Posted inଖେଳ

ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପୂର୍ବରୁ ଏହା ସ୍ପଷ୍ଟ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଆସନ୍ତା ୨୧ ତାରିଖ ମଧ୍ୟରେ ଆଇପିଏଲର ୮ ଦଳକୁ ବଜାୟ ଖେଳାଳିଙ୍କ ତାଲିକା ଦେବାକୁ କୁହାଯାଇଛି।

ଗତ ୨୦୨୦ ସିଜନରେ ସ୍ମିଥ୍‌ ଆଭରେଜ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଦଳ ତାଙ୍କୁ ବିଦା କରବାକୁ ଚିନ୍ତା କରୁଛି। ଏହି ଅଷ୍ଟ୍ରେଲିଆନ ଖେଳାଳି ୧୪ ମ୍ୟାଚ୍‌ରେ ୧୩୧ ଷ୍ଟ୍ରାଇକରେଟ୍‌ରେ ହାସଲ କରିଥିଲେ ୩୧୧ ରନ୍‌। ଏହାଛଡ଼ା ସ୍ମିଥଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନ ଥିଲା। ଏଠାରେ ପ୍ରଶ୍ନ ଉଠୁଛି ସ୍ମିଥ ବିଦା ହେଲା ପରେ ଦଳର ନେତୃତ୍ୱ ଭାର କିଏ ନେବ? ଗତ ସିଜନରେ ସଞ୍ଜୁ ସାମସନ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଦଳରେ ତାଙ୍କ ଠାରୁ ଅଧିକ ଅଭିଜ୍ଞତା ଥିବା ବେନ ଷ୍ଟୋକ୍ସ ଓ ଜୋସ ବଟଲରଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ଦୁଇ ଇଂଲିଶ ଖେଳାଳିଙ୍କ ଉପରେ ଅଧିକ ଚାପ ପକାଇବାକୁ ପ୍ରସ୍ତୁତ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌...

ବଡ଼ ରେକର୍ଡ ହାସଲ କଲେ ଜାଡେଜା

କଲମ୍ବୋ,୧୩।୯: ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏସିଆ କପ ୨୦୨୩ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଭାରତ ପାଇଁ ଏସିଆ କପ...

‘ଅବସର ନେବା ହଠାତ ନିଷ୍ପତ୍ତି ନ ଥିଲା’

ଚଟ୍ଟଗ୍ରାମ(ବାଂଲାଦେଶ),୭ା୭: ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ ଇକ୍‌ବାଲ ଗୁରୁବାର ତାଙ୍କର ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ବାଂଲାଦେଶକୁ ୨୦୨୩...

ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ...

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ...

୬ ବର୍ଷ ପରେ ନୋ ବଲ

କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୪।୯:ଏସିଆ କପରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି। ସୁପର୍‌-୪ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ...

କୋଚ୍‌ ଭାବେ ବିଫଳତାକୁ ସହ୍ୟ କରିପାରୁ ନ ଥିଲେ ଶାସ୍ତ୍ରୀ: କାର୍ତ୍ତିକ

ନୂଆଦିଲ୍ଲୀ,୧୭।୮: ଭାରତର ଅନୁଭବୀ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଶାସ୍ତ୍ରୀ ଖେଳାଳିମାନଙ୍କୁ ବିଶେଷ...

Advertisement
Archives

Model This Week