Posted inଖେଳ

ଆଇପିଏଲ୍‌: ଫାଙ୍କା ଷ୍ଟାଡିୟମରେ କ୍ରିକେଟର କ୍ୱାଲିଟି ପ୍ରଭାବିତ ହେବନି: ଲକ୍ଷ୍ମଣ

ଦୁବାଇ,୨୫।୮(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ। ଏହା ସତ୍ତ୍ୱେ ଆଇପିଏଲ୍‌ରେ କ୍ରିକେଟର କ୍ୱାଲିଟି ତଥା ଗୁଣବତ୍ତା ପ୍ରଭାବିତ ହେବ ନାହିଁ ବୋଲି ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ ମେଣ୍ଟର ଭି.ଭି.ଏସ୍‌. ଲକ୍ଷ୍ମଣ କହିଛନ୍ତି। ମହାମାରୀ କାରଣରୁ ଏହି ଲିଗ୍‌କୁ ଭାରତରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଆଇପିଏଲ୍‌ ନଭେମ୍ବର ୧୦ ତାରିଖରେ ଶେଷ ହେବ। ମ୍ୟାଚ୍‌ଗୁଡିକ ଦୁବାଇ, ଆବୁଧାବି ଓ ଶାରଜାରେ ଆୟୋଜନ ହେବ।
ଷ୍ଟାଡିୟମରେ ଉପସ୍ଥିତ ନ ରହିଲେ ମଧ୍ୟ ପ୍ରଶଂସକମାନେ ପୂର୍ବଭିଳି ଆଇପିଏଲ୍‌କୁ ଉପଭୋଗ କରିପାରିବେ ବୋଲି ସେ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ୍‌ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ କହିଛନ୍ତି। କ୍ରିକେଟର ଶକ୍ତି ବା ଗୁଣବତ୍ତାରେ ଅବନତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ୟୁଏଇରେ କିଭଳି ପିଚ୍‌ ମିଳିବ ଓ ଏହି ପିଚ୍‌ଗୁଡିକ ଧର୍ମ କିପରି ହେବ ସେ ନେଇ ଲକ୍ଷ୍ମଣ ଆଶଙ୍କା ପ୍ରକାଶ କରିଛନ୍ତି। ଗ୍ରାଉଣ୍ଡ ଷ୍ଟାଫ୍‌ମାନେ କିଭଳି କାର୍ଯ୍ୟ କରିଛନ୍ତି ତାହା ଜାଣିବାକୁ ହେଲେ ଆମକୁ ଅପେକ୍ଷା କରିବାକୁ ହେବ। ଉଇକେଟଗୁଡିକ ସାମାନ୍ୟ ମନ୍ଥର ହୋଇପାରେ। କିନ୍ତୁ ଆଉଟ୍‌ଫିଲ୍ଡ ଅତି ସୁନ୍ଦର ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ୍‌ର ଭାରତୀୟ ଖେଳାଳିମାନେ ରବିବାର ଦୁବାଇରେ ପହଞ୍ଚିଛନ୍ତି। ଆଇପିଏଲ୍‌ର ଅନ୍ତିମ ଦୁଇ ଦଳ ଭାବେ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ୟୁଏଇରେ ପହଞ୍ଚିଛନ୍ତି। ୨୦୨୦ ନିଲାମରେ ମିଡଲ ଅର୍ଡର ପାଇଁ ଯୁବ ବ୍ୟାଟ୍ସମ୍ୟାନମାନଙ୍କୁ ଚୟନ କରିବାକୁ ଲକ୍ଷ୍ମଣ ଓ ବାକି ଟମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିଥିଲେ। ଫଳରେ ଦଳରେ ପ୍ରିୟମ ଗର୍ଗ, ବିରାଟ ସିଂ ଓ ବି. ସନ୍ଦୀପ ଓ ଅନ୍ୟ କେତେଜଣ ଯୁବ ଖେଳାଳି ସାମିଲ ହୋଇଛନ୍ତି। ଏମାନେ ସମସ୍ତେ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତେବେ ଦଳରେ ଦେଶର ଓ ବିଦେଶର ଅଭିଜ୍ଞ ଖେଳାଳିମାନେ ମଧ୍ୟ ସାମିଲ ହୋଇଥିବା ବୋଲି ସେ କହିଛନ୍ତି।
ହାଇଦ୍ରାବାଦ୍‌ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ କରିଛି। ହେଡ୍‌ କୋଚ୍‌ ହିସାବରେ ଟମ୍‌ ମୁଡିଙ୍କ ବଦଳରେ ଟ୍ରେଭର ବେଲିସ୍‌ଙ୍କୁ ନିଯୁକ୍ତି କରାଯାଇଛି। ସହକାରୀ କୋଚ୍‌ ଭାବେ ସାଇମନ ହେଲମୋଟଙ୍କ ବଦଳରେ ବ୍ରାଡ୍‌ ହାଡିନଙ୍କୁ ଦଳରେ ସାମିଲ କରାଯାଇଛି। ହାଡିନ୍‌ ପୂର୍ବରୁ ବେଲିସ୍‌ଙ୍କ ସହ କାର୍ଯ୍ୟ କରିଛନ୍ତି। ବେଲିସ୍‌ ହେଉଛନ୍ତି ବିଶ୍ୱର ଅନ୍ୟତମ ସଫଳତମ କୋଚ୍‌। ତାଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ବୋଲି ଲକ୍ଷ୍ମଣ କହିଛନ୍ତି। ସେ ଜଣେ ଥଣ୍ଡା ମିଜାଜ୍‌ର ବ୍ୟକ୍ତି। ସବୁ ପ୍ରକାର ପରିସ୍ଥିତିରେ ଦଳକୁ ସେ ଠିକ୍‌ ଭାବେ ଦିଗ୍‌ଦର୍ଶନ ଦେଇପାରିବେ। ସେହିପରି ଆସିଷ୍ଟାଣ୍ଟ କୋଚ୍‌ ଭାବେ ହାଡିନ୍‌ ଶତପ୍ରତିଶତରୁ ଅଧିକ ପ୍ରଦାନ କରିବେ ବୋଲି ଲକ୍ଷ୍ମଣ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri