Advertisement
Posted inଖେଳ

ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

ଆଇପିଏଲର ସବୁଠୁ ସଫଳ ଟିମ୍‌ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଧୋନୀଙ୍କ ଦଳ ୧୬ ରନରେ ହାରିଛି। ଏହି ପରାଜୟ ପରେ ଧୋନୀଙ୍କୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ସମାଲୋଚନା କରିଛନ୍ତି। ୨୧୭ ରନର ଟାର୍ଗେଟକୁ ପିଛା କରିବା ବେଳେ ସିଏସକେ ୧୧୪ରନରେ ୫ଟି ଉଇକେଟ ହରାଇଥିଲା, ଏହା ପରେ ଏମଏସ ଧୋନୀ ୧୪ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେହି ସମୟରେ ଜିତିବା ପାଇଁ ଦଳକୁ ୧୦୩ରନ ଆବଶ୍ୟକ ଥିଲା। ସେ କହିଛନ୍ତି, ସାମ କୁରେନ, ରୁତୁରାଜ ଗାଇକୱାଡ ଆସିବା ପୂର୍ବରୁ ଧୋନୀ ପ୍ରଥମେ ବ୍ୟାଟିଂ ପାଇଁ ଆସିବା ଉଚିତ୍‌ ଥିଲା। ଧୋନୀଙ୍କ ନିଷ୍ପତ୍ତି ଉପରେ ଗମ୍ଭୀର କହିଛନ୍ତି ଯେ, ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଥିଲି, ସତ କହିବାକୁ ଗଲେ ଧୋନୀ କାହିଁକି ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମୁଁ ବୁଝିପାରିଲି ନାହିଁ। ନିଜ ପୂର୍ବରୁ ବ୍ୟାଟିଂ କରିବାକୁ କ୍ୟୁରେନ ଏବଂ ଗାଏକ୍ୱାଡଙ୍କୁ କାହିଁକି ପଠାଗଲା? ଗମ୍ଭୀର କହିଛନ୍ତି ଯେ ସେ ଆଗକୁ ଆସି ନେତୃତ୍ୱ ନେବାର ଥିଲା। ଧୋନୀ ୭ ନମ୍ବରରେ ଆସିଲା ବେଳକୁ ମ୍ୟାଚ୍‌ ଶେଷ ହୋଇଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍‌ ପାଲଟିଲା ୨୨ ଜୁନ୍‌

ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍‌ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍‌ର ୩୦ ବର୍ଷୀୟ ପେସର୍‌ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...

ନୋଭାକ ଜୋକୋଭିଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ, ୨୩।୬- ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ନୋଭାକ କୋଜୋଭିଚ୍‌ ଓ ତାଙ୍କ ସ୍ତ୍ରୀ ଜେଲେନା ମହାମାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ...

ବାଇକ୍‌ରୁ ପଡ଼ିଲେ କୁଶାଲ ମେଣ୍ଡିସ

କଲମ୍ବୋ,୨।୮- ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ ଆର. ପ୍ରେମଦାସ ଷ୍ଟାଡିୟମ୍‌ରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଠାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ୩ୟ ମ୍ୟାଚ୍‌ ଜିତିବା...

ଓଡ଼ିଶା ଏଫ୍‌ସିରୁ ଖେଳିବେ କମଲପ୍ରୀତ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି): ଭାରତୀୟ ଡିଫେଣ୍ଡର କମଲପ୍ରୀତ ସିଂ ଆଗାମୀ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ସିଜନରେ ଓଡ଼ିଶା ଏଫସି ପକ୍ଷରୁ ଖେଳିବା ନିଶ୍ଚିତ ହୋଇ ଯାଇଛି।...

ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬

ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌...

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ...

୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ, ଟିମ୍‌ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୦୦…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ...

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

Advertisement
Archives

Model This Week