Posted inଖେଳ

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଲକ୍‌ଡାଉନ ହେଲେ ମଧ୍ୟ ଏଠାରେ ମ୍ୟାଚ ଅନୁଷ୍ଠିତ ହେବ। ଯଦି ମହାରାଷ୍ଟ୍ରରେ ଲକ୍‌ଡାଉନ ହେବ ତେବେ ଭଲ ହେବ, କାରଣ ସେତେବେଳେ ଅନେକ ଲୋକ ନଥିବେ। କେବଳ ଅଳ୍ପ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ। ଗତ ବର୍ଷ ୟୁଏଇରେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏପରି କିଛି ଘଟଣା ଘଟିଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପରେ ଜିନିଷଗୁଡ଼ିକ ଭଲରେ ଚାଲିଥିଲା। ସରକାରଙ୍କ ତରଫରୁ ମ୍ୟାଚ ଆୟୋଜନ କରିବାକୁ ଆମକୁ ସମସ୍ତ ଅନୁମତି ମିଳିଛି। ୧୦ ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ମୁମ୍ବାଇରେ କେବଳ ୧୦ଟି ମ୍ୟାଚ ଅନୁଷ୍ଠିତ ହେବ। ବାୟୋ ବବୁଲ ଭିତରେ କୌଣସି ଅସୁବିଧା ନାହଁି। ଆମର ଏକ ବହୁତ ସୁରକ୍ଷିତ ସେଟଅପ ଅଛି, ଯେଉଁଠାରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଗାଙ୍ଗୁଲି କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ଟି -୨୦ ଲିଗ ଏପ୍ରିଲ ୯ରୁ ଆରମ୍ଭ ହେବ। ମୁମ୍ବାଇରେ ୧୦ଟି ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ

ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍‌ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା...

ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍‌ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ...

ଅଟକିଗଲା ଚକଦା ଏକ୍ସପ୍ରେସ୍‌

ଭାରତୀୟ ମହିଳା କ୍ରିକେଟରେ ଚକଦା ଏକ୍ସପ୍ରେସଭାବେ ପରିଚିତ ଥିଲେ ଝୁଲଣ ଗୋସ୍ବାମୀ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ ପରେ ଏହି ଏକ୍ସପ୍ରେସ...

କାନାଡ଼ା ଓପନ୍‌: ସେମିରେ କାଶ୍ୟପ

କାଲଗାରି,୬।୭(ପିଟି)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ୬ଷ୍ଠ ସିଡ୍‌...

ଜନ୍ମ ଦିନରେ ଶତକ ସହ ଅଷ୍ଟ୍ରେଲିଆକୁ ବିଜୟୀ କଲେ ଓ୍ବାର୍ନର

ଆଡିଲେଡ, ୨୭।୧୦(ଏଏଫପି) : ୩୩ତମ ଜନ୍ମଦିନରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର। ତାଙ୍କର ଏହି ଶତକ ବଳରେ ଅଷ୍ଟ୍ରେଲିଆ ସିରିଜର ପ୍ରଥମ ମ୍ୟାଚରେ...

ଅଲ ଓଡ଼ିଶା ବିଲିୟାଡର୍‌ସ, ସ୍ନୁକର: ସୁବ୍ରତ-କୁନାଲ ଫାଇନାଲ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ କଟକ କ୍ଲବଠାରେ ଚାଲିଥିବା ୨୬ତମ...

ଏସିଆ କପ୍‌ ଲାଗି ପାକିସ୍ତାନ ଯିବ ନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧୦: ୨୦୨୩ ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ। ପ୍ରଥମେ ଏହା ସମ୍ଭବ ବୋଲି କୁହାଯାଉଥିବା ବେଳେ ଏବେ ବିିସିସିଆଇ...

ଶସ୍ତାରେ ଓପନରଙ୍କୁ ହରାଇଲା ଟିମ୍‌ ଇଣ୍ଡିଆ

ଆଣ୍ଟିଗୁଆ,୨।୨: ଏଠାରେ ବୁଧବାର ଖେଳାଯାଉଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ସେମିଫାଇନାଲରେ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କୁ ହରାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବୋଲିଂ ଆଗରେ...

Advertisement
Archives

Model This Week