ବ୍ୟାଙ୍କ ଉପରେ ପଡ଼ିପାରେ ୨ ହଜାର କୋଟିର ବୋଝ

ନୂଆଦିଲ୍ଲୀ:  ୨୦୨୦ ମାର୍ଚ୍ଚଠାରୁ ଅଗଷ୍ଟ ଯାଏ ସରକାର ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ଘୋଷଣା କରିଥିଲେ। ଏହି ସମୟରେ କ୍ଷୁଦ୍ର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବା ଲାଗି ନିକଟରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ପ୍ରାୟ ୧୮ ଶହ କୋଟି ଟଙ୍କାରୁ ୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୋଝ ପଡିପାରେ ବୋଲି ଆକଳନରୁ ଜଣାପଡିଛି। ଗତବର୍ଷ ନଭେମ୍ବରରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ଏହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାର ପରିସର ରହିଥିଲା। ଋଣ ମୋରାଟୋରିୟମ ଲାଗି ଚକ୍ରବୃଦ୍ଧି ସୁଧ ସହାୟତା ଯୋଜନା ଲାଗି ସରକାରଙ୍କୁ ୨୦୨୦-୨୧ରେ ୫,୫୦୦କୋଟି ଟଙ୍କା ପଡ଼ିବ। ଏହା ମଧ୍ୟରେ ସମସ୍ତ ଋଣ ଗ୍ରହୀତା ରହିଛନ୍ତି। ସେହିଭଳି ଯେଉଁମାନେ ମୋରାଟୋରିୟମ ନେଇ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏହି ଯୋଜନାକୁ ମଧ୍ୟ ଲାଗୁ କରାଇବା ଲାଗି ଯୋଜନା ରହିଥିଲା। ବ୍ୟାଙ୍କିଙ୍ଗ ଶିଳ୍ପର ଜଣେ ଅଧିକାରୀଙ୍କ ମୁତାବକ, ପ୍ରାୟ ୬୦% ଋଣ ଗ୍ରହୀତା ଋଣ ମୋରାଟୋରିୟମ ଗ୍ରହଣ କରିଥିଲେ। ଲକ୍‌ଡାଉନ ଉଠିବା ପରେ ଋଣ ଆଦାୟ ଉନ୍ନତ ହେବାରୁ ଏହା ୪୦%କୁ ଖସିଛି। କର୍ପୋରେଟଗୁଡିକୁ ବିଚାର କଲେ ଏହା ପ୍ରାୟ ୨୫% ରହିବ। ଯେଉଁ ଗ୍ରାହକ ମୋରାଟୋରିୟମ ଗ୍ରହଣ କରିଥିବେ ସେମାନଙ୍କ ଚକ୍ରବୃଦ୍ଧି ସୁଧ ବ୍ୟାଙ୍କ ବହନ କରିବେ। ଯଦି ଜଣେ ୩ ମାସର ମୋରାଟୋରିୟମ ଗ୍ରହଣ କରିଥାନ୍ତି ତେବେ ଏହି ଅବଧି ଲାଗି ବ୍ୟାଙ୍କ ଉକ୍ତ ଛାଡ ସୁବିଧା ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ମହାମାରୀ ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୦ ମାର୍ଚ୍ଚ ପହିଲାରୁ ମେ ପହିଲା ଯାଏ ମୋରାଟୋରିୟମ ଅବଧି ପ୍ରଦାନ କରିଥିଲା। ଏହାକୁ ପରେ ଅଗଷ୍ଟ ମାସ ଯାଏ ବୃଦ୍ଧି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri