Posted inଖେଳ

ଆଇପିଏଲ୍‌: ଫାଙ୍କା ଷ୍ଟାଡିୟମରେ କ୍ରିକେଟର କ୍ୱାଲିଟି ପ୍ରଭାବିତ ହେବନି: ଲକ୍ଷ୍ମଣ

ଦୁବାଇ,୨୫।୮(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହେବ। ଏହା ସତ୍ତ୍ୱେ ଆଇପିଏଲ୍‌ରେ କ୍ରିକେଟର କ୍ୱାଲିଟି ତଥା ଗୁଣବତ୍ତା ପ୍ରଭାବିତ ହେବ ନାହିଁ ବୋଲି ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ ମେଣ୍ଟର ଭି.ଭି.ଏସ୍‌. ଲକ୍ଷ୍ମଣ କହିଛନ୍ତି। ମହାମାରୀ କାରଣରୁ ଏହି ଲିଗ୍‌କୁ ଭାରତରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଆଇପିଏଲ୍‌ ନଭେମ୍ବର ୧୦ ତାରିଖରେ ଶେଷ ହେବ। ମ୍ୟାଚ୍‌ଗୁଡିକ ଦୁବାଇ, ଆବୁଧାବି ଓ ଶାରଜାରେ ଆୟୋଜନ ହେବ।
ଷ୍ଟାଡିୟମରେ ଉପସ୍ଥିତ ନ ରହିଲେ ମଧ୍ୟ ପ୍ରଶଂସକମାନେ ପୂର୍ବଭିଳି ଆଇପିଏଲ୍‌କୁ ଉପଭୋଗ କରିପାରିବେ ବୋଲି ସେ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ୍‌ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ କହିଛନ୍ତି। କ୍ରିକେଟର ଶକ୍ତି ବା ଗୁଣବତ୍ତାରେ ଅବନତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ୟୁଏଇରେ କିଭଳି ପିଚ୍‌ ମିଳିବ ଓ ଏହି ପିଚ୍‌ଗୁଡିକ ଧର୍ମ କିପରି ହେବ ସେ ନେଇ ଲକ୍ଷ୍ମଣ ଆଶଙ୍କା ପ୍ରକାଶ କରିଛନ୍ତି। ଗ୍ରାଉଣ୍ଡ ଷ୍ଟାଫ୍‌ମାନେ କିଭଳି କାର୍ଯ୍ୟ କରିଛନ୍ତି ତାହା ଜାଣିବାକୁ ହେଲେ ଆମକୁ ଅପେକ୍ଷା କରିବାକୁ ହେବ। ଉଇକେଟଗୁଡିକ ସାମାନ୍ୟ ମନ୍ଥର ହୋଇପାରେ। କିନ୍ତୁ ଆଉଟ୍‌ଫିଲ୍ଡ ଅତି ସୁନ୍ଦର ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ୍‌ର ଭାରତୀୟ ଖେଳାଳିମାନେ ରବିବାର ଦୁବାଇରେ ପହଞ୍ଚିଛନ୍ତି। ଆଇପିଏଲ୍‌ର ଅନ୍ତିମ ଦୁଇ ଦଳ ଭାବେ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ୟୁଏଇରେ ପହଞ୍ଚିଛନ୍ତି। ୨୦୨୦ ନିଲାମରେ ମିଡଲ ଅର୍ଡର ପାଇଁ ଯୁବ ବ୍ୟାଟ୍ସମ୍ୟାନମାନଙ୍କୁ ଚୟନ କରିବାକୁ ଲକ୍ଷ୍ମଣ ଓ ବାକି ଟମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିଥିଲେ। ଫଳରେ ଦଳରେ ପ୍ରିୟମ ଗର୍ଗ, ବିରାଟ ସିଂ ଓ ବି. ସନ୍ଦୀପ ଓ ଅନ୍ୟ କେତେଜଣ ଯୁବ ଖେଳାଳି ସାମିଲ ହୋଇଛନ୍ତି। ଏମାନେ ସମସ୍ତେ ଘରୋଇ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତେବେ ଦଳରେ ଦେଶର ଓ ବିଦେଶର ଅଭିଜ୍ଞ ଖେଳାଳିମାନେ ମଧ୍ୟ ସାମିଲ ହୋଇଥିବା ବୋଲି ସେ କହିଛନ୍ତି।
ହାଇଦ୍ରାବାଦ୍‌ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ କରିଛି। ହେଡ୍‌ କୋଚ୍‌ ହିସାବରେ ଟମ୍‌ ମୁଡିଙ୍କ ବଦଳରେ ଟ୍ରେଭର ବେଲିସ୍‌ଙ୍କୁ ନିଯୁକ୍ତି କରାଯାଇଛି। ସହକାରୀ କୋଚ୍‌ ଭାବେ ସାଇମନ ହେଲମୋଟଙ୍କ ବଦଳରେ ବ୍ରାଡ୍‌ ହାଡିନଙ୍କୁ ଦଳରେ ସାମିଲ କରାଯାଇଛି। ହାଡିନ୍‌ ପୂର୍ବରୁ ବେଲିସ୍‌ଙ୍କ ସହ କାର୍ଯ୍ୟ କରିଛନ୍ତି। ବେଲିସ୍‌ ହେଉଛନ୍ତି ବିଶ୍ୱର ଅନ୍ୟତମ ସଫଳତମ କୋଚ୍‌। ତାଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଅର୍ଜନ କରିଛି ବୋଲି ଲକ୍ଷ୍ମଣ କହିଛନ୍ତି। ସେ ଜଣେ ଥଣ୍ଡା ମିଜାଜ୍‌ର ବ୍ୟକ୍ତି। ସବୁ ପ୍ରକାର ପରିସ୍ଥିତିରେ ଦଳକୁ ସେ ଠିକ୍‌ ଭାବେ ଦିଗ୍‌ଦର୍ଶନ ଦେଇପାରିବେ। ସେହିପରି ଆସିଷ୍ଟାଣ୍ଟ କୋଚ୍‌ ଭାବେ ହାଡିନ୍‌ ଶତପ୍ରତିଶତରୁ ଅଧିକ ପ୍ରଦାନ କରିବେ ବୋଲି ଲକ୍ଷ୍ମଣ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?