ପରିଚୟ

ନଦୀଟି ଯେତେବେଳେ ସାଗରର ନିକଟବର୍ତ୍ତୀ ହୋଇଯାଏ, ତା’ର ସେହି ବିସ୍ତୀର୍ଣ୍ଣ, ଉତ୍ତାଳ ନୀଳ ତରଙ୍ଗ ଦେଖି ଭୟଭୀତ ହୋଇଯାଏ। ଏବେ ସେ ସେହି ସୀମାହୀନ ମହାସାଗରରେ ମିଶି ସବୁଦିନ ପାଇଁ ନିଜର ପରିଚୟ ହରାଇଦେବାକୁ ଯାଉଛି। ପୁନର୍ବାର ପଛକୁ ଫେରିଯିବାକୁ ଚାହିଁଲେ ମଧ୍ୟ ଆଉ ଫେରିପାରୁନାହିଁ। ଯେପରି ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ମନୁଷ୍ୟ ସମେତ ପ୍ରତ୍ୟେକ ପ୍ରାଣୀ ପୁନର୍ବାର ଯୌବନ ବା ଶୈଶବ ଅବସ୍ଥାକୁ ଫେରିବାକୁ ଚାହିଁଲେ ମଧ୍ୟ ଫେରିପାରନ୍ତି ନାହିଁ, ଏହା ଠିକ୍‌ ସେହିପରି। ନଦୀଟି ଜାଣେନା ତା’ର ପରିଚୟ ହରାଇବା ଆଶଙ୍କାଟି ସମ୍ପୂର୍ଣ୍ଣ ଅମୂଳକ । କାରଣ ନଦୀର ପରିଚୟ ହରାଇଲେ ମଧ୍ୟ ସେ ଏକ ନୂତନ ପରିଚୟ ପାଇବ। ‘ନଦୀ’ ପରିବର୍ତ୍ତେ ‘ମହାସାଗର’ର ମାନ୍ୟତା ପାଇବ ବା ତା’ ‘ପରିଚିତି’ର ପରିବର୍ତ୍ତନ ଘଟିବ। ହୁଏତ ସେ ମହାସାଗରର ଅଂଶ ହୋଇରହିପାରେ କିମ୍ବା ପୁନର୍ବାର ଜଳୀୟବାଷ୍ପ ଆକାରରେ ଊର୍ଦ୍ଧ୍ୱଗାମୀ ହୋଇ ପର୍ବତ ଶିଖରରେ ବର୍ଷି ଆଉ ଏକ ନଦୀର ପରିଚୟ ପାଇପାରେ। କିନ୍ତୁ କୌଣସି ପରିସ୍ଥିତିରେ ନିଜ ପରିଚୟ ହରାଇବାର ପ୍ରଶ୍ନ ନାହିଁ। ଠିକ୍‌ ସେହିପରି ପ୍ରତ୍ୟେକ ପ୍ରାଣୀଙ୍କର ଜୀବନରୂପୀ ନଦୀର ସ୍ରୋତ ପରମାତ୍ମାରୂପୀ ମହାସାଗରରେ ମିଳିତ ହେବା ପାଇଁ ଧାବମାନ। ତାହା ମୃତ୍ୟୁ ନୁହେଁ,ଅମୃତର ସିନ୍ଧୁ ବା ମହାସାଗର।
ମୃତ୍ୟୁ ହେଉଛି ତା’ର ପ୍ରବେଶପଥ(ମୁହାଣ) ବା ସଂଯୋଗସ୍ଥଳ। ନଦୀଟି ଯେଉଁସ୍ଥଳରେ ସାଗର ସହ ମିଶିଥାଏ, ତାକୁ ‘ମୁହାଣ’ କୁହାଯାଏ। ସେହିପରି ଆତ୍ମା ଯେଉଁ ସ୍ଥଳରେ ପରମାତ୍ମାରୂପୀ ସାଗରରେ ମିଳିତ ହୁଏ, ସେହି ପ୍ରବେଶପଥ ବା ସଂଯୋଗସ୍ଥଳକୁ ‘ମୃତ୍ୟୁ’ କୁହାଯାଏ। ହୁଏତ ସେ ନିଜ ଶରୀରର ପରିଚୟ ହରାଇବ, କିନ୍ତୁ ‘ଆତ୍ମା’ ପରିଚୟ ପରିବର୍ତ୍ତେ ‘ପରମାତ୍ମା’ଙ୍କ ପରିଚୟ ପାଇବ। ପରିଚୟ ହରାଇବାର କୌଣସି ସମ୍ଭାବନା ନାହିଁ। କାରଣ ବିଶୁଦ୍ଧ ଆତ୍ମା ଅବିନାଶୀ, ଅବିକାରୀ,ଈଶ୍ୱରୀୟ ସମୁଦ୍ରର ବିନ୍ଦୁ ଓ ପରମାତ୍ମାଙ୍କ କିରଣ। ସେହି ଚେତନା(ଆତ୍ମା) ନିର୍ବାଣମୁକ୍ତି ଲାଭକରି ମହାଚେତନା (ପରମାତ୍ମା)ଠାରେ ବିଲୀନ ହୋଇପାରେ କିମ୍ବା ନିଜ ‘ପ୍ରାରବ୍ଧ’ ଭୋଗକରିବା ପାଇଁ ପୁନର୍ବାର ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନହୋଇ ଆଉ ଏକ ନୂତନ ଶରୀର ଗ୍ରହଣ କରିପାରେ। ଏ ସମସ୍ତ ତା’ର କର୍ମଫଳ ଉପରେ ନିର୍ଭରକରେ।
‘ନିର୍ବାଣମୁକ୍ତି’ ବିଲୀନଭାବକୁ ହିଁ ବୁଝାଏ, ‘ଲିଭିଯିବା’କୁ ନୁହେଁ। ଯେଉଁ ଆତ୍ମାର କ୍ଷୟ ନାହିଁ, ବିକାଶ ନାହିଁ, ଯେ ଅଜର, ଅମର, ସେ ଲିଭିଯିବ କିମ୍ବା ପରିଚୟ ହରାଇବ ବା କିପରି? କିନ୍ତୁ ଯେଉଁମାନେ ଜଡ଼ବାଦୀ, ଦେହାଭିମାନୀ, ସେମାନଙ୍କ ମତରେ, ମୃତ୍ୟୁରେ ହିଁ ସବୁର ଅନ୍ତ ହୁଏ। ଏହା ସେମାନଙ୍କର ଏକ ଭ୍ରାନ୍ତଧାରଣା। ଯେଉଁ ପ୍ରାଣୀର ଜନ୍ମ ଅଛି, ତା’ର ମୃତ୍ୟୁ ଅଛି। ସେହିପରି ଯାହାର ମୃତ୍ୟୁ ଅଛି, ତା’ର ଜନ୍ମ ନିଶ୍ଚିତ ରୂପେ ଅଛି। ମୃତ୍ୟୁ ଗୋଟିଏ ଦେହର, ଗୋଟିଏ ଜନ୍ମର ଶେଷଯାତ୍ରା ହୋଇପାରେ, ମାତ୍ର ଏ ଶେଷହୀନ ଜୀବନର ଅବିନାଶୀ ଆତ୍ମାର ଶେଷଯାତ୍ରା ହୋଇ ନ ପାରେ। ‘ଆତ୍ମା’ର ଅସ୍ତିତ୍ୱକୁ କେବେ ଅସ୍ବୀକାର କରାଯାଇ ନ ପାରେ।
ଆତ୍ମା ସ୍ଥୂଳଶରୀରରେ ପ୍ରବେଶ କରିବାର ନାମ ‘ଜନ୍ମ’ ଓ ସେହି ଶରୀରରୁ ବିଚ୍ଛିନ୍ନ ହୋଇଯିବାର ନାମ ‘ମୃତ୍ୟୁ’। ଏହି ମୃତ୍ୟୁ ଆଉ କିଛି ନୁହେଁ, ଏହା ‘ମହାନିଦ୍ରା’ର ଅନ୍ୟନାମ। ଜୀବନରେ ଆମର ଚେତନ ଆତ୍ମା ଯେପରି ରହିଥାଏ, ମୃତ୍ୟୁରେ ମଧ୍ୟ ଥାଏ। ମୃତ୍ୟୁ କାହାରି ବ୍ୟକ୍ତିତ୍ୱ ବା ଅନ୍ତର ଚେତନାର ସମାପ୍ତି ଘଟାଏ ନାହିଁ। ବରଂ ଏକ ଉଚ୍ଚସ୍ତରର ଜୀବନ ପାଇଁ ଦ୍ୱାର ଖୋଲିଦିଏ। ତେଣୁ ମୃତ୍ୟୁ ହେଉଛି ମନୁଷ୍ୟ ପାଇଁ ସର୍ବଶ୍ରେଷ୍ଠ ଆଶୀର୍ବାଦ। । ଗୀତା କହେ- ”ମୃତ୍ୟୁ ଏକ ଅବସ୍ଥାନ୍ତର। ମୃତ୍ୟୁ ପରେ ଆମେ ପୁରାତନ ଶରୀର ପରିତ୍ୟାଗକରି ନୂତନ ଶରୀର ଧାରଣକରୁ କିମ୍ବା ସମ୍ପୂର୍ଣ୍ଣ ମୋକ୍ଷ ଲାଭକରି ପରମାତ୍ମାଙ୍କ ସହ ମିଶିଯାଉ।“ ଭଗବାନ୍‌ ପୁନର୍ବାର ଅର୍ଜୁନଙ୍କୁ କହୁଛନ୍ତି -” ଅତୀତରେ କୌଣସି ସମୟରେ ମୁଁ, ତୁମେ ବା ଏହି ରାଜାମାନେ ଯେ କେହି ନ ଥିଲେ, ପ୍ରକୃତରେ ସେପରି ନୁହେଁ। ପୁଣି ଏହା ପରେ ଯେ ଆମେ ନ ରହିବା ସେପରି ମଧ୍ୟ ଆଦୌ ନୁହେଁ।“ ଆତ୍ମା ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ, ତ୍ରିକାଳରେ ସ୍ଥାୟୀହୋଇ ରହିଛି। ଦେହର ମୃତ୍ୟୁ ପରେ ମଧ୍ୟ ଆତ୍ମା ରହିଥିବ। ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି। ‘ଆତ୍ମା’ କୌଣସି କାଳରେ ଜନ୍ମହୁଏ ନାହିଁ କି ମରେନାହିଁ। ଜୀବାତ୍ମା ଅମୃତର ସନ୍ତାନ। ତା’ର ମୃତ୍ୟୁ ନାହିଁ। ସେ ଦେହରେ ‘ମର’, ମାତ୍ର ଆତ୍ମାରେ ‘ଅମର’। ଯେତେବେଳେ ‘ମୁଁ ତ୍ୱ’ ର ସମ୍ପୂର୍ଣ୍ଣ ବିନାଶ ଘଟେ, ସେତେବେଳେ ଆତ୍ମା ସ୍ବତଃ ବିଭାସିତ ହୋଇଉଠେ। ସେହି ସ୍ଥିତିକୁ ହିଁ ‘ସମ୍ପୂର୍ଣ୍ଣ ଶାନ୍ତି’ ଓ ‘ନୀରବତା’ କୁହାଯାଏ। ଆଉ ସେହି ଶାନ୍ତି ଓ ନୀରବତା, ଯାହା ପ୍ରକୃତରେ ରହିଥାଏ, ତା’ ଜରିଆରେ ହିଁ ଜୀବନର ସବୁଠୁ ବଳି ରହସ୍ୟମୟ ‘ସତ୍ତା’ର ଭେଟ ମିଳିଥାଏ।

  • ନିମାଇଁ ଚରଣ ଲେଙ୍କା
    ମୋ-୯୨୩୮୬୧୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri