Posted inଖେଳ

ଷ୍ଟିଭ ସ୍ମିଥଙ୍କୁ ଛାଡ଼ିପାରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୧୨ା୧- ଆଇପିଏଲ ଦଳ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଛାଡ଼ିବାକୁ ଚିନ୍ତା କରୁଛି। ଏ ନେଇ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଫ୍ରାଞ୍ଚାଇଜ ଦଳରେ ରଖିବାକୁ ଚାହୁଁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପୂର୍ବରୁ ଏହା ସ୍ପଷ୍ଟ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଆସନ୍ତା ୨୧ ତାରିଖ ମଧ୍ୟରେ ଆଇପିଏଲର ୮ ଦଳକୁ ବଜାୟ ଖେଳାଳିଙ୍କ ତାଲିକା ଦେବାକୁ କୁହାଯାଇଛି।

ଗତ ୨୦୨୦ ସିଜନରେ ସ୍ମିଥ୍‌ ଆଭରେଜ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଦଳ ତାଙ୍କୁ ବିଦା କରବାକୁ ଚିନ୍ତା କରୁଛି। ଏହି ଅଷ୍ଟ୍ରେଲିଆନ ଖେଳାଳି ୧୪ ମ୍ୟାଚ୍‌ରେ ୧୩୧ ଷ୍ଟ୍ରାଇକରେଟ୍‌ରେ ହାସଲ କରିଥିଲେ ୩୧୧ ରନ୍‌। ଏହାଛଡ଼ା ସ୍ମିଥଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନ ଥିଲା। ଏଠାରେ ପ୍ରଶ୍ନ ଉଠୁଛି ସ୍ମିଥ ବିଦା ହେଲା ପରେ ଦଳର ନେତୃତ୍ୱ ଭାର କିଏ ନେବ? ଗତ ସିଜନରେ ସଞ୍ଜୁ ସାମସନ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଦଳରେ ତାଙ୍କ ଠାରୁ ଅଧିକ ଅଭିଜ୍ଞତା ଥିବା ବେନ ଷ୍ଟୋକ୍ସ ଓ ଜୋସ ବଟଲରଙ୍କ ଭଳି ବିଦେଶୀ ଖେଳାଳି ରହିଛନ୍ତି। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟ ଦୁଇ ଇଂଲିଶ ଖେଳାଳିଙ୍କ ଉପରେ ଅଧିକ ଚାପ ପକାଇବାକୁ ପ୍ରସ୍ତୁତ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…

ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି…

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri