ଇଣ୍ଟରନେଟ୍‌ ଠକେଇ

ଡିଜିଟାଇଜେଶନ ଦିଗରେ ଆଗେଇ ଚାଲିଥିବା ବିଶ୍ୱ ଏବେ ସାଇବର ବା ଇଣ୍ଟରନେଟ୍‌ ଉପରେ ଆଧାରିତ ଅପରାଧକୁ ସାମ୍ନା କରିବାରେ ବ୍ୟସ୍ତ। ନିୟମିତ ଭାବେ ଏହି ଅପରାଧ ବଢୁଥିବାବେଳେ ଏହା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରତି ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏହି ପରିପ୍ରେକ୍ଷୀରେ ଅର୍ଥ ଆଦାୟ ପାଇଁ ଅକିରା ନାମକ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ ଏବେ ଏକ ଚିନ୍ତାର କାରଣ। ଭାରତରେ ଏହାର ପ୍ରଭାବ ବଢ଼ିବାର ଦେଖି ନିକଟରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫର୍‌ମେଶନ ଟେକ୍‌ନୋଲୋଜି ମନ୍ତ୍ରଣାଳୟ (ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ)ଅଧୀନରେ ଥିବା ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ-ଇନ୍‌ (ସିଇଆର୍‌ଟି-ଇନ୍‌) ପକ୍ଷରୁ ସତର୍କ ରହିବା ପାଇଁ କୁହାଯାଇଛି। ସିଇଆର୍‌ଟି ପକ୍ଷରୁ ଦର୍ଶାଯାଇଛି ଯେ, ଏହା ଏକ ବିପଜ୍ଜନକ ଭାଇରସ, ଯାହା ଓ୍ବିଣ୍ଡୋଜ ଓ ଲାଇନକ୍ସ ପରିଚାଳିତ କମ୍ପ୍ୟୁଟରଗୁଡ଼ିକୁ ପ୍ରଭାବିତ କରୁଛି। ହ୍ୟାକରମାନେ ଏହାକୁ ପ୍ରୟୋଗ କରି ତଥ୍ୟ ବା ଡେଟା ଚୋରି କରିବା ପରେ ବ୍ୟବହାରକାରୀମାନଙ୍କୁ ବ୍ଲାକ୍‌ମେଲ କରୁଛନ୍ତି। ଏବକାର ଦୃଶ୍ୟପଟରେ ବିଶ୍ୱ ସ୍ତରରେ ସାଇବର ଅପରାଧ ଜଗତର ଚେର ଖୁବ୍‌ ଦ୍ରୁତଗତିରେ ବିଶ୍ୱସାରା ବ୍ୟାପୁଛି। ଏଥିରେ କେବଳ ଅର୍ଥ ଚୋରି ହୋଇପାରିବ ବୋଲି ଭାବିକା ତ୍ରୁଟିପୂର୍ଣ୍ଣ ହେବ। ଆଜି ଯିଏ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇପାରୁଛି ଆସନ୍ତାକାଲି ସେହିଭଳି ବ୍ୟକ୍ତି ଆପଣଙ୍କ ପଡ଼ୋଶୀଙ୍କୁ ଅସତ୍ୟ ତଥ୍ୟ ଦେଇ ଆପଣଙ୍କୁ ହତ୍ୟା କରାଇବାରେ ସଫଳ ହୋଇପାରେ। ‘ଡିପ ଫେକ’ବା ଗଭୀର ନକଲି ଦ୍ୱାରା ଟମ୍‌ କ୍ରୁଜଙ୍କ ଭଳି ହଲିଉଡ୍‌ର ପ୍ରସିଦ୍ଧ ସନେମା ତାରକାଙ୍କୁ ନକଲ କରି ଯେଉଁଭଳି ଏକ ମିଥ୍ୟା ବିଜ୍ଞାପନ ଭାଇରାଲ ହୋଇଛି ସେଥିରୁ ବୁଝାପଡ଼ୁଛି ଯେ, ଆସନ୍ତା ସମୟରେ ଯେକୌଣସି ସାମାଜିକ ଅସ୍ଥିରତା ସୃଷ୍ଟି ହେବ। ପିଲାଦିନେ ପଢ଼ିଥିଲୁ ଅଷ୍ଟ୍ରିଆର ରାଜକୁମାର ଫ୍ରାଞ୍ଜ ଫର୍ଡିନାଣ୍ଡ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରାଯିବା ଫଳରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ଏବକାର ସମୟରେ କୌଣସି ଗୁଳି ଫୁଟାଇବା ପୂର୍ବରୁ ପ୍ରବଳ ଅଶାନ୍ତି ସୃଷ୍ଟି କରିବା ସମ୍ଭବପର ହେବ। ଭାରତର ଉଦାହରଣ ଦେଖାଯାଉ। ଅଧିକାଂଶ ସୋସିଆଲ ମିଡିଆ(ସାମାଜିକ ଗଣମାଧ୍ୟମ) ବ୍ୟବହାରକାରୀ ବିଶ୍ୱାସ କରିଯାଇଥିଲେ ଯେତେବେଳେ ଦିଲ୍ଲୀରେ ଭାଜପା ସାଂସଦ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତି ଯୋଦ୍ଧା ଫୋଗଟ ଏବଂ ତାଙ୍କ ସାଥୀମାନଙ୍କର ହସୁଥିବା ଫଟୋ ପ୍ରକାଶ ପାଇଥିଲା, ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଏହି ପ୍ରତିବାଦକାରୀ ଯୁବତୀଯୁବକ ବାସ୍ତବରେ ଦୁଃଖିତ ହେବା ପରିବର୍ତ୍ତେ ଥଟ୍ଟାମଜା କରି ଦିଲ୍ଲୀରେ ଅଛନ୍ତି। ସେହିଭଳି କେରଳର ଜଣେ ବ୍ୟକ୍ତି ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏକ ଭିଡିଓ କଲ୍‌ ଅଜଣା ନମ୍ବରୁ ପାଇଲେ। ସେହି ବନ୍ଧୁଙ୍କ ଅନୁରୋଧ କ୍ରମେ ତାଙ୍କର କହିଥିବା ବ୍ୟାଙ୍କ ଆକାଉଣ୍ଟକୁ ୪୦,୦୦୦ ଟଙ୍କା ପଠାଇଲେ। ଯେହେତୁ କଲ୍‌ ଭିଡିଓ ଥିଲା ଏବଂ ତାଙ୍କ ସାଥୀଙ୍କୁ ଦେଖିପାରୁଥିଲେ ସେଥିପାଇଁ ଅବିଶ୍ୱାସ କରିବାର କୌଣସି କାରଣ ନ ଥିଲା। ସେହି ଠକାମି ପଛରେ ଡିପ୍‌ ଫେକ୍‌ କା ଗଭୀର ନକଲି ସମ୍ପୃକ୍ତ ଥିଲା। କୁସ୍ତି ଯୋଦ୍ଧାମାନଙ୍କର କାନ୍ଦୁଥିବା ଫଟୋକୁ ହସାଇଦେବା ଭଳି ଏହି କେରଳ ବ୍ୟକ୍ତିଙ୍କୁ ତାଙ୍କର ବନ୍ଧୁଙ୍କ ଅବିକଳ ମୁହଁ ଦେଖାଇ ଦିଆଯାଇଥିଲା। ଏଥିରୁ ଆମେ ଯେତିକି ଅନୁମାନ କରିପାରିବା ତାହାଠାରୁ ଆହୁରି ଅନେକ ଅଧିକ ଠକାମି କରିହେବ।
ଏଭଳି ପ୍ରଚ୍ଛଦପଟରେ ଭାରତ ସରକାର ଏବେ ଡିଜିଟାଇଜେଶନ ପାଇଁ ପ୍ରବଳ ଚାପ ପକାଉଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଯୋଡ଼ିବା ଭଳି ବିପଜ୍ଜନକ କାର୍ଯ୍ୟ ସରକାର ବାଧ୍ୟତାମୂଳକ କରାଉଛନ୍ତି। ଏହାଦ୍ୱାରା ବିଶେଷକରି ଗରିବ ଓ ମଧ୍ୟବିତ୍ତ ଆୟ କରୁଥିବା ବ୍ୟକ୍ତି ନକାରାମତ୍କ ଭାବେ ପ୍ରଭାବିତ କିମ୍ବା ଠକେଇ ହେବାର ସୁଯୋଗ ବୃଦ୍ଧିପାଉଛି। ଦେଖିବାକୁ ଗଲେ ଭାରତରେ ସୃଷ୍ଟି ହୋଇଥିବା ଡିଜିଟାଲ ଭିତ୍ତିଭୂମି ୧୦୦ ମିଲିୟନ (୧୦ କୋଟି) ନାଗରିକଙ୍କୁ ସେବା ଦେଇପାରିବ। ଏହି ସଂଖ୍ୟା ଗୌଣ ନୁହେଁ। କିନ୍ତୁ ୧୫୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ଦେଶରେ ଚାପ ପକାଇ ଯେତିକି ଅଧିକ ଡିଜିଟାଇଜେଶନ କରାଯିବ ସେତିକି ଅଧିକ ଠକେଇ ହେବାର ସୁଯୋଗ ସୃଷ୍ଟି ହେବ। ଏଥିସହ ଭାରତର ସବୁ ରାଜ୍ୟର ପୋଲିସ ସାଇବର ସିକ୍ୟୁରିଟି ବିଭାଗର ପାରିବାପଣିଆ କଥା ଆଲୋଚନା ନ କରିବା ଭଲ। ବିଭାଗର ଅଧିକାଂଶ ଅଧିକାରୀ ସାଇବର ସିକ୍ୟୁରିଟିର ବିଭିନ୍ନ ଦିଗ ବିଷୟରେ ଅଜ୍ଞ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦେଖିବାକୁ ଗଲେ ଦୁର୍ବଳ ଇଣ୍ଟରନେଟ୍‌ ସେବା ଫଳରେ ଆଜି ପର୍ଯ୍ୟନ୍ତ ଠକେଇ ମାନ୍ଦା ପରିସ୍ଥିତିରେ ଅଛି। ଏହାର ଗତି ଯେତିକି ଅଧିକ ହେବ, ଠକେଇ ସେତିକି ବଢ଼ିବ। ଅଧିକାଂଶ ଭାରତୀୟ, ଏଭଳି କି ଶିକ୍ଷିତ ନାଗରିକ ମଧ୍ୟ, ଆଧାରକାର୍ଡ ଦେଖେଇବାକୁ ଯାଇ ଅଚିହ୍ନା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ କାର୍ଡ ଧରାଇ ଦିଅନ୍ତି। ଭାରତୀୟମାନେ ଏ ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ତାଙ୍କ ନିଜ ସମ୍ପର୍କରେ କେତେ ତଥ୍ୟ ସେହି କ୍ୟୁଆର କୋଡ୍‌ରେ ରହିଛି। ଏଭଳି ଲୋକଙ୍କୁ ଠକିବା ଅତ୍ୟନ୍ତ ସହଜ ହେବ, କାରଣ ଭାରତୀୟମାନେ ଅନ୍ତରଙ୍ଗ ତଥ୍ୟର ମୂଲ୍ୟ ବୁଝିବା ପାଇଁ ଅକ୍ଷମ। ତତ୍‌ସହିତ ବ୍ୟାଙ୍କଗୁଡ଼ିକର ଦୁର୍ବଳ ଏବଂ ଅସୁରକ୍ଷିତ ବ୍ୟବସ୍ଥା ଯୋଗୁ ଅତ୍ୟଧିକ ମାତ୍ରାରେ ଅର୍ଥ ଲୁଟି ନେବା ଅତ୍ୟନ୍ତ ସହଜ। ଏଥିରୁ କହିହେବ ଯେ, ଡିଜିଟାଇଜେଶନ ପାଇଁ ଚାପ ପକାଇବା ପୂର୍ବରୁ ସରକାର ଏବଂ ଦେଶର ଅର୍ଥନୈତିକ ବ୍ୟବସ୍ଥା ନିଜ ଘର ପ୍ରଥମେ ସଜାଡ଼ି ଜନସାଧାରଣଙ୍କୁ ସୁରକ୍ଷିତ ରଖିବାର ପ୍ରଣାଳୀ ବାହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri