Posted inଖେଳ

ଏଚ୍‌ପିସି କମ୍ପିଟିଶନ ସିରିଜ: ଅମ୍ଳାନ, ଟପ୍ପୋଙ୍କ ଚମକ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ର ପ୍ରାରମ୍ଭିକ କମ୍ପିଟିଶନ ସିରିଜ ଅନୁଷ୍ଠିତ ହୋଇଯାଇଛି। ୪ଟି ସିରିଜ୍‌ରେ ଏଚ୍‌ପିସିର ଆଥଲେଟମାନେ ୧୦୦ଟି ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ପ୍ରଦର୍ଶନ କରିଛନ୍ତି। ଅକ୍ଟୋବର ୨୪ ତାରିଖରେ ସ୍ପ୍ରିଣ୍ଟ ଓ ମିଡିଲ ଡିଷ୍ଟାନ୍ସ ଫେଷ୍ଟ ଆରମ୍ଭ ହୋଇଥିଲା। ଏହାପରେ ୨୮ ଓ ୩୧ରେ ଆଉ ଦୁଇଟି ଇଭେଣ୍ଟର ଆୟୋଜନ ହୋଇଥିଲା। ଶେଷରେ ରବିବାର ଫାଇନାଲ ଇଭେଣ୍ଟ ଖେଳାଯାଇଥିଲା। ଫରଫର୍ମାନ୍ସ ଗ୍ରେଡେଡ ରେସ୍‌ ଉପରେ ଏହି ସିରିଜ ପର୍ଯ୍ୟବସିତ ଥିଲା।
ରବିବାର ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ଅମ୍ଳାନ ବୋର୍ଗୋହେନ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୨୧.୨୦ ସେକେଣ୍ଟ ସମୟ ସହ ଦେଶର ଶ୍ରେଷ୍ଠ ୨୦୦ମିଟର ସ୍ପ୍ରିଣ୍ଟର ସାବ୍ୟସ୍ତ ହୋଇଛନ୍ତି। ସେହିପରି ୧୦୦ମି.ରେ ମଧ୍ୟ ଅମ୍ଳାନ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୦.୬୩ ସେକେଣ୍ଡ ସମୟ ସହ ଶ୍ରେଷ୍ଠ ସାବ୍ୟସ୍ତ ହୋଇଛନ୍ତି। କମ୍ପିଟିଶନ ସିରିଜର ଗତ ୬ଟି ରେସ୍‌ରେ (୨୦୦ ଓ ୧୦୦ ମିଟରର ୩ଟି ଲେଖାଏ)ରେ ଅଂଶଗ୍ରହଣ କରି ସେ ତାଙ୍କର ଷଷ୍ଠ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ ସେ ପୂରା ସ୍ପ୍ରିଣ୍ଟ୍‌ ଓ ମିଡିଲ ଡିଷ୍ଟାନ୍ସ ଫେଷ୍ଟରେ ବେଷ୍ଟ ଓଭରଅଲ ପରଫର୍ମାନ୍ସ ପୁରସ୍କାର ହାସଲ କରିଛନ୍ତି। ଏଚ୍‌ପିସିର ହେଡ୍‌ କୋଚ୍‌ ଜେମ୍ସ ହିଲେର ୪ ସପ୍ତାହ ବ୍ୟାପୀ ଟ୍ରାଏଲ୍‌ର ୨୨ ବର୍ଷୀୟ ଅମ୍ଳାନଙ୍କୁ ଚୟନ କରିଥିଲେ। ଏବେ ଟାଇମିଂକୁ ୨୧ସେକେଣ୍ଟ ତଳକୁ କମାଇବାକୁ ଅମ୍ଳାନ ଲକ୍ଷ୍ୟ ରଖିଛନ୍ତି।
ସେହିପରି ସ୍ପ୍ରିଣ୍ଟ ହଡଲର ସବିତା ଟପ୍ପୋ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସୁନ୍ଦରଗଡ ଜିଲାର ୧୫ ବର୍ଷୀୟ ଟପୋ ଗତ ଅଗଷ୍ଟରେ ଏଚ୍‌ପିସିରେ ଯୋଗ ଦେଇଥିଲେ। ୬ଟି ରେସ୍‌ରେ ୪ଟି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏଥିରେ ତାଙ୍କ ଫେଭରାଇଟ୍‌ ୧୦୦ମି ହର୍ଡଲ୍ସ ରେସ୍‌ରେ ୩ଟି ଶ୍ରେଷ୍ଠ ପ୍ରଦର୍ଶନ ସାମିଲ ରହିଛି। ରବିବାର ଫାଇନାଲରେ ସବିତା ୧୪.୫୪ ସେକେଣ୍ଡ ସମୟ ନେଇଥିଲେ। ଏବେ ସେ ତାଙ୍କ ଟାଇମିଂରେ ୨ ସେକେଣ୍ଡ ଉନ୍ନତି ଆଣିଛନ୍ତି। ଏବେ ଆଥଲେଟମାନେ ୩ ସପ୍ତାହ ବିଶ୍ରାମ ନେବେ।
ଏହି କମ୍ପିଟିଶନ ସିରିଜରେ ମହମ୍ବଦ ଆଲମାଗିର ହୁସେନ ବେଷ୍ଟ ମେଲ୍‌ ପରଫର୍ମାନ୍ସ ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ସବିତା ବେଷ୍ଟ ଫିମେଲ ପରଫର୍ମାନ୍ସ ଭାବେ ପୁରସ୍କୃତ ହୋଇଛନ୍ତି। ମୋଷ୍ଟ ଇମ୍ପ୍ରୁଭ୍‌ଡ ଆଥ୍‌ଲେଟ ଭାବେ ବଳଭଦ୍ର ଭାତ୍ରା ପୁରସ୍କୃତ ହୋଇଛନ୍ତି। ମୋଷ୍ଟ କନ୍‌ସିଷ୍ଟେଣ୍ଟ ଆଥଲେଟ ଭାବେ ଦେବୀ ପ୍ରସାଦ କର, ବେଷ୍ଟ ମନିଟୋରିଙ୍ଗ୍‌ କୋହର୍ଟ ଫରଫର୍ମାନ୍ସ ଭାବେ ମହେନ୍ଦ୍ର ସାନ୍ତା, ବେଷ୍ଟ ନ୍ୟୁକମର ଭାବେ ଲକ୍ଷ୍ମୀପ୍ରୀୟା କିଶାନ ଓ ଆଥଲେଟମାନଙ୍କ ଦ୍ୱାରା ମତଦାନ ମାଧ୍ୟମରେ ଆଥଲେଟ ଅଫ୍‌ ଦି ଇୟର ଭାବେ ବିର୍ସା ଗାଗାରାଇ ପୁରସ୍କୃତ ହୋଇଛନ୍ତି।
ବର୍ଷ ଶେଷରେ ଅତିରିକ୍ତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି କ୍ରମରେ ମତଦାନ ମାଧ୍ୟମରେ ସ୍ପୋଟର୍‌ସମ୍ୟାନଶିପ ଆଥଲେଟ ଅଫ ଦି ଇୟର ଭାବେ ବିର୍ସା ଗାଗାରାଇ, ଡେଡିକେଟେଡ ଆଥଲେଟ ଅଫ୍‌ ଦି ଇୟର ଭାବେ ଆର୍ଯ୍ୟନ୍‌ ଏକ୍କା, ଏଚ୍‌ପିସି ଓ ଏମ୍‌ସିର ବେଷ୍ଟ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ଭାବେ ସାଓ୍ବନ ଟପ୍ପୋ, ମତଦାନ ମାଧ୍ୟମରେ ମେଲ୍‌ କ୍ୟାପଟେନ ଫର ୨୦୨୦ ଭାବେ ଅମ୍ଳାନ ବୋର୍ଗୋହେନ ଓ ଫିମେଲ କ୍ୟାପେଟେନ ଫର ୨୦୨୦-୨୦୨୧ ଭାବେ ଲକ୍ଷ୍ମୀପ୍ରୀୟା କିଶାନ ପୁରସ୍କୃତ ହୋଇଛନ୍ତି। ଏକାଡେମିକ୍ସରେ ସାଓ୍ବନ ଭଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri