ଅଘଟଣକୁ ଆମନ୍ତ୍ରଣ

ଢେଙ୍କାନାଳ ଅଫିସ, ୧୯।୧୧: ଭାଙ୍ଗିଗଲାଣି ସୁରକ୍ଷା ବାଡ଼। ସ୍ପାନ୍‌ରେ ସ୍ଥାନେ ସ୍ଥାନେ ଦେଖାଦେଲାଣି ଫାଟ। ବର, ଅଶ୍ୱତ୍‌ଥ ଗଛ ଉଠି ମାଡ଼ିଗଲାଣି ଚେର। ମାଲ୍‌ବୋଝେଇ ଭାରିଯାନ ଗଲେ ଥରିଉଠୁଛି। ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ହାତରେ ଲୋକାର୍ପିତ କାମାକ୍ଷାନଗର ବ୍ଲକ ସାରଙ୍ଗଧର ସେତୁ ଏବେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରାୟ ୩ ଦଶନ୍ଧି ଧରି ଢେଙ୍କାନାଳରୁ ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ସମ୍ପର୍କ ସେତୁ ସାଜିଥିବା ଏହି ବ୍ରିଜ୍‌ ଏବେ ସୁରକ୍ଷା ଲୋଡ଼ିଲାଣି। ହେଲେ ପ୍ରଶାସନର ଚରମ ଉଦାସୀନତା ସେତୁ ମରାମତିରେ ଅନ୍ତରାୟ ସାଜିଥିବାବେଳେ ଏହା ଅଘଟଣକୁ ଆମନ୍ତ୍ରଣ ବୋଲି ବୁଦ୍ଧିଜୀବୀ, ଗାଡ଼ିଚାଳକ ଏବଂ ଯାତ୍ରୀମାନେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ସଦର ବ୍ଲକର ଗେଙ୍ଗୁଟିଆ-କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର କମଗରା ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି ସାରଙ୍ଗଧର ସେତୁ। ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ଏହି ବ୍ରିଜ୍‌ ଜିଲା ଦେଇଯାଇଥିବା ୫୫ନଂ. ଏବଂ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ ପାଇଁ ସାଜିଛି ପ୍ରମୁଖ ମାଧ୍ୟମ। ୩୪ ସ୍ପାନ୍‌ ବିଶିଷ୍ଟ ଏହି ବ୍ରିଜ୍‌ର ଲମ୍ବ ୧,୩୩୦ ମିଟର ଏବଂ ଓସାର ୭.୫ ମିଟର। ୧୯୯୩ ନଭେମ୍ବର ୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ସେତେବେଳେ ଏହାର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୧୩.୮୬ କୋଟି ଟଙ୍କା। ତେବେ ଦୀର୍ଘ ୨୯ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜ୍‌ ବିପଦସଙ୍କୁଳ ହୋଇପଡ଼ିଛି। ଦୁଇପାର୍ଶ୍ୱ କଂକ୍ରିଟ୍‌ ବାଡ଼ ଦୁର୍ବଳ ହୋଇପଡ଼ିଥିବାବେଳେ କେତେକ ସ୍ଥାନରେ ଭାଙ୍ଗିଗଲାଣି। ବ୍ରିଜ୍‌ର ଦୁଇପାର୍ଶ୍ୱରେ ଥିବା କଂକ୍ରିଟ ବାଡ଼ ତଳେ ଅଶ୍ୱତ୍‌ଥ ଗଛ ଉଠି ଫାଟ ସୃଷ୍ଟି ହୋଇଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଉତ୍ତର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଉପକୂଳ ଓଡ଼ିଶାର ଯାଜପୁର, ପଡ଼ୋଶୀ ଅନୁଗୋଳ ଜିଲାର ପାଲଲହଡ଼ା, ତାଳଚେର, କଣିହଁା ଏବଂ ଢେଙ୍କାନାଳ ଜିଲାର ପରଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ ଅଞ୍ଚଳବାସୀଙ୍କ ପାଇଁ ଏହି ସେତୁ ଅତି ଗୁରୁତ୍ୱପୂର୍ଣ୍ଣ। ସେତୁ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ୫୫ ଏବଂ ୫୩ନଂ. ଜାତୀୟ ରାଜପଥକୁ ଉଭୟ ପଟରୁ ସଂଯୋଗ କରୁଥିବାରୁ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହନ ବ୍ରିଜ୍‌ ଦେଇ ଯାତାୟାତ କରୁଛି। ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌ର ସୁରକ୍ଷା ପାଇଁ ଆଖି ବୁଜିଦେଇଛନ୍ତି ବିଭାଗୀୟ ଅଧିକାରୀ। ସୁରକ୍ଷା ବାଡ଼ ଭାଙ୍ଗି ମୁକୁଳା ପଡ଼ିଥିବାବେଳେ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ବିଶେଷ କରି ରାତିରେ ଯାତାୟାତ କରୁଥିବା ଯାତ୍ରୀ ବିପଦମୁଣ୍ଡାଇ ଚଳପ୍ରଚଳ କରୁଛନ୍ତି। ଅଗ୍ରାଧିକାର ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ସେତୁ ମରାମତି କରିବା ଆବଶ୍ୟକ ପଡ଼ିଲାଣି। ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏକ ପ୍ରତିନିଧି ଦଳ ଏହି ସେତୁ ପରିଦର୍ଶନ କରିବା ପରେ ମରାମତି ପାଇଁ ବଜେଟ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଜାତୀୟ ଜଳମାର୍ଗ (ଅନୁଗୋଳ ଜିଲା ସମଲଠାରୁ ଭଦ୍ରକ ଜିଲା ଧାମରା) ପାଇଁ ଉକ୍ତ ସେତୁର ଉଚ୍ଚତା ବଢ଼ାଇବାକୁ ପଡ଼ିବ। ଏହି ସେତୁକୁ ଭଙ୍ଗାଯାଇ ଅଧିକ ଉଚ୍ଚତା ବିଶିଷ୍ଟ ନିର୍ମାଣ କରିବାକୁ ହେବ। ତେଣୁ ଏହାକୁ ସାମୟିକ ମରାମତି କରାଯିବ କି ସିଧାସଳଖ ଉଚ୍ଚତା ବୃଦ୍ଧି କରି ନିର୍ମାଣ କରାଯିବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ରହିଛି ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri