ପାରାଦୀପଠାରେ ଆଇଓସିଏଲ୍‌ର ପିଏଡିସି ଉଦ୍‌ଘାଟିତ

ଭୁବନେଶ୍ୱର,୨୬ା୬(ବ୍ୟୁରୋ):ପାରାଦୀପଠାରେ ଭାରତୀୟ ତୈଳ ନିଗମ(ଆଇଓସିଏଲ୍‌) ୪୩ କୋଟି ଟଙ୍କା ବ୍ୟୟରେ ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ବା ପ୍ରଡକ୍ସ ଆପ୍ଲିକେଶନ ଆଣ୍ଡ୍‌ ଡେଭଲପମେଣ୍ଟ ସେଣ୍ଟର(ପିଏଡିସି) ନିର୍ମାଣ କରିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଭିଡିଓ କନ୍‌ଫରେନ୍ସ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି।
ପିଏଡିସି ଉଦ୍‌ଘାଟନକୁ ନେଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ, ଏହା ଉତ୍ପାଦ ବିକାଶ ଏବଂ ନୂତନ ବ୍ୟବସ୍ଥା କ୍ଷେତ୍ରରେ କେବଳ ଯେ, ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହା ନୁହେଁ, ଏହା ପ୍ଲାଷ୍ଟିକ ଓ ପଲିମର ଭଳି ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀଙ୍କୁ ସହାୟତା କରିବ। ଆଇଓସିଏଲ୍‌ ଓଡ଼ିଶାରେ ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ ଶିଳ୍ପର ଏକ ବୃହତ୍‌ ଶକ୍ତି। ଏହା ଉକ୍ତ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି, କଞ୍ଚାମାଲ ଯୋଗାଣ ସହ ଉଦ୍ୟୋଗୀଙ୍କୁ ଶିଳ୍ପ ସ୍ଥାପନ କରିବା କ୍ଷେତ୍ରରେ ବୈଷୟିକ ସହାୟତା ଯୋଗାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ। ପାରାଦୀପ ତୈଳ ବିଶୋଧନାଗାରର ସମ୍ପ୍ରସାରଣ ପଲିମର ଏବଂ ପେଟ୍ରୋକେମିକାଲ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ବୟନଶିଳ୍ପର ବୈଷୟିକ କ୍ଷେତ୍ରକୁ ଆଗେଇନେବାରେ ଆଇଓସିଏଲ୍‌ର ପ୍ରସ୍ତାବିତ ଭଦ୍ରକ ଟେକ୍ସଟାଇଲ ପାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଇଓସିଏଲ୍‌ ପକ୍ଷରୁ ଏହି ପାର୍କର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପିଏଡିସି ଓଡ଼ିଶାରେ ପଲିମର ଶିଳ୍ପର ବିକାଶ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ପଲିମର ଆପ୍ଲିକେଶନ କ୍ଷେତ୍ରରେ ଏହା ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପିଏଡିସି ଓଡ଼ିଶା ଏବଂ ପୂର୍ବଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନକୁ ସାକାର କରିବ। ଓଡ଼ିଶାର ଶିଳ୍ପାୟନରେ ରାଜ୍ୟର ଯୁବତୀଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି। ଶିଳ୍ପାୟନ ତଥା ଓଡ଼ିଶାର ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ ଅଏଲ ପକ୍ଷରୁ ୪୩ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ ପାଇଁ ପଲିଷ୍ଟର ସୂତା ଓ କପଡ଼ା ନିମନ୍ତେ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସେଣ୍ଟରରେ ଓଡ଼ିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରିବ। ଏହି କେନ୍ଦ୍ର ଓଡ଼ିଆ ଶିଳ୍ପୋଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ ଭୂମିକା ନେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ବ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି ଯେ, ଆଇଓସିଏଲ୍‌ ପାରାଦୀପରେ ୪୦ ହଜାରରୁ ଅଧିକ କୋଟିର ପୁଞ୍ଜିନିବେଶ କରିଛି। ଇଡକୋ ଏବଂ ଆଇଓସିଏଲ୍‌ ପକ୍ଷରୁ ଯୁଗ୍ମ ଭାବରେ ଏସ୍‌ପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଇଛି। ଭାରତ ସରକାରଙ୍କ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ଭୁବନେଶ୍ୱର ସିପେକର ଉଚ୍ଚସ୍ତରର ପ୍ରଶିକ୍ଷଣ କେନ୍ଦ୍ର କରାଯାଇଛି। ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ଜିଲାର ଉଦ୍ୟୋଗୀମାନଙ୍କୁ ନିରନ୍ତର କମ୍‌ ମୂଲ୍ୟରେ କଞ୍ଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ।
ଓଡ଼ିଶାକୁ ଗ୍ୟାସ୍‌ ଆଧାରିତ ଅଞ୍ଚଳ ଭାବେ ତିଆରି କରିବା, ତୈଳ ଭିତ୍ତିଭୂମି ଅଞ୍ଚଳ ଭାବରେ ପରିଣତ କରିବା, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବଶେ କରାଯାଇଛି ବୋଲି ପ୍ରଧାନ କହିଛନ୍ତି।
ଏହି ଭର୍ଚୁଆଲ ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସଚିବ ତରୁଣ କାପୁର, ଆଇଓସିଏଲ୍‌ର ଅଧ୍ୟକ୍ଷ ସଞ୍ଜୀବ ସିଂ ଏବଂ ଭାରତ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri