Posted inଖେଳ

ଆଇପିଏଲ୍‌: ମିଡ୍‌ଲ ଅର୍ଡରକୁ ନେଇ ଚିନ୍ତାରେ ହାଇଦ୍ରାବାଦ

ନୂଆଦିଲ୍ଲୀ,୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ବିବେଚିତ ହୋଇ ଆସୁଛି। ଗତ ୫ ବର୍ଷ ମଧ୍ୟରେ ଏ ନେଇ ହାଇଦ୍ରାବାଦ ନିଜ ପ୍ରଦର୍ଶନ ମଧ୍ୟରେ ଖ୍ୟାତିଅର୍ଜନ କରିଛି। ତେବେ ମିଡ୍‌ଲ ଅର୍ଡରରେ ଦଳର ଦୁର୍ବଳତା ପଦାରେ ପଡିଛି। ତେଣୁ ଏଥର ହାଇଦ୍ରାବାଦ ମିଡ୍‌ଲ ଅର୍ଡରକୁ ସୁଧାରିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ରହିଛି।
୨୦୧୬ରେ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ହାଇଦ୍ରାବାଦ ଆଇପିଏଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଏହାପରେ ଦଳ ଏକାଧିକବାର ପ୍ଲେ- ଅଫ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଟାଇଟଲ ହାସଲ କରିପାରି ନାହିଁ। ୨୦୧୭ରେ ହାଇଦ୍ରାବାଦ ଏଲିମିନେଟରରେ କୋଲକାତା ନାଇଟ ରାଇଡର୍ସ (କେକେଆର)ଠାରୁ ପରାସ୍ତ ହୋଇଥିଲା। ସେହିପରି ୨୦୧୮ରେ ହାଇଦ୍ରାବାଦ୍‌ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା। ୨୦୧୯ ଓ ୨୦୨୦ ସଂସ୍କରଣରେ ହାଇଦ୍ରାବାଦ ଯଥାକ୍ରମେ ଏଲିମିନେଟରରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କ୍ୱାଲିଫାୟର-୨ରେ ପରାସ୍ତ ହୋଇଥିଲା।
୨୦୨୧ ସଂସ୍କରଣ ପାଇଁ ଦଳ ତା’ର କୋର୍‌ ଗ୍ରୁପ ଖେଳାଳିଙ୍କୁ ବଜାୟ ରଖିଥିଲା। ତେଣୁ ଏଥର ଖେଳାଳି ନିଲାମରେ ହାଇଦ୍ରାବାଦ ସେତେଟା ସକ୍ରିୟ ନ ଥିଲା। କେବଳ କେତୋଟି ବ୍ୟାକ୍‌ଅପ ବିକଳ୍ପ ପାଇଁ ଦଳ ପଦକ୍ଷେପ ନେଇଥିଲା। କେବଳ ଗୋଟିଏ ସମସ୍ୟା ନେଇ ଦଳ ଚିନ୍ତିତ ରହିଛି। ଗତ ସଂସ୍କରଣରେ ମିଡ୍‌ଲ ଅର୍ଡର ସେତେଟା ଅଭିଜ୍ଞ ନ ଥିଲା। ଦଳ ପ୍ରିୟମ ଗର୍ଗ, ଅଭିଷେକ ଶର୍ମା ଓ ଅବଦୁଲ ସାମାଦଙ୍କ ଉପରେ ନିର୍ଭରଶୀଳ ଥିଲା।
ଦଳର ସବଳତା
ସନ୍ତୁଳନ ଦଳ ପାଇଁ ସବୁଠାରୁ ବଡ଼ ଶକ୍ତି ବିବେଚିତ ହୋଇଛି। ଦଳର ଟପ୍‌ ଅର୍ଡର ବେଶ୍‌ ଦୃଢ଼ ରହିଛି। ଡେଭିଡ ଓ୍ବାର୍ନର, ଜନି ବେୟାରଷ୍ଟୋ, ଜାସନ ରୟ, କେନ୍‌ ଓ୍ବିଲିୟମସନ, ମନୀଷ ପାଣ୍ଡେ ଓ ରିଦ୍ଧିମାନ ଶାହାଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଦଳର ବ୍ୟାଟିଂ ଲାଇନକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ଓ୍ବାର୍ନର ଓ ବେୟାରଷ୍ଟୋଙ୍କୁ ନେଇ ଓପନିଂ ଯୋଡି ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି। ଏହି ଦୁଇ ଓପନର ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ପ୍ରତିପକ୍ଷ ବୋଲିଂକୁ ନିହାତି ମାମୁଲି ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି। ସେହିପରି ଜାସନ ହୋଲ୍ଡର ଓ କେନ ଓ୍ବିଲିୟମସନ ମଧ୍ୟ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଛନ୍ତି। ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌ ପ୍ରଭାବୀ ରହିଛି। ଫିଟ୍‌ ହୋଇଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଆଫଗାନ ସ୍ପିନର ରସିଦ ଖାଁ ଏଥର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ସେହିପରି ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଓ ଆଫଗାନ ତାରକା ମୁଜିବ-ଉର ରହମାନ ଦଳର ବୋଲିଂ ବିଭାଗକୁ ଆହୁରି ଶାଣିତ କରିବେ।
ଦୁର୍ବଳତା
ଦଳର ସବୁଠାରୁ ଦୁର୍ବଳତା ହେଉଛି ଜଣେ ଫିନିଶରଙ୍କ ଅଭାବ। ବିଜୟ ଶଙ୍କର ଜଣେ ପ୍ରତିଭାସମ୍ପନ୍ନ ଅଲରାଉଣ୍ଡର ହୋଇଥିଲେ ମଧ୍ୟ ସେ ତାଙ୍କର ଦକ୍ଷତା ଏ ପର୍ଯ୍ୟନ୍ତ ପ୍ରମାଣ କରିପାରିନାହାନ୍ତି। ଏଥର କେଦାର ଯାଦବଙ୍କୁ ଦଳରେ ନିଆଯାଇଛି। ତେବେ ସେ ମିଡ୍‌ଲ ଅର୍ଡରରେ ନିଜର ଦକ୍ଷତା ପ୍ରମାଣ କରୁଛନ୍ତି କି ନା ତାହା ପରେ ଜଣାପଡିବ। କେଦାର ଅବଶ୍ୟ ସେତେଟା ଅଭ୍ୟାସ କରିବାର ସୁଯୋଗ ପାଇନାହାନ୍ତି।
ସୁଯୋଗ
ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଓ କେଦାରଙ୍କ ପାଇଁ ଏଥର ସୁଯୋଗ ରହିଛି। ମିଡ୍‌ଲ ଅର୍ଡରରେ କେଦାର ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ। ସେହିପରି ରିଦ୍ଧିମାନଙ୍କ ବ୍ୟାଟିଂ କ୍ରମରେ ଉନ୍ନତି କରାଯିବ ଓ ସେ ଯଥେଷ୍ଟ ସୁଯୋଗ ପାଇବେ। ଜାତୀୟ ଦଳରୁ ବାଦ୍‌ ପଡିଥିବାରୁ ମନୀଷ ପାଣ୍ଡେଙ୍କ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ଭଲ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିବେ।
ଆଶଙ୍କା
ଟପ୍‌ ଅର୍ଡର ଉପରେ ଦଳ ଅତ୍ୟଧିକ ନିର୍ଭରଶୀଳ ହୋଇଛି। ଯଦି ଟପ୍‌ ଅର୍ଡର ଫେଲ୍‌ ମାରେ ତାହାହେଲେ ମିଡ୍‌ଲ ଓ ଲୋୟର ଅର୍ଡର ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଜୟ ଶଙ୍କର, ଜାସନ ହୋଲ୍ଡରଙ୍କ ଉପରେ ଅଧିକ ଦାୟିତ୍ୱ ଆସିବ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri