ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍‌ବେଗ ପ୍ରକାଶ କଲା ଭାରତ…

ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ ଆର.ରବିନ୍ଦ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାମାନଙ୍କର ସମ୍ପୃକ୍ତିକୁ ଏକ ବିପଜ୍ଜନକ ଏବଂ ଚିନ୍ତାଜନକ ଧାରା ବୋଲି କହିଛନ୍ତି। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆତଙ୍କବାଦ ଅପରାଧୀ ଏବଂ ସେମାନଙ୍କ ପୃଷ୍ଠପୋଷକମାନଙ୍କୁ ଉତ୍ତରଦାୟୀ କରିବା ଏବଂ ସୁରକ୍ଷା ପରିଷଦର ଶିଶୁ ସୁରକ୍ଷା ଦାୟିତ୍ୱକୁ ପୂରଣ କରିବା ପାଇଁ ଅଧିକ ରାଜନୈତିକ ଇଚ୍ଛାଶକ୍ତି କରିବାକୁ ମଧ୍ୟ ସେ ଅନୁରୋଧ କରଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ଉପରେ ଆଲୋଚନା ବେଳେ ଜାତିସଂଘରେ ଥିବା ସ୍ଥାୟୀ ମିଶନର ରାଷ୍ଟ୍ରଦୂତ ଆର ରବିନ୍ଦ୍ର କହିଛନ୍ତି ଯେ ବିଶ୍ୱ ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା ଏବଂ ଏହି ସମୟରେ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ଟାର୍ଗେଟ କରି ବ୍ୟବହାର କରିଥିଲେ। ହିଂସାତ୍ମକ ଚିନ୍ତାଧାରା ବିସ୍ତାର କରିବା ପାଇଁ ସେମାନେ ଅନଲାଇନ ଫୋରମର ମଧ୍ୟ ବ୍ୟବହାର କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦୀ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ମାନବ ଢରଲ ଭାବରେ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।

ରବିନ୍ଦ୍ର କହିଛନ୍ତି ଯେ ଶିଶୁ ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମନ୍ବିତ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ରିପୋର୍ଟ ପ୍ରକାଶ ପାଇବା ପରେ ଏକ ସପ୍ତାହ ପରେ ୟୁଏନଏସସିରେ ଆଲୋଚନା ହୋଇଥିଲା। ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ ୨୫ ପ୍ରତିଶତ ଅର୍ଥାତ୍‌ ୨,୨୫୭ ଶିଶୁଙ୍କର ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଏବଂ ଯୁଦ୍ଧ ପରବର୍ତ୍ତୀ ବିସ୍ଫୋରକ ଅବଶିଷ୍ଟାଂଶର ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ଘଟିଛି।

ଏହି ରିପୋର୍ଟକୁ ନେଇ ଉଦବେଗ ପ୍ରକାଶ କରି ଭାରତ କହିଛି ଯେ ଏଥିରେ ଉଲ୍ଲେଖ କରାଯାଇଥିବା ପରିସ୍ଥିତି ସଶସ୍ତ୍ର ସଂଘର୍ଷର ପରିସ୍ଥିତି ନୁହେଁ। କିନ୍ତୁ ଆମେ ସଚେତନ ହେବା ଉଚିତ କାରଣ ଏହିପରି ପ୍ରୟାସ ଏଜେଣ୍ଡାକୁ ରାଜନୀତିକରଣ କରିବ। ଏହା ଆମର ଧ୍ୟାନକୁ ବିଭ୍ରାନ୍ତ କରିବ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ତଥା ସଶସ୍ତ୍ର ସଂଘର୍ଷରେ ପିଲାମାନଙ୍କ ପ୍ରତି ହେଉଥିବା ପ୍ରକୃତ ବିପଦରୁ ଆମର ଧ୍ୟାନକୁ ହଟାଇବ ବୋଲି ରବିନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri