Posted inଖେଳ

ଆଇପିଏଲ୍‌: ମିଡ୍‌ଲ ଅର୍ଡରକୁ ନେଇ ଚିନ୍ତାରେ ହାଇଦ୍ରାବାଦ

ନୂଆଦିଲ୍ଲୀ,୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ବିବେଚିତ ହୋଇ ଆସୁଛି। ଗତ ୫ ବର୍ଷ ମଧ୍ୟରେ ଏ ନେଇ ହାଇଦ୍ରାବାଦ ନିଜ ପ୍ରଦର୍ଶନ ମଧ୍ୟରେ ଖ୍ୟାତିଅର୍ଜନ କରିଛି। ତେବେ ମିଡ୍‌ଲ ଅର୍ଡରରେ ଦଳର ଦୁର୍ବଳତା ପଦାରେ ପଡିଛି। ତେଣୁ ଏଥର ହାଇଦ୍ରାବାଦ ମିଡ୍‌ଲ ଅର୍ଡରକୁ ସୁଧାରିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ରହିଛି।
୨୦୧୬ରେ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଆଇପିଏଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏହାପରେ ଦଳ ଏକାଧିକବାର ପ୍ଲେ- ଅଫ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ। ୨୦୧୭ରେ ହାଇଦ୍ରାବାଦ ଏଲିମିନେଟରରେ କୋଲକାତା ନାଇଟ ରାଇଡର୍ସ (କେକେଆର)ଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୧୮ରେ ହାଇଦ୍ରାବାଦ୍‌ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା। ୨୦୧୯ ଓ ୨୦୨୦ ସଂସ୍କରଣରେ ହାଇଦ୍ରାବାଦ ଯଥାକ୍ରମେ ଏଲିମିନେଟରରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କ୍ୱାଲିଫାୟର-୨ରେ ପରାସ୍ତ ହୋଇଥିଲା।
୨୦୨୧ ସଂସ୍କରଣ ପାଇଁ ଦଳ ତା’ର କୋର୍‌ ଗ୍ରୁପ ଖେଳାଳିଙ୍କୁ ବଜାୟ ରଖିଥିଲା। ତେଣୁ ଏଥର ଖେଳାଳି ନିଲାମରେ ହାଇଦ୍ରାବାଦ ସେତେଟା ସକ୍ରିୟ ନ ଥିଲା। କେବଳ କେତୋଟି ବ୍ୟାକ୍‌ଅପ ବିକଳ୍ପ ପାଇଁ ଦଳ ପଦକ୍ଷେପ ନେଇଥିଲା। କେବଳ ଗୋଟିଏ ସମସ୍ୟା ନେଇ ଦଳ ଚିନ୍ତିତ ରହିଛି। ଗତ ସଂସ୍କରଣରେ ମିଡ୍‌ଲ ଅର୍ଡର ସେତେଟା ଅଭିଜ୍ଞ ନ ଥିଲା। ଦଳ ପ୍ରିୟମ ଗର୍ଗ, ଅଭିଷେକ ଶର୍ମା ଓ ଅବଦୁଲ ସାମାଦଙ୍କ ଉପରେ ନିର୍ଭରଶୀଳ ଥିଲା।
ଦଳର ସବଳତା
ସନ୍ତୁଳନ ଦଳ ପାଇଁ ସବୁଠାରୁ ବଡ଼ ଶକ୍ତି ବିବେଚିତ ହୋଇଛି। ଦଳର ଟପ୍‌ ଅର୍ଡର ବେଶ୍‌ ଦୃଢ଼ ରହିଛି। ଡେଭିଡ ଓ୍ବାର୍ନର, ଜନି ବେୟାରଷ୍ଟୋ, ଜାସନ ରୟ, କେନ୍‌ ଓ୍ବିଲିୟମସନ, ମନୀଷ ପାଣ୍ଡେ ଓ ରିଦ୍ଧିମାନ ଶାହାଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଦଳର ବ୍ୟାଟିଂ ଲାଇନକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ଓ୍ବାର୍ନର ଓ ବେୟାରଷ୍ଟୋଙ୍କୁ ନେଇ ଓପନିଂ ଯୋଡି ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି। ଏହି ଦୁଇ ଓପନର ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ପ୍ରତିପକ୍ଷ ବୋଲିଂକୁ ନିହାତି ମାମୁଲି ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି। ସେହିପରି ଜାସନ ହୋଲ୍ଡର ଓ କେନ ଓ୍ବିଲିୟମସନ ମଧ୍ୟ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଛନ୍ତି। ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌ ପ୍ରଭାବୀ ରହିଛି। ଫିଟ୍‌ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଆଫଗାନ ସ୍ପିନର ରସିଦ ଖାଁ ଏଥର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ସେହିପରି ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଓ ଆଫଗାନ ତାରକା ମୁଜିବ-ଉର ରହମାନ ଦଳର ବୋଲିଂ ବିଭାଗକୁ ଆହୁରି ଶାଣିତ କରିବେ।
ଦୁର୍ବଳତା
ଦଳର ସବୁଠାରୁ ଦୁର୍ବଳତା ହେଉଛି ଜଣେ ଫିନିଶରଙ୍କ ଅଭାବ। ବିଜୟ ଶଙ୍କର ଜଣେ ପ୍ରତିଭାସମ୍ପନ୍ନ ଅଲରାଉଣ୍ଡର ହୋଇଥିଲେ ମଧ୍ୟ ସେ ତାଙ୍କର ଦକ୍ଷତା ଏ ପର୍ଯ୍ୟନ୍ତ ପ୍ରମାଣ କରିପାରିନାହାନ୍ତି। ଏଥର କେଦାର ଯାଦବଙ୍କୁ ଦଳରେ ନିଆଯାଇଛି। ତେବେ ସେ ମିଡ୍‌ଲ ଅର୍ଡରରେ ନିଜର ଦକ୍ଷତା ପ୍ରମାଣ କରୁଛନ୍ତି କି ନା ତାହା ପରେ ଜଣାପଡିବ। କେଦାର ଅବଶ୍ୟ ସେତେଟା ଅଭ୍ୟାସ କରିବାର ସୁଯୋଗ ପାଇନାହାନ୍ତି।
ସୁଯୋଗ
ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଓ କେଦାରଙ୍କ ପାଇଁ ଏଥର ସୁଯୋଗ ରହିଛି। ମିଡ୍‌ଲ ଅର୍ଡରରେ କେଦାର ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ। ସେହିପରି ରିଦ୍ଧିମାନଙ୍କ ବ୍ୟାଟିଂ କ୍ରମରେ ଉନ୍ନତି କରାଯିବ ଓ ସେ ଯଥେଷ୍ଟ ସୁଯୋଗ ପାଇବେ। ଜାତୀୟ ଦଳରୁ ବାଦ୍‌ ପଡିଥିବାରୁ ମନୀଷ ପାଣ୍ଡେଙ୍କ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଭଲ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିବେ।
ଆଶଙ୍କା
ଟପ୍‌ ଅର୍ଡର ଉପରେ ଦଳ ଅତ୍ୟଧିକ ନିର୍ଭରଶୀଳ ହୋଇଛି। ଯଦି ଟପ୍‌ ଅର୍ଡର ଫେଲ୍‌ ମାରେ ତାହାହେଲେ ମିଡ୍‌ଲ ଓ ଲୋୟର ଅର୍ଡର ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଜୟ ଶଙ୍କର, ଜାସନ ହୋଲ୍ଡରଙ୍କ ଉପରେ ଅଧିକ ଦାୟିତ୍ୱ ଆସିବ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?