Posted inଖେଳ

୧୨ ବର୍ଷରୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏହି ଖେଳାଳି, ଏବେ ଆଇପିଏଲରେ କଲେ ଧମାକା

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ଦ୍ୱିତୀୟ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲରେ ଡେବ୍ୟୁ କରିଛନ୍ତି ରବି ବିଷ୍ଣୋଇ। କ୍ରିକେଟର ଭବିଷ୍ୟତ କୁହାଯାଉଥିବା ରବିଙ୍କ ପାଇଁ ପ୍ରଥମ ମ୍ୟାଚ୍‌ରେ ଅନିଲ କୁମ୍ବଲେଙ୍କ ପରି ଜଣେ ଭେଟେରାନ ଠିଆ ହୋଇ କରତାଳି ଦେଇଥିଲେ। ଅଣ୍ଡର -୧୯ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଲେଗ ସ୍ପିନର ରବି ବିଷ୍ଣୋଇଙ୍କୁ ପଞ୍ଜାବର ପ୍ରଶିକ୍ଷକ ଅନିଲ କୁମ୍ବଲେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ବିଷ୍ଣୋଇକୁମ୍ବଲେଙ୍କୁ ଆଦୌ ନିରାଶ ମଧ୍ୟ କରି ନ ଥିଲେ। ତାଙ୍କ ସ୍ପିନରେ ରୁଷଭ ପନ୍ତଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ସେ ୪ ଓଭରରେ ମାତ୍ର ୨୨ ରନ ଦେଇଥିଲେ। ରୁଷଭ ପନ୍ତଙ୍କୁ ତାଙ୍କର ପ୍ରଥମ ଆଇପିଏଲ ଶିକାର କରିଥିଲେ। ବିଷ୍ଣୋଇଙ୍କ ଚାରି ଓଭର ଶେଷ ହେବା ମାତ୍ରେ କୋଚ ଅନିଲ କୁମ୍ବଲେ ତାଙ୍କ ପାଇଁ କରତାଳି ଦେଇଥିବାର ନଜର ଆସିଥିଲେ।
ରବି ବିଷ୍ଣୋଇଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ଦ୍ୱରା ଆଇପିଏଲରେ ୨ କୋଟି ମୂଲ୍ୟରେ କ୍ରୟ କରାଯାଇଛି। ପରିବାର ସହ ଯୋଧପୁରରେ ରହୁଥିବା ରବି ମାତ୍ର ୧୨ ବର୍ଷରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। କ୍ରିକେଟ ଖେଳିବା ପାଇଁ ବିଷ୍ଣୁ ଏକ କ୍ରିକେଟ୍‌ ଏକାଡେମୀ ନିର୍ମାଣ ବେଳେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପରେ ଅନେକ ସଂଘର୍ଷ ପରେ ସେ ଅଣ୍ଡର-୧୯ ବିଶ୍ୱକପରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କୁ ବୁଢା କୁହନ୍ତି ସ୍ତ୍ରୀ

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଘଟିଥିବା ଏକ ମଜାଦାର ଘଟଣାକୁ ଶେୟାର କରିଛନ୍ତି ଟିମ ଇଣ୍ଡିଆ ଫାଷ୍ଟ ବୋଲର ଇଶାନ୍ତ ଶର୍ମା। ଏକ...

ଟସ୍‌ ଜିତିଲା ଭାରତ

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି...

ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ଫୋନରେ ଏମିତି କହିଥିଲେ ଯଶସ୍ବୀ

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦ ଉଇକେଟରେ ହରାଇ ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲ ପ୍ରବେଶ କରିଛି ଭାରତ। ଜବରଦସ୍ତ ଫର୍ମରେ ଥିବା ୧୮ ବର୍ଷୀୟ ଯଶସ୍ବୀ ନିଜର ପ୍ରଥମ...

ଭାରତ ଗସ୍ତରୁ ଓହରିଲେ ତାମିମ

ଢାକା,୨୬।୧୦(ପି.ଟି.): ବାଂଲାଦେଶ ଭାରତ ଗସ୍ତରେ ଆସୁଥିବା ବେଳେ ସିନିୟର ଓପନର ତାମିମ ଇକ୍‌ବାଲ ଏଥିରୁ ଓହରିଯାଇଛନ୍ତି। ତାଙ୍କ ସ୍ତ୍ରୀ ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି।...

ଇଂଲଣ୍ଡକୁ ମିଳିଲା ନୂଆ ହିରୋ

ବର୍ମିଂହାମ,୧୪।୭: ସାମ୍ନାରେ ଥାଏ ୩୩୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। ତା’ ସାଙ୍ଗକୁ ହାସନ ଅଲି, ହାରିସ ରଫ ଓ ଶାହିନ ଆଫ୍ରିଦୀଙ୍କ ଭଳି ଘାତକ...

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ...

ସେକ୍ସ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା

ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍‌ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍‌ ପାଡି ଅପଟନ...

‘ଅବସର ନେଇ ଏବେ ଧୋନୀଙ୍କର ଯୋଜନା ନାହିଁ’

ନୂଆଦିଲ୍ଲୀ,୨୦।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କର ଏବେ ଅବସର ନେଇ କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତରେ...

Advertisement
Archives

Model This Week