Posted inଖେଳ

ଆଇପିଏଲ୍‌ ୨୦୨୧ରେ ସବୁ ଦଳକୁ ଲାଗିପାରେ ଝଟ୍‌କା: ଖେଳି ନ ପାରନ୍ତି ଏହି ୪୦ ଖେଳାଳି

ନୂଆଦିଲ୍ଲୀ,୨।୬: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ଆୟୋଜନ ହେବ ବୋଲି ଘୋଷଣା କରିଛି। ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଛି। ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ ହୋଇପାରେ। ତେବେ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ବହୁ ବିଦେଶୀ ଖେଳାଳିଙ୍କ ଖେଳିବା ଉପରେ ସନ୍ଦେହ ରହିଛି। ଆଇପିଏଲର ଅବଶିଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଦୁଇଟି ବିଦେଶୀ ବୋର୍ଡ ପକ୍ଷରୁ ଝଟ୍‌କା ଲାଗିଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ କହିଛି ଯେ ସେମାନଙ୍କ ଖେଳାଳିମାନେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ ନାହିଁ। ଏବେ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟ କହିଛି ଯେ ସେମାନଙ୍କ ଖେଳାଳିମାନେ ଆଇପିଏଲର ଅଂଶ ହେବେ ନାହିଁ।

ଅନ୍ୟପକ୍ଷରେ, ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଟି -୨୦ ବିଶ୍ୱକପ ପୂର୍ବରୁ ୩ରୁ ୪ ସିରିଜ ଖେଳିବାକୁ ପଡ଼ିବ। ତେଣୁ ଏହାର ଖେଳାଳିମାନଙ୍କୁ ୟୁଏଇ ଯିବା କଷ୍ଟକର। ଇଂଲଣ୍ଡର ୧୨ ଖେଳାଳି ଏବଂ ଅଷ୍ଟ୍ରେଲିଆର ୧୮ ଖେଳାଳି ଆଇପିଏଲ ୨୦୨୧ରେ ଖେଳୁଥିଲେ।

ଆସନ୍ତା କିଛି ସପ୍ତାହ ମଧ୍ୟରେ ଜଡିତ ସମସ୍ତ ବିଦେଶୀ ବୋର୍ଡ ସହିତ ବିସିସିଆଇ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। ଖେଳାଳିଙ୍କ ଉପଲବ୍ଧତା ଉପରେ ଅଧିକ ନିଷ୍ପତ୍ତି ନେବା ପୂର୍ବରୁ ଭାରତୀୟ ବୋର୍ଡ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବ। ଥରେ ବିଦେଶୀ ବୋର୍ଡରୁ ଖେଳାଳିଙ୍କ ଉପଲବ୍ଧତା ପାଇବା ପରେ ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜକୁ ଜଣାଇବ।

ଏହି ୪୦ ବିଦେଶୀ ଖେଳାଳି ଖେଳି ନ ପାରନ୍ତି

ରାଜସ୍ଥାନ ରୟାଲ୍ସ: ମୁସ୍ତାଫିଜୁର ରହମାନ, ଲିଆମ ଲିଭିଙ୍ଗଷ୍ଟୋନ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ, ଜୋସ ବଟଲର, ଆଣ୍ଡ୍ରିୟୁ ଟାଇ

ପଞ୍ଜାବ କିଙ୍ଗ୍ସ: ଡେଭିଡ ମଲାନ, ମୋଇସ ହେନ୍‌ରିକ୍ସ, ଝାୟ ରିଚାର୍ଡସନ, ରେଲି ମେରେଡିଥ, କ୍ରିସ ଜୋର୍ଡାନ, କ୍ରିସ ଗେଲ, ନିକୋଲାସ ପୁରନ, ଫ୍ୟାବିୟନ ଏଲନ

କୋଲକାତା ନାଇଟ ରାଇଡର୍ସ: ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ଇଅନ ମୋର୍ଗାନ, ବେନ କଟିଙ୍ଗ, ଆନ୍ଦ୍ରେ ରସେଲ

ଚେନ୍ନାଇ ସୁପର କିଙ୍ଗ୍ସ: ମୋଇନ ଅଲି, ସାମ କରନ, ଜେସନ ବେହେରନ୍‌ଡୋଫ୍‌, ଡ୍ବେନ ବ୍ରାଭୋ୍‌

ଦିଲ୍ଲୀ କ୍ୟାପିଟାଲ୍ସ: ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, କ୍ରିସ ବୋକ୍ସ, ଟମ କରନ, ସାମ ବିଲିଙ୍ଗସ, ଶିମରୋନ ହେଟମାୟର୍‌

ମୁମ୍ବାଇ ଇଣ୍ଡିଆନ୍ସ: କ୍ରିସ ଲିନ, ନାଥାନ କୁଲଟର-ନାଇଲ, କିରନ ପୋଲାର୍ଡ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ନର, ଜନି ବେୟାରଷ୍ଟୋ, ଜେସନ ରଏ, ଜେସନ ହୋଲ୍ଡର।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ ସାମସ, ଆଦାମ ଜାମ୍ପା, କେନ ରିଚାର୍ଡସନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?