ବାଲି ଲୁଟ୍‌ର ତଦନ୍ତ ଆରମ୍ଭ

ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ହୋଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପରିବେଶ ବୈଜ୍ଞାନିକ ଏମ୍‌. ଆର୍‌. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ଏହି ତଦନ୍ତରେ ସାମିଲ ହୋଇଥିଲେ। ୧୫ା୪ା୨୦୨୧ରେ ଏନଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ୍‌ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବାଲି ଖାଦାନ ଦ୍ୱାରା ହୋଇଥିବା କ୍ଷତି ପରିମାଣ, ପରିବେଶ କ୍ଷୟକ୍ଷତି ଆକଳନ, ନଦୀଶଯ୍ୟା, ନଷ୍ଟ ଇତ୍ୟାଦି ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ, ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ (ଡିଡିଏମ), ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପ୍ରତିନିଧିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଏନଜିଟିରେ ଏହି ଅଭିଯୋଗ ଦାଖଲ କରିଥିଲେ। ତଦନୁସାରେ (କେସ୍‌ ନଂ-୪୮/୨୦୨୦/ଇଜେଡ୍‌)ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବା, ଖରସ୍ରୋତା ବ୍ରିଜ୍‌ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍‌ ହୋଇଛି। ଏହା ପୂର୍ବରୁ ଗ୍ରାମବାସୀ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେଣୁ ଦାସ ବାଧ୍ୟ ହୋଇ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନଜିଟିରେ ମାମଲା ରୁଜୁ ହେବା ପରେ ବାଲି ଲୁଟ୍‌ କରିଥିବା ଅଭିଯୋଗରେ ଲକ୍ଷ୍ମୀଧର ମହାନ୍ତିଙ୍କ ଉପରେ ୨୦ ହଜାର ଜରିମାନା ଓ ବ୍ୟାସନଗର ତହସିଲ ପକ୍ଷରୁ ଗଚ୍ଛିତ ବାଲିକୁ ଆକଳନ କରାଯାଇ ୧ ଲକ୍ଷ ୮୮ ହଜାର ୨୩୭ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ସୁଲାସୁତୁରାରେ କରାଯିବା ଓ ତଦନ୍ତ ସମୟରେ ଅଭିଯୋଗକାରୀ ଦାସଙ୍କୁ ଡକା ନ ଯିବା ଓ ବହୁ ଅଧିକ ପରିମାଣରେ ରାଜସ୍ବ ହାନି ହେବା ନେଇ ଏନ୍‌ଜିଟିରେ ପୁନଃ ଅଭିଯୋଗ ହୋଇଥିଲା। ଜିଲାପାଳ ରାଠୋର କହିଛନ୍ତି, ନଦୀରୁ ବାଲି ଉତ୍ତୋଳନର ମାପ କରାଯିବା ପରେ ଏନେଇ ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ସଠିପୁର ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁ।, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଁଆଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏକାଧିକ ମେଶିନ ଲଗାଇ ନିର୍ଦ୍ଧାରିତ ପରିମାଣଠାରୁ ୧୦ଗୁଣରୁ ଅଧିକ ବାଲି ଲୁଟ୍‌ କରାଯାଉଛି। ଏହାକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନିଆଯିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?