ଅଘଟଣକୁ ଆମନ୍ତ୍ରଣ

ଢେଙ୍କାନାଳ ଅଫିସ, ୧୯।୧୧: ଭାଙ୍ଗିଗଲାଣି ସୁରକ୍ଷା ବାଡ଼। ସ୍ପାନ୍‌ରେ ସ୍ଥାନେ ସ୍ଥାନେ ଦେଖାଦେଲାଣି ଫାଟ। ବର, ଅଶ୍ୱତ୍‌ଥ ଗଛ ଉଠି ମାଡ଼ିଗଲାଣି ଚେର। ମାଲ୍‌ବୋଝେଇ ଭାରିଯାନ ଗଲେ ଥରିଉଠୁଛି। ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ କାମାକ୍ଷାନଗର ବ୍ଲକ ସାରଙ୍ଗଧର ସେତୁ ଏବେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରାୟ ୩ ଦଶନ୍ଧି ଧରି ଢେଙ୍କାନାଳରୁ ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ସମ୍ପର୍କ ସେତୁ ସାଜିଥିବା ଏହି ବ୍ରିଜ୍‌ ଏବେ ସୁରକ୍ଷା ଲୋଡ଼ିଲାଣି। ହେଲେ ପ୍ରଶାସନର ଚରମ ଉଦାସୀନତା ସେତୁ ମରାମତିରେ ଅନ୍ତରାୟ ସାଜିଥିବାବେଳେ ଏହା ଅଘଟଣକୁ ଆମନ୍ତ୍ରଣ ବୋଲି ବୁଦ୍ଧିଜୀବୀ, ଗାଡ଼ିଚାଳକ ଏବଂ ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ସଦର ବ୍ଲକର ଗେଙ୍ଗୁଟିଆ-କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର କମଗରା ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି ସାରଙ୍ଗଧର ସେତୁ। ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏହି ବ୍ରିଜ୍‌ ଜିଲା ଦେଇଯାଇଥିବା ୫୫ନଂ. ଏବଂ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ ପାଇଁ ସାଜିଛି ପ୍ରମୁଖ ମାଧ୍ୟମ। ୩୪ ସ୍ପାନ୍‌ ବିଶିଷ୍ଟ ଏହି ବ୍ରିଜ୍‌ର ଲମ୍ବ ୧,୩୩୦ ମିଟର ଏବଂ ଓସାର ୭.୫ ମିଟର। ୧୯୯୩ ନଭେମ୍ବର ୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ସେତେବେଳେ ଏହାର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୧୩.୮୬ କୋଟି ଟଙ୍କା। ତେବେ ଦୀର୍ଘ ୨୯ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ୍‌ ବିପଦସଙ୍କୁଳ ହୋଇପଡ଼ିଛି। ଦୁଇପାର୍ଶ୍ୱ କଂକ୍ରିଟ୍‌ ବାଡ଼ ଦୁର୍ବଳ ହୋଇପଡ଼ିଥିବାବେଳେ କେତେକ ସ୍ଥାନରେ ଭାଙ୍ଗିଗଲାଣି। ବ୍ରିଜ୍‌ର ଦୁଇପାର୍ଶ୍ୱରେ ଥିବା କଂକ୍ରିଟ ବାଡ଼ ତଳେ ଅଶ୍ୱତ୍‌ଥ ଗଛ ଉଠି ଫାଟ ସୃଷ୍ଟି ହୋଇଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଉପକୂଳ ଓଡ଼ିଶାର ଯାଜପୁର, ପଡ଼ୋଶୀ ଅନୁଗୋଳ ଜିଲାର ପାଲଲହଡ଼ା, ତାଳଚେର, କଣିହଁା ଏବଂ ଢେଙ୍କାନାଳ ଜିଲାର ପରଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ ଅଞ୍ଚଳବାସୀଙ୍କ ପାଇଁ ଏହି ସେତୁ ଅତି ଗୁରୁତ୍ୱପୂର୍ଣ୍ଣ। ସେତୁ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ୫୫ ଏବଂ ୫୩ନଂ. ଜାତୀୟ ରାଜପଥକୁ ଉଭୟ ପଟରୁ ସଂଯୋଗ କରୁଥିବାରୁ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହନ ବ୍ରିଜ୍‌ ଦେଇ ଯାତାୟାତ କରୁଛି। ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ର ସୁରକ୍ଷା ପାଇଁ ଆଖି ବୁଜିଦେଇଛନ୍ତି ବିଭାଗୀୟ ଅଧିକାରୀ। ସୁରକ୍ଷା ବାଡ଼ ଭାଙ୍ଗି ମୁକୁଳା ପଡ଼ିଥିବାବେଳେ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ବିଶେଷ କରି ରାତିରେ ଯାତାୟାତ କରୁଥିବା ଯାତ୍ରୀ ବିପଦମୁଣ୍ଡାଇ ଚଳପ୍ରଚଳ କରୁଛନ୍ତି। ଅଗ୍ରାଧିକାର ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ସେତୁ ମରାମତି କରିବା ଆବଶ୍ୟକ ପଡ଼ିଲାଣି। ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ପ୍ରତିନିଧି ଦଳ ଏହି ସେତୁ ପରିଦର୍ଶନ କରିବା ପରେ ମରାମତି ପାଇଁ ବଜେଟ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଜାତୀୟ ଜଳମାର୍ଗ (ଅନୁଗୋଳ ଜିଲା ସମଲଠାରୁ ଭଦ୍ରକ ଜିଲା ଧାମରା) ପାଇଁ ଉକ୍ତ ସେତୁର ଉଚ୍ଚତା ବଢ଼ାଇବାକୁ ପଡ଼ିବ। ଏହି ସେତୁକୁ ଭଙ୍ଗାଯାଇ ଅଧିକ ଉଚ୍ଚତା ବିଶିଷ୍ଟ ନିର୍ମାଣ କରିବାକୁ ହେବ। ତେଣୁ ଏହାକୁ ସାମୟିକ ମରାମତି କରାଯିବ କି ସିଧାସଳଖ ଉଚ୍ଚତା ବୃଦ୍ଧି କରି ନିର୍ମାଣ କରାଯିବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ରହିଛି ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri