ଜିଲାରେ ନିର୍ବାଚନୀ ଅସହିଷ୍ଣୁତା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୧୨ା୨: କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ସରିବ। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତୀବ୍ର କରିଥିବା ବେଳେ ପ୍ରତିପକ୍ଷଙ୍କ ପ୍ରତି ଅସହିଷ୍ଣୁତା ବଢ଼ିଚାଲିଛି। ଆଳି ବ୍ଲକ ଅଞ୍ଚଳର ଜଣେ ସରପଞ୍ଚଙ୍କ ଘର ପୂର୍ବରୁ ପୋଡି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ବ୍ଲକର ନିଆଳ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଥିବା ଥାନାରେ ନଂ.୪୦/୨୨ରେ ମାମଲା ହୋଇଛି। ସରପଞ୍ଚ ସୁକାନ୍ତି ମଲ୍ଲିକଙ୍କ ଯାଆ ସୋନାଲିଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ସୋନାଲିଙ୍କ ଦେଢ଼ଶୁର ଅଶୋକ ନିଆଳ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତରେ ପୋଷ୍ଟର ଚିରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗପତ୍ର ଦିଆଯାଇଛି। ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା ଏତେ ତୀବ୍ର ହୋଇଛି ଯେ, ବୁଥ୍‌ ର଼୍ୟାଗିଂ ପରି ଘଟଣା ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ବୁଥ୍‌କୁ ଉତ୍ତେଜନାପ୍ରବଣ ଘୋଷଣା କରିବାକୁ ପ୍ରାର୍ଥୀମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ବିଭୂତିଭୂଷଣ ରାଉତ, ସୁନୀଲ କୁମାର ଗନ୍ତାୟତ, ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଗତ ୨୦୧୭ରେ ଜିଲାରେ ମାତ୍ର ୫୬୮ଟି ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ହୋଇଥିଲା। ତେବେ ଚଳିତବର୍ଷ ଏପରି ବୁଥ୍‌ ସଂଖ୍ୟା ଅଢ଼େଇଗୁଣ ବଢ଼ିଥିବା ଜିଲା ପ୍ରଶାସନ ତଥ୍ୟରୁ ସୂଚନା ମିଳିଛି। ଜିଲାରେ ଏବେ ୧୫୭୫ ଉତ୍ତେଜନାପୂର୍ଣ୍ଣ ବୁଥ୍‌ ଚିହ୍ନଟ ହୋଇଥିବା ବେଳେ ନିର୍ବାଚନୀ ଅସହିଷ୍ଣୁତା ପାଇଁ ସଂଖ୍ୟା ଅଧିକ ହେବା ସମ୍ଭାବନା ଅଛି। ରାଜନୈତିକ ଅସହିଷ୍ଣୁତାର କାରଣ ପଦବୀ ସହିତ ଅନୁଦାନ ଅର୍ଥ। ତୃଣମୂଳସ୍ତରର ସମସ୍ୟା ସମାଧାନ ପାଇଁ ଲୋକ ପ୍ରତିନିଧିଙ୍କୁ ପଦବୀ ସହିତ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ପାଇଁ ସରକାରୀ ଅନୁଦାନ ଆସୁଛି। ପଦବୀର ଉପଯୋଗ କରି ଅର୍ଥର ସୁବିନିଯୋଗ କରିବା ଲୋକପ୍ରତିନିଧିଙ୍କ କାମ। ତେବେ ଏହି ଅନୁଦାନ ଅର୍ଥ ହିଁ ଅନର୍ଥ ସୃଷ୍ଟି କରୁଛି। ଅଧିକାଂଶ ପଞ୍ଚାୟତରେ ଅନୁଦାନ ଅର୍ଥ ପଦବୀଧାରୀଙ୍କ ପକେଟକୁ ଯାଉଛି। ଏଥିପାଇଁ ନିର୍ବାଚନରେ ଜିତିବାକୁ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି। ଫଳରେ ଭୋଟ ସମୟରେ ଥାନାରେ ମାମଲା ସଂଖ୍ୟା ବଢୁଛି। ଜିଲା ପ୍ରଶାସନ ପକ୍ଷରୁ ବୁଥ୍‌ଗୁଡିକରେ ସିସିଟିଭି ଲଗାଇବା ଓ ପୋଲିସ ବଳକୁ ମୁତୟନ କରିବା ଜରୁରୀ ହୋଇପଡିଛି। ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି, ଚଳିତ ନିର୍ବାଚନର ସୁପରିଚାଳନା ପାଇଁ ଜିଲା ପୋଲିସ ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ସ୍ଥାନଗୁଡିକ ଚିହ୍ନଟ କରାଯାଇ ପୋଲିସ ବଳ ମୁତୟନ କରାଯାଇଛି। ନିର୍ବାଚନୀ ହିଂସା ରୋକିବାକୁ ମୋବାଇଲ ଟିମ୍‌ ଗଠନ ହୋଇଛି। ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯାଉଥିବାରୁ ଚଳିତ ନିର୍ବାଚନ ସୁଚାରୁରୂପେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?