Posted inଖେଳ

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ ସମସ୍ୟା ଯୋଗୁ ଅଧିନାୟକ ଋତୁରାଜ ଗାଏକଓ୍ବାଡ ପୁରା ସିଜନ୍‌ରୁ ବାଦ୍‌ ପଡ଼ିଛନ୍ତି। ଏମିତିରେ ତାଙ୍କ ଅନୁପସ୍ଥିତିରେ ଏମ୍‌ ଏସ୍‌ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି। ସେମବାର ତାଙ୍କ ଅଧିନାୟକତ୍ୱରେ ଦଳ ଜବରଦସ୍ତ ବିଜୟ ଲାଭ କରିଛି। ଏସବୁ ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଚେନ୍ନାଇ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି।

ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଧୋନୀ ଚମତ୍କାର ଫର୍ମରେ ନଜର ଆସିଥିଲେ। ଲକ୍ଷ୍ନୌ ବିପକ୍ଷରେ ସେ ଅନ୍ତିମ ଓଭରରେ ବିଜୟ ହାସଲ କରିଥିଲେ। ଏହାରେ ହୋଟେଲ୍‌ରେ ଦଳକୁ ଖୁସିରେ ସ୍ବାଗତ କରାଯାଇଥିଲା। ହେଲେ ସେ ଏହି ସମୟରେ ଛୋଟାଉଥିବା ଦେଖାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ଏତିକି ନୁହେଁ ମ୍ୟାଚ୍‌ର ଅନ୍ତିମ ଓଭରରେ ମଧ୍ୟ ସେ କଷ୍ଟରେ ଥିବା ଦେଖାଯାଇଥିଲା। ଏମିତିରେ ଯଦି ଧୋନୀଙ୍କ ଏହି ଆଘାତ ଗମ୍ଭୀର ହୁଏ ତେବେ ଚେନ୍ନାଇକୁ ବଡ଼ ଝଟ୍‌କା ଲାଗିପାରେ।

କହିରଖୁଛୁ, ୨୦୨୪ରେ ଧୋନୀ ଆଇପିଏଲରେ ଆହତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ଥିଲେ, ତଥାପି ଖେଳିବା ଜାରି ରଖିଥିଲେ। ଏହା ପୂର୍ବରୁ ଧୋନୀଙ୍କର ୨୦୨୩ ଜୁନ୍‌ ୧ରେ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା।

ଏହି ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନୀ ତାଙ୍କ ଦଳର ବିଜୟର ନାୟକ ସାଜିଥିଲେ। ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ସିଏସ୍‌କେକୁ ଜିତିବା ପାଇଁ ୧୬୭ ରନର ଟାର୍ଗେଟ ଦେଇଥିଲା। ଜବାବରେ CSK ୧୧୧ ରନରେ ୫ ଉଇକେଟ ହରାଇଥିଲା। ଏହା ପରେ ଏମ୍‌ଏସ୍‌ ଧୋନୀ ପଡ଼ିଆକୁ ଆସିଥିଲେ ଏବଂ ଦଳକୁ ବିଜୟୀ କରାଇବା ପରେ ହିଁ ପାଭିଲିୟନ ଫେରିଥିଲେ। ସେ ୧୧ଟି ବଲ୍‌ରେ ୨୩୬.୩୬ ଷ୍ଟ୍ରାଇକ ରେଟ୍‌ ସହ ଅପରାଜିତ ୨୬ ରନ୍‌ କରିଥିଲେ, ଯେଉଁଥିରେ ୪ଟି ଚୌକା ଏବଂ ୧ଟି ଛକା ଅନ୍ତର୍ଭୁକ୍ତ ଥିଲା। ଧୋନିଙ୍କ ଏହି ଇନିଂସ ଯୋଗୁ CSK ଦଳ ଏହି ମ୍ୟାଚ ୫ ଉଇକେଟରେ ଜିତିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri