ଚାଇନା କ୍ୟାମ୍ପରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ଘୁଷୁରି ମାଂସ

ବେଜିଂ,୪।୧୨ : ଧିରେ ଧିରେ ପଦାକୁ ଆସୁଛି ଉଇଗର ମୁସଲମାନଙ୍କ ପ୍ରତି ଚାଇନାର ଦମନକାରୀ ନୀତି। ଚାଇନାର ରି-ଏଜୁକେଶନ କ୍ୟାମ୍ପରେ ରହୁଥିବା ଉଇଗର ମୁସଲମାନଙ୍କୁ ଘୁଷୁରି ମାଂସ ଖାଇବାକୁ ବାଧ୍ୟ କରାଯାଉଛି। ତାହା ପୁଣି ପ୍ରତ୍ୟେକ ଶୁକ୍ରବାର। ମୁସଲମାନ ଧର୍ମରେ ଶୁକ୍ରବାରକୁ ଏକ ପବିତ୍ର ଦିନ ଭାବେ ଗଣନା କରାଯାଏ। ଏଣୁ ସେମାନଙ୍କ ଧର୍ମ ଭ୍ରଷ୍ଠ କରିବା ପାଇଁ ଚାଇନା  କ୍ୟାମ୍ପରେ ଏଭଳି  କରାଯାଉଛି। ଶିକ୍ଷା ନାମରେ ମୁସଲମାନଙ୍କ ଉପରେ ଚାଇନା  ଅତ୍ୟାଚାର କରୁଛି । ଏହା ସ୍ପଷ୍ଟ କରିଛନ୍ତି ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ସରଗୁଲ ସୋତବେ।

ପ୍ରତ୍ୟେକ ଶୁକ୍ରବାର ଆମକୁ ଘୁଷୁରି ମାଂସ ଖାଇବାକୁ ବାଧ୍ୟ କରାଯାଉଥିଲା। ସେମାନେ ଜାଣିଶୁଣି ଏହି ଦିନକୁ ବାଛି ଥିଲେ। ଯଦି କେହି ଏହାକୁ ମାନିବାକୁ ମନା କରେ, ତେବେ ତାକୁ କଠୋର ଦଣ୍ଡ ଦିଆଯାଉଥିଲା ବୋଲି ଏକ ସାକ୍ଷାତ୍‌କାରରେ ସୋତବେ କହିଛନ୍ତି। ନିକଟରେ ପ୍ରକାଶ ପାଇଥିବା ପୁସ୍ତକରେ ଚାଇନା କ୍ୟାମ୍ପରେ ତାଙ୍କ ସହ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରୁ ୨୦ ବର୍ଷ ଧରି ପଡ଼ିରହିଛି ୨୭ ବିଭାଗର ଇଣ୍ଟରନାଲ ଅଡିଟ୍‌, ଅନ୍ଧାରରେ ସରକାରଙ୍କ…

ଭୁବନେଶ୍ୱର,୨୦ା୪(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ତାଙ୍କର ୨୭ଟି ବିଭାଗରେ ବହୁ ହଜାର କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍‌ ହୋଇଥିବା ତଥ୍ୟ ପ୍ରକାଶ କରିଛନ୍ତି। ଗତ ୨୬ ମାର୍ଚ୍ଚରେ…

ଧାନକିଣାରୁ ବାଦ୍ ପଡିଛନ୍ତି ୧୫୮ ଚାଷୀ, ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ…

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ): ୨୦୨୫-୨୬ ଖରିଫ ଧାନ କ୍ରୟରୁ ବଲାଙ୍ଗୀର ଜିଲାର ୧୫୮ ଜଣ ଚାଷୀ ବାଦ୍ ପଡିଛନ୍ତି । ଏହାର ପ୍ରତିବାଦରେ ସୋମବାର ବଲାଙ୍ଗୀର ଜିଲା ମିଳିତ…

୪୦ ଡିଗ୍ରୀ ଉପରେ ୧୪ ସହର, ଆହୁରି ସପ୍ତାହେ ଶିଝିବ ଓଡ଼ିଶା

ଭୁବନେଶ୍ୱର,୨୦ା୪ (ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମତାପରେ ଶିଝୁଛି ଓଡ଼ିଶା। ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ରବିବାର ମଧ୍ୟ ଅଧା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଆଜି ଅଖିମୁଠି ଅନୁକୂଳ, ଚାଷୀଙ୍କ ଉତ୍ସାହ ନାହିଁ

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ): ସୋମବାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ଚାଷୀମାନେ ଚାଷ ପାଇଁ ପାଗ ଭିଡ଼ିବେ। କେବଳ ସେତିକି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଜିଲାପାଳଙ୍କଠୁ ଜନ…

ଚାଷୀଙ୍କ ପାଇଁ ବଡ଼ ଖୁସି ଖବର : ମିଳିଲା ସିଏମ୍‌ କିଷାନ ଟଙ୍କା

ଭୁବନେଶ୍ବର,୨୦ା୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅନ୍ୟପକ୍ଷେ ଆଜି କଟକରେ ପାଳିତ…

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଜିର ଦିନରେ ଅନ୍ନଦାତାମାନଙ୍କୁ…

କଟକ/ଭୁବନେଶ୍ୱର,୨୦ା୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କଟକ CRRIରେ ଅଖିମୁଠି ଅନୁକୂଳ କରିଛନ୍ତି। ପ୍ରଥମେ…

ଓଲଟିଲା ଯାତ୍ରୀବାହୀ ବସ, ୧୫ ମୃତ

ଉଧମପୁର,୨୦।୪: ଜମ୍ମୁ କଶ୍ମୀରର ଉଧମପୁରରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଉଧମପୁର ରାମନଗରର କାଗୋଟ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଛି ଏବଂ ରିପୋର୍ଟ…

ଅଶୋଧିତ ତୈଳ ଦରରେ ନିଆଁ, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ ଦର

ନୂଆଦିଲ୍ଲୀ,୨୦ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଇରାନ ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରିବାକୁ ମନା କରିଦେଇଛି। ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri