Posted inଖେଳ

ପୂଜାରା, ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୭ା୭(ପି.ଟି.):ଦୁଲୀପ୍‌ ଟ୍ରଫି ସେମିଫାଇନାଲରେ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଥିବା ବେଳେ ଅର୍ଦ୍ଧଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା ଓ ସୂର୍ଯ୍ୟକୁମାର ଯାଦବ। ଉଭୟଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ପଶ୍ଚିମାଞ୍ଚଳ ୩ ଉଇକେଟରେ ୧୪୯ ରନ୍‌ କରିବା ସହିତ ୨୪୧ ରନ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ପ୍ରଥମ ଇନିଂସରେ ୩ ରନ୍‌ର ଅଗ୍ରଣୀ ହାସଲ କରିଛି।
ନାଗ୍ବାସ୍ବାଲାଙ୍କୁ ୫ ଉଇକେଟ: ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପଶ୍ଚିମାଞ୍ଚଳ ୨୨୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଅତୀତ ସେଠ୍‌ ସର୍ବାଧିକ ୭୪ ରନ୍‌ କରିଥିବା ବେଳେ କେନ୍ଦ୍ରାଞ୍ଚଳ ପକ୍ଷରୁ ଶିବମ ମାଭି ୬ ଉଇକେଟ ନେଇଥିଲେ। ଜବାବରେ ଅର୍ଜନ ନାଗ୍ବାସ୍ବାଲାଙ୍କ ୫ ଉଇକେଟ ସଫଳତା ବଳରେ କେନ୍ଦ୍ରାଞ୍ଚଳ ୧୨୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ରିଙ୍କୁ ସିଂ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଧ୍ରୁବ୍‌ ଜୁରେଲ ୪୬ ରନ୍‌ କରିଥିଲେ। ଦଳର ୮ ଖେଳାଳି ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଅର୍ଜନ ୭୪ ରନ୍‌ରେ ୫ ଉଇକେଟ ନେଇଥିବା ବେଳେ ଅତୀତ ସେଠ୍‌ ୩ ଓ ଚିନ୍ତନ ଗଜା ୨ ଉଇକେଟ ନେଇଥିଲେ। ୯୨ ରନ୍‌ର ଅଗ୍ରଣୀ ହାସଲ କରିଥିବା ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସରେ ଦୃଢତାର ସହିତ ବ୍ୟାଟିଂ କରିଥିଲା। ପୃଥ୍ବୀ ଶ(୨୫) ଓ ପ୍ରିୟଙ୍କ ପାଞ୍ଚଲ(୧୫) ପ୍ରଥମ ଉଇକେଟରେ ୩୬ ରନ୍‌ ଯୋଡିଥିଲେ। ଉଭୟ ଓପନର ମାତ୍ର ୪ ରନ୍‌ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଚେତେଶ୍ୱର ପୂଜାରା(୫୦*) ଓ ସୂର୍ଯ୍ୟକୁମାର ଯାଦବ(୫୨) ଚତୁର୍ଥ ଉଇକେଟରେ ୯୫ ରନ୍‌ ଯୋଡିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୧୦୩ ବଲ୍‌ ଖେଳି ୫୦ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଅନ୍ୟତମ ବ୍ୟାଟର ସର୍ଫରାଜ ଖାଁ ୬ରନ୍‌ କରି ବ୍ୟାଟିଂ କରୁଛନ୍ତି। କେନ୍ଦ୍ରାଞ୍ଚଳ ପକ୍ଷରୁ ସୌରଭ କୁମାର ଦୁଇଟି ଓ ୟଶ ଠାକୁର ଗୋଟିଏ ଉଇକେଟ ନେଇଛନ୍ତି।
ଉତ୍ତରାଞ୍ଚଳ ୩ ରନ୍‌ରେ ଆଗୁଆ: ଦକ୍ଷିଣାଞ୍ଚଳ ବିପକ୍ଷ ଲୋ ସ୍କୋରିଂ ମ୍ୟାଚ୍‌ରେ ୩ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଉତ୍ତରାଞ୍ଚଳ। ଉତ୍ତରାଞ୍ଚଳର ୧୯୮ ରନ୍‌ ଜବାବରେ ମୟଙ୍କ ଅଗ୍ରଓ୍ବାଲଙ୍କ ୭୬ ଓ ତିଳକ ବର୍ମାଙ୍କ ୪୬ ରନ୍‌ ସତ୍ତ୍ୱେ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ମାତ୍ର ୧୯୫ ରନ୍‌ରେ ଅଲଆଉଟ ହୋଇ ୩ ରନ୍‌ ପଛରେ ରହିଥିଲା। ଦ୍ୱିତୀୟ ଇନିଂସରେ ଜୟନ୍ତ ଯାଦବ ଓ ବୈଭବ ଅରୋରା ୩ଟି ଲେଖାଏ ଉଇକେଟ ନେଇ ଦଳକୁ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ। ମୟଙ୍କ ୧୧୫ ବଲ୍‌ ଖେଳି ୧୦ ଚୌକା ସହିତ ୭୬ ରନ୍‌ କରିଥିଲେ। ସେ ତିଳକ ବର୍ମାଙ୍କ ସହିତ ୧୧୦ ରନ୍‌ ଯୋଡିଥିବା ବେଳେ ୫୦ ରନରେ ଦଳର ଶେଷ ୫ ଉଇକେଟର ପତନ ଘଟିଥିଲା।
ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଉତ୍ତରାଞ୍ଚଳ ଦୁଇ ଉଇକେଟ ହରାଇ ୫୧ ରନ୍‌ ସଂଗ୍ରହ କରିଛି। ଧ୍ରୁବ ସୋରେ ୫ ଓ ପ୍ରଶାନ୍ତ ଚୋପ୍ରା ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିବା ବେଳେ ଅଙ୍କିତ କାଲସି ୨୧ ଓ ପ୍ରଭସିମରନ୍‌ ସିଂ ୬ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଦକ୍ଷିଣାଞ୍ଚଳ ପକ୍ଷରୁ ବିଜୟ କୁମାର ବୈଶାକ ଓ ବିଦ୍ୱାଥ କଭେରପ୍ପା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri