IOCLରେ ନିଯୁକ୍ତିର ବଡ଼ ସୁଯୋଗ: ITI, ଡିପ୍ଲୋମା, ଗ୍ରାଜୁଏଟ୍‌ମାନେ କରିପାରିବେ ଆବେଦନ; ୫୩୭ ପଦ ପାଇଁ ବାହାରିଲା…

ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ତା’ର ପାଇପଲାଇନ ଡିଭିଜନରେ ବିଭିନ୍ନ ରାଜ୍ୟରେ ୫୩୭ଟି ଆପ୍ରେଣ୍ଟିସ ପଦବି ପାଇଁ ଆବେଦନ ଆହ୍ବାନ କରୁଛି। ଏହି ନିଯୁକ୍ତି ଅଭିଯାନରେ ଟେକ୍ନିକାଲ ଓ ନନ-ଟେକ୍ନିକାଲ ଟ୍ରେଡରେ ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ରୁ ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ୧୮ରେ ଶେଷ ହେବ। ତେବେ ଆବେଦନକାରୀ IOCLର ଆଧିକାରୀକ ଓ୍ବେବସାଇଟ୍‌ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ।

Official Notification: https://iocl.com/admin/img/Apprenticeships/Files/50076b4a83e145dd84ff5be6b3bad9dd.pdf

ପଦବୀ ନେଇ ସୂଚନା:
ଏହି ଖାଲି ପଦବୀଗୁଡ଼ିକ ପାଞ୍ଚଟି ଅଞ୍ଚଳରେ ଉପଲବ୍ଧ, ଯେଉଁଠାରେ ପୂର୍ବାଞ୍ଚଳ (ପଶ୍ଚିମବଙ୍ଗ, ବିହାର, ଆସାମ ଆଦି)ରେ ସର୍ବାଧିକ ୧୫୬ଟି ସିଟ ରହିଛି। ପଶ୍ଚିମାଞ୍ଚଳ (ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଆଦି)ରେ ୧୫୨ଟି, ଉତ୍ତରାଞ୍ଚଳ (ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଆଦି)ରେ ୯୭ଟି, ଦକ୍ଷିଣ-ପୂର୍ବାଞ୍ଚଳ (ଓଡ଼ିଶା, ଛତିଶଗଡ଼ ଆଦି)ରେ ୮୫ଟି ଏବଂ ଦକ୍ଷିଣାଞ୍ଚଳ (ତାମିଲନାଡୁ, କର୍ଣ୍ଣାଟକ ଆଦି)ରେ ୪୭ଟି ସିଟ ରହିଛି।

ଟ୍ରେଡରେ ସୁଯୋଗ:
ଟେକ୍ନିସିଆନ ଆପ୍ରେଣ୍ଟିସ (ମେକାନିକାଲ, ଇଲେକ୍ଟ୍ରିକାଲ, ଟେଲିକମ୍ୟୁନିକେସନ ଓ ଇନଷ୍ଟ୍ରୁମେଣ୍ଟେସନ), ଟ୍ରେଡ ଆପ୍ରେଣ୍ଟିସ (ଆସିଷ୍ଟାଷ୍ଟ ରିସୋର୍ସ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ) ଏବଂ ଡାଟା ଏଣ୍ଟ୍ରି ଅପରେଟର ଭଳି ବିଭିନ୍ନ ଟ୍ରେଡ୍‌ରେ ସୁଯୋଗ ରହିଛି। ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ଟେକ୍ନିସିଆନ ପାଇଁ ଫୁଲଟାଇମ ଡିପ୍ଲୋମା ଇନ ଇଞ୍ଜିନିୟରିଂ, ଟ୍ରେଡ ଆପ୍ରେଣ୍ଟିସ ପାଇଁ ସ୍ନାତକ ଡିଗ୍ରୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ପାଇଁ ନ୍ୟୂନତମ ୧୨ଶ ପାସ ଆବଶ୍ୟକ।

ବୟସ ସୀମା:
ଆବେଦନକାରୀଙ୍କ ବୟସ ୩୧ ଅଗଷ୍ଟ ୨୦୨୫ ସୁଦ୍ଧା ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ, ତେବେ SC/ST, OBC ଏବଂ PwBD ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ରିହାତି ପ୍ରଦାନ କରାଯିବ।

ଚୟନ ପ୍ରକ୍ରିୟା
ପ୍ରାର୍ଥୀଙ୍କ ଚୟନ ସେମାଙ୍କ ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ଶତକଡ଼ା ଅଙ୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରି କରାଯିବ। ଆପ୍ରେଣ୍ଟିସଶିପ ତାଲିମର ଅବଧି ୧୨ ମାସ ହେବ।

ଆବେଦନ ପ୍ରକ୍ରିୟା:
ପ୍ରଥମେ IOCLର ଆଧିକାରୀକ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ।
ହୋମ ପେଜରେ ଥିବା Careers ସେକ୍ସନକୁ ଯାଇ Apprentice Recuitment ଲିଙ୍କ ଉପରେ କ୍ଲିକ କରନ୍ତୁ।
ରେଜିଷ୍ଟେଶନ ପରେ ଆକାଉଣ୍ଟକୁ ଲଗଇନ୍‌ କରନ୍ତୁ।
ଏବେ ଆବେଦନ ଫର୍ମ ପୂରଣ କରନ୍ତୁ। ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ। ଫର୍ମକୁ ସବମିଟ୍‌ କରନ୍ତୁ।

ଷ୍ଟାଇପେଣ୍ଡ: ଚୟନ ପ୍ରାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ୧୯୬୧/୧୯୭୩ ଏବଂ ଆପ୍ରେଣ୍ଟିସ୍‌ ନିୟମ ୧୯୯୨/୨୦୧୯ ଅନୁସାରେ ପାଇବେ। ଏହାର ନିର୍ଦ୍ଧାରଣ କର୍ପୋରେଶନର ଗାଇଡଲାଇନ୍ସ ଅନୁସାରେ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri