୍ୟ ଅମ୍ଳାନ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୦.୬୩ ସେକେଣ୍ଡ ସମୟ ସହ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି। କମ୍ପିଟିଶନ ସିରିଜର ଗତ ୬ଟି ରେସ୍‌ରେ (୨୦୦ ଓ ୧୦୦ ମିଟରର ୩ଟି ଲେଖାଏ)ରେ ଅଂଶଗ୍ରହଣ କରି ସେ ତାଙ୍କର ଷଷ୍ଠ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପୂରା ସ୍ପ୍ରିଣ୍ଟ୍‌ ଓ ମିଡିଲ ଡିଷ୍ଟାନ୍ସ ଫେଷ୍ଟରେ ବେଷ୍ଟ ଓଭରଅଲ ପରଫର୍ମାନ୍ସ ପୁରସ୍କାର ହାସଲ କରିଛନ୍ତି। ଏଚ୍‌ପିସିର ହେଡ୍‌ କୋଚ୍‌ ଜେମ୍ସ ହିଲେର ୪ ସପ୍ତାହ ବ୍ୟାପୀ ଟ୍ରାଏଲ୍‌ର ୨୨ ବର୍ଷୀୟ ଅମ୍ଳାନଙ୍କୁ ଚୟନ କରିଥିଲେ। ଏବେ ଟାଇମିଂକୁ ୨୧ସେକେଣ୍ଟ ତଳକୁ କମାଇବାକୁ ଅମ୍ଳାନ ଲକ୍ଷ୍ୟ ରଖିଛନ୍ତି।
ସେହିପରି ସ୍ପ୍ରିଣ୍ଟ ହଡଲର ସବିତା ଟପ୍ପୋ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସୁନ୍ଦରଗଡ ଜିଲାର ୧୫ ବର୍ଷୀୟ ଟପୋ ଗତ ଅଗଷ୍ଟରେ ଏଚ୍‌ପିସିରେ ଯୋଗ ଦେଇଥିଲେ। ୬ଟି ରେସ୍‌ରେ ୪ଟି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ତାଙ୍କ ଫେଭରାଇଟ୍‌ ୧୦୦ମି ହର୍ଡଲ୍ସ ରେସ୍‌ରେ ୩ଟି ଶ୍ରେଷ୍ଠ ପ୍ରଦର୍ଶନ ସାମିଲ ରହିଛି। ରବିବାର ଫାଇନାଲରେ ସବିତା ୧୪.୫୪ ସେକେଣ୍ଡ ସମୟ ନେଇଥିଲେ। ଏବେ ସେ ତାଙ୍କ ଟାଇମିଂରେ ୨ ସେକେଣ୍ଡ ଉନ୍ନତି ଆଣିଛନ୍ତି। ଏବେ ଆଥଲେଟମାନେ ୩ ସପ୍ତାହ ବିଶ୍ରାମ ନେବେ।
ଏହି କମ୍ପିଟିଶନ ସିରିଜରେ ମହମ୍ବଦ ଆଲମାଗିର ହୁସେନ ବେଷ୍ଟ ମେଲ୍‌ ପରଫର୍ମାନ୍ସ ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ସବିତା ବେଷ୍ଟ ଫିମେଲ ପରଫର୍ମାନ୍ସ ଭାବେ ପୁରସ୍କୃତ ହୋଇଛନ୍ତି। ମୋଷ୍ଟ ଇମ୍ପ୍ରୁଭ୍‌ଡ ଆଥ୍‌ଲେଟ ଭାବେ ବଳଭଦ୍ର ଭାତ୍ରା ପୁରସ୍କୃତ ହୋଇଛନ୍ତି। ମୋଷ୍ଟ କନ୍‌ସିଷ୍ଟେଣ୍ଟ ଆଥଲେଟ ଭାବେ ଦେବୀ ପ୍ରସାଦ କର, ବେଷ୍ଟ ମନିଟୋରିଙ୍ଗ୍‌ କୋହର୍ଟ ଫରଫର୍ମାନ୍ସ ଭାବେ ମହେନ୍ଦ୍ର ସାନ୍ତା, ବେଷ୍ଟ ନ୍ୟୁକମର ଭାବେ ଲକ୍ଷ୍ମୀପ୍ରୀୟା କିଶାନ ଓ ଆଥଲେଟମାନଙ୍କ ଦ୍ୱାରା ମତଦାନ ମାଧ୍ୟମରେ ଆଥଲେଟ ଅଫ୍‌ ଦି ଇୟର ଭାବେ ବିର୍ସା ଗାଗାରାଇ ପୁରସ୍କୃତ ହୋଇଛନ୍ତି।
ବର୍ଷ ଶେଷରେ ଅତିରିକ୍ତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି କ୍ରମରେ ମତଦାନ ମାଧ୍ୟମରେ ସ୍ପୋଟର୍‌ସମ୍ୟାନଶିପ ଆଥଲେଟ ଅଫ ଦି ଇୟର ଭାବେ ବିର୍ସା ଗାଗାରାଇ, ଡେଡିକେଟେଡ ଆଥଲେଟ ଅଫ୍‌ ଦି ଇୟର ଭାବେ ଆର୍ଯ୍ୟନ୍‌ ଏକ୍କା, ଏଚ୍‌ପିସି ଓ ଏମ୍‌ସିର ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ଭାବେ ସାଓ୍ବନ ଟପ୍ପୋ, ମତଦାନ ମାଧ୍ୟମରେ ମେଲ୍‌ କ୍ୟାପଟେନ ଫର ୨୦୨୦ ଭାବେ ଅମ୍ଳାନ ବୋର୍ଗୋହେନ ଓ ଫିମେଲ କ୍ୟାପେଟେନ ଫର ୨୦୨୦-୨୦୨୧ ଭାବେ ଲକ୍ଷ୍ମୀପ୍ରୀୟା କିଶାନ ପୁରସ୍କୃତ ହୋଇଛନ୍ତି। ଏକାଡେମିକ୍ସରେ ସାଓ୍ବନ ଭଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?