Posted inଖେଳ

ଆଇପିଏଲ୍‌, କୋଲକାତା- ହାଇଦ୍ରାବାଦ୍‌ ମୁକାବିଲା: ଫୋକସ୍‌ରେ କାର୍ତ୍ତିକଙ୍କ ନେତୃତ୍ୱ

ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କାର୍ତ୍ତିକଙ୍କ କିଭଳି ନେତୃତ୍ୱ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ପୁନର୍ଗଠିତ କୋଲକାତା ଦଳ ପୂର୍ବପରି ଦମ୍‌ଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କାର୍ତ୍ତିକ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ଦଳକୁ ଅଧିନାୟକ ଭାବେ ସଠିକ୍‌ ଦିଗ୍‌ଦର୍ଶନ ଦେଇପାରିନାହାନ୍ତି। ସେ ତାଙ୍କ ପୁରୁଣା ତ୍ରୁଟିରୁ ଶିକ୍ଷା କରିପାରି ନାହାନ୍ତି। ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ କେତୋଟି ଅବର୍ଣ୍ଣନୀୟ ନିଷ୍ପତ୍ତି ନେଇଥିଲେ। ଫଳରେ ଦଳ ବଡ଼ ବ୍ୟବଧାନରେ ପରାସ୍ତ ହୋଇଥିଲା। ମୁମ୍ବାଇଠାରୁ ଦଳ ୪୯ ରନରେ ପରାସ୍ତ ହୋଇଥିଲା। ଫଳରେ ପୁଣି ଥରେ ବିଗ୍‌ ହିଟର ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ପୋଜିସନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।
ଗତ ସଂସ୍କରଣରେ ରସେଲ ୨୪୯ଟି ବଲର ସମ୍ମୁଖୀନ ହୋଇ ମୋଟ ଉପରେ ୫୧୦ ରନ ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ୨୦୪.୮୧ ରହିଥିଲା ଓ ଏହା ଟୁର୍ନାମେଣ୍ଟର ସର୍ବାଧିକ ଥିଲା। ତାଙ୍କ ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟାର୍ଗେଟ ହାସଲ କରିବା ନିହାତି କଷ୍ଟକର ଥିଲା। ଗତ ମ୍ୟାଚ୍‌ରେ ବିଶ୍ୱକପ ବିଜୟୀ ଇଂଲଣ୍ଡ ଅଧିନାୟକ କୋଲକାତା ପାଇଁ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳକୁ ଆବଶ୍ୟକ ରନ ହାର ୧୩ରୁ ଊର୍ଦ୍ଧ୍ୱ ଥିଲା। ଫଳରେ ସେ ମଧ୍ୟ ଅଧିକ କଛି କରି ନ ପାରି ବିଫଳ ହୋଇଥିଲେ। ବୋଲିଂରେ ମଧ୍ୟ କାର୍ତ୍ତିକ ତ୍ରୁଟି କରିଥିଲେ। ତାରକା ସ୍ପିନର ସୁନୀଲ ନାରିନଙ୍କୁ ଠିକ୍‌ ରୂପେ ହ୍ୟାଣ୍ଡେଲ ନ କରି ତାଙ୍କୁ ପାଓ୍ବାର ପ୍ଲେ’ ଶେଷ ଓଭରରେ ବୋଲିଂ କରିବାକୁ ଦେଇଥିଲେ। ସର୍ବାଧିକ ମୂଲ୍ୟରେ ଦଳରେ ସାମିଲ ହୋଇଥିବା ପ୍ୟାଟ୍‌ କୁମିନ୍ସ ସାଂଘାତିକ ଭାବେ ବିଫଳ ହୋଇଛନ୍ତି। ରୋହିତ ଶର୍ମା ଭଲଭାବେ ସେଟ୍‌ ହେବା ପରେ ନାରିନଙ୍କୁ ବୋଲିଂ କରିବାର ସୁଯୋଗ ଦିଆଯାଇଥିଲା। ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ବ୍ରେଣ୍ଡନ୍‌ ମ୍ୟାକୁଲମ ଦଳର କୋଚ୍‌ ରହିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ ଓ ମାନସିକତା ପାଇଁ ସେ ଜଣାଶୁଣା ଥିବାବେଳେ ତାଙ୍କର ଏଭଳି ରକ୍ଷଣାତ୍ମକ ରଣନୀତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷରେ ହାଇଦ୍ରାବାଦ ଏକ ସନ୍ତୁଳିତ ଦଳ ବୋଲି ବିବେଚିତ ହେଉଛି। ତେବେ ଏହି ଦଳରେ ଗଭୀରତା ଓ ଅଭିଜ୍ଞତାର ଅଭାବ ପରିଲକ୍ଷିତ ହେଉଛି। ଫଳରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ସାଂଘାତିକ ଭାବେ ବିଫଳ ହୋଇଥିଲା। ଅନ୍ତିମ ୫ ଓଭରରେ ବିଜୟ ପାଇଁ ୪୩ ରନ ଆବଶ୍ୟକ ହେଉଥିବା ବେଳେ ହାଇଦ୍ରାବାଦ ତା’ର ଅନ୍ତିମ ୭ଟି ଉଇକେଟ ମାତ୍ର ୩୨ ରନରେ ହରାଇଥିଲା ଓ ଶେଷରେ ୧୦ ରନରେ ପରାସ୍ତ ହୋଇଥିଲା। ପୁଣି ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି।
ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍‌ ହେବା ଦଳ ପାଇଁ ଅବଶ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପୁଣି କେନ୍‌ ଓ୍ବିଲିୟମସନ ଇଞ୍ଜୁରିମୁକ୍ତ ହୋଇଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ସେ ଦଳରେ ସାମିଲ ହେଲେ ବ୍ୟାଟିଂ ଲାଇନ୍‌ ଆହୁରି ଦୃଢ ହୋଇପାରିବ। ହାଇଦ୍ରାବାଦ୍‌ର ବୋଲିଂ ସବୁବେଳେ ଉଚ୍ଚକୋଟୀର ସାବ୍ୟସ୍ତ ହୋଇଆସିଛି। ସ୍ପିନର ରସିଦ୍‌ ଖାନଙ୍କ ସମେତ ମହମ୍ମଦ ନବିଙ୍କୁ ବୋଲିଂ କରିବାକୁ ମ୍ୟାନେଜମେଣ୍ଟ ସୁଯୋଗ ଦେବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର କୁମାର ଦଳର ଦ୍ରୁତ ବୋଲିଂର ନେତୃତ୍ୱ ନେବେ।
କୋଲକାତା ନାଇଟ ରାଇଡର୍ସ ଦଳ:
ଦୀନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, କମଳେଶ ନାଗରକୋଟୀ, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍ଗୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ (ଉଇକେଟକିପର), ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ୍‌, ଏମ୍‌. ସିଦ୍ଧାର୍ଥ, ନିଖିଲ ନାଏକ ଓ ଅଲି ଖାନ।
ସନରାଇଜର୍ସ ହାଇଦ୍ରାବାଦ ଦଳ:
ଡେଭିଡ୍‌ ଓ୍ବାର୍ନର (ଅଧିନାୟକ), ଜନି ବେୟାରଷ୍ଟୋ (ଉଇକେଟକିପର), କେନ୍‌ ଓ୍ବିଲିୟମସନ, ଭୁବନେଶ୍ୱର କୁମାର, ମହମ୍ମଦ ନବି, ରସିଦ୍‌ ଖାନ, ମନୀଷ ପାଣ୍ଡେ, ବିରାଟ ସିଂ, ଶାହାବାଜ ନଦିମ, ମିଚେଲ ମାର୍ଶ, ଫାବିଆନ ଆଲେନ, ବିଜୟ ଶଙ୍କର, ସଞ୍ଜୟ ଯାଦବ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବଭନକ ସନ୍ଦୀପ, ବାସିଲ ଥମ୍ପି, ପ୍ରିୟମ ଗାର୍ଗ, ଅବଦୁଲ ସମାଦ, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ବିଲି ଷ୍ଟାନଲେକ, ଟି. ନଟରାଜନ ଓ ଅଭିଷେକ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାର ବଢାଇଲେ ମହଙ୍ଗା ଭତ୍ତା: ଏହିସବୁ କର୍ମଚାରୀଙ୍କ ବଢ଼ିବ ଦରମା

ନୂଆଦିଲ୍ଲୀ,୨୩।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଜୁଲାଇ ମାସରେ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧିକୁ ଅପେକ୍ଷା କରିଛନ୍ତି। ସେମାନେ ମହଙ୍ଗା ଭତ୍ତାରେ ୨…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛଇ। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri