ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି। ରାଜାଲୋକ ହାଇସ୍କୁଲ, ବାରିପଦାର ଏମ୍‌ପିସି କଲେଜରେ ପାଠପଢ଼ା ପରେ ଫାର୍ମାସିରେ ଡିପ୍ଲୋମା ଓ ପରେ ପରେ ହସ୍ପିଟାଲ ଆଣ୍ଡ୍‌ ହେଲ୍‌ଥ କେୟାର ମ୍ୟାନେଜମେଣ୍ଟରେ ପିଜି ଓ ପିଏଚ୍‌.ଡି. କରିିଛନ୍ତି। ସ୍ବାସ୍ଥ୍ୟସେବା ପ୍ରତି ଡ. ଦାଶଙ୍କ ରୁଚି ରହୁଥିବାରୁ ବିଭିନ୍ନ ଅଗ୍ରଣୀ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ….

ପ୍ର- ସ୍ବାସ୍ଥ୍ୟକ୍ଷେତ୍ରରେ ଆପଣଙ୍କ ଯାତ୍ରା କିପରି ରହିଛି?
ଉ- ସ୍ବାସ୍ଥ୍ୟସେବା ପ୍ରତି ଆଗ୍ରହ, ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ ଓ ବିଶେଷ ଭାବରେ ଗ୍ରାମାଞ୍ଚଳରେ ମୁଁ ଯେଉଁ ସବୁ ଆହ୍ବାନ ଦେଖିଥିଲି ତାହା ମୋତେ ଏହି କ୍ଷେତ୍ରରେ ପାଦ ରଖିବାକୁ ବାଧ୍ୟ କରିଥିଲା। ରାଜ୍ୟର ଅନେକ ଅଗ୍ରଣୀ ହସ୍ପିଟାଲରେ କାର୍ଯ୍ୟକାଳ ମଧ୍ୟରେ ସ୍ବାସ୍ଥ୍ୟସେବା ସୁବିଧା, ରୋଗୀସେବା ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀ ଆଣିବା ଦିଗରେ ପ୍ରୟାସ କରିଛି। ସ୍ବାସ୍ଥ୍ୟଶିଳ୍ପରେ ନୂଆ ନୂଆ ଜ୍ଞାନକୌଶଳ ପ୍ରୟୋଗକରି ଏହାକୁ ନୂତନ ରୂପ ଦେବାକୁ ସବୁବେଳେ ପ୍ରୟାସ କରୁଛି।
ପ୍ର- କେୟାର ହସ୍ପିଟାଲ କିପରି ରୋଗୀଙ୍କ ବିଶ୍ୱାସଭାଜନ ହୋଇପାରିଛି?
ଉ- କେୟାର ହସ୍ପିଟାଲରେ ସର୍ବଦା ରୋଗୀସେବାକୁ ପ୍ରାଧାନ୍ୟ ଦେଉଥିବାବେଳେ ଅତ୍ୟାଧୁନିକ ମେଡିକାଲ ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି। ଦକ୍ଷ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଉଛି। ସର୍ଜିକାଲ ଇନୋଭେଶନ ଏବଂ ମେଡିକାଲ ଟ୍ରେନିଂର ଭବିଷ୍ୟତକୁ ଆଗେଇ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଏଆଇ ଏବଂ ଅଗ୍‌ମେଣ୍ଟେଡ୍‌ ରିଅଲିଟି ସହିତ ଇଣ୍ଟିଗ୍ରେଟେଡ୍‌ ରୋବୋଟିକ ଆଣ୍ଠୁ ପ୍ରତିରୋପଣ ହେଉକି ଲାପାରୋସ୍କୋପିକ ପ୍ରଣାଳୀ, ସବୁଥିରେ ଆମେ ଆଗୁଆ ଅଛୁ। ଅଙ୍ଗପ୍ରତିରୋପଣ ହେଉ କି ହୃଦବିଜ୍ଞାନ, ସବୁଥିରେ ଆମେ ଉନ୍ନତ ସେବା ପ୍ରଦାନ କରିଆସୁଛୁ। ଉନ୍ନତ ସେବା ହିଁ ଆମକୁ ରୋଗୀଙ୍କ ବିଶ୍ୱାସଭାଜନ କରାଇଛି।
ପ୍ର- ସ୍ବାସ୍ଥ୍ୟଶିଳ୍ପରେ କେଉଁ ସବୁ ସମସ୍ୟା ରହିଛି, ଏହାର କିପରି ସମାଧାନ କରାଯାଇପାରିବ?
ଉ- ରାଜ୍ୟରେ ସ୍ବାସ୍ଥ୍ୟଶିଳ୍ପ ଅଗ୍ରଗତି କରୁଥିଲେ ମଧ୍ୟ ଅନେକ ସମସ୍ୟା ରହିଛି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାର ଭିତ୍ତିଭୂମିର ଅଭାବ ରହୁଛି। ଏବେ ମଧ୍ୟ ରୋଗୀଙ୍କ ସଂଖ୍ୟା ଅନୁପାତରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବହୁତ କମ୍‌ ରହିଛି। ଅନେକ ସରକାରୀ ଯୋଜନା ସତ୍ତ୍ୱେ ବହୁ ସମୟରେ ଚିକିତ୍ସା ପାଇଁ ଅର୍ଥ ବାଧକ ହେଉଛି। ସେହିପରି ମଧୁମେହ, ହୃଦ୍‌ରୋଗ, କର୍କଟ ଆଦି ଅଣସଂକ୍ରାମକ ରୋଗ ବଢ଼ିବାରେ ଲାଗିଛି। ଛୋଟ ସହରରେ ଏବେ ମଧ୍ୟ ମେଡିକାଲ ଟେକ୍ନୋଲୋଜିର ଦୃଷ୍ଟାନ୍ତମୂଳକ ବ୍ୟବହାର କରାଯାଇପାରୁନାହିଁ। ଏସବୁର ସମାଧାନ ପାଇଁ ସରକାର ଓ ଘରୋଇ ହସ୍ପିଟାଲ ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ଦରକାର। ସ୍ବାସ୍ଥ୍ୟବୀମା ପରିସରକୁ ବୃଦ୍ଧି କରାଯିବା ଦରକାର। ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ। ଏଆଇ ପରିଚାଳିତ ରୋଗୀପରୀକ୍ଷାକୁ ମଧ୍ୟ ଆପଣେଇବା ଉଚିତ। ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ।
ପ୍ର- ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଉତ୍ତମ ସ୍ବାସ୍ଥ୍ୟରକ୍ଷା ଦିଗରେ ଆପଣଙ୍କର କ’ଣ ପରାମର୍ଶ ରହିବ?
ଉ- ବାସ୍ତବରେ ବଦଳୁଥିବା ଜୀବନଶୈଳୀ ଦିନକୁ ଦିନ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଛି। ଊତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ପ୍ରତିଷେଧମୂଳକ ଚିକିତ୍ସା ଦ୍ୱାରା ମଧୁମେହ, ହୃଦ୍‌ରୋଗ ଭଳି ସ୍ବାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଛୋଟଛୋଟ ଅଭ୍ୟାସ ଅନେକ ବଡ଼ ପରିବର୍ତ୍ତନ ଆଣିପାରେ।
ପ୍ର- ଆପଣଙ୍କ ଏପର୍ଯ୍ୟନ୍ତ ଯାତ୍ରା ଅନୁଭୂତିରୁ ଅନ୍ୟମାନଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଏ ପର୍ଯ୍ୟନ୍ତର ଯାତ୍ରା ମଧ୍ୟରେ ମୁଁ ଅନେକ ଆହ୍ବାନ ଦେଇ ଗତିକରିଛି, ସେଥିରୁ ଶିଖିଛି ଏବଂ ଆଗକୁ ବଢ଼ିଛି। ଅନ୍ୟମାନଙ୍କୁ ମୋର ପରାମର୍ଶ ଯେ, ସମସ୍ତେ ଅଧ୍ୟୟନ ଜାରି ରଖନ୍ତୁ, ନୂଆ ନୂଆ ଜ୍ଞାନକୌଶଳକୁ ଆପଣେଇବା ସହ ରୋଗୀଙ୍କ ସେବାକୁ ପ୍ରାଥମିକତା ଦିଅନ୍ତୁ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?