ଡେଭିଡ୍‌ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର

ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’କୁ ମିଳିଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍‌ ଡିଓପ୍‌ଙ୍କ ଏହି ଫିକ୍ସନକୁ ଇଂଲିଶ୍‌ରେ ଅନୁବାଦ କରିଛନ୍ତି ଆନ୍ନା ମୋସ୍କୋଭାକିସ୍‌। ବୁକର ଗ୍ରୁପ୍‌ ପକ୍ଷରୁ ଡେଭିଡ୍‌ ପୁରସ୍କାର ବାବଦକୁ ପାଇବାକୁ ଥିବା ୫୦,୦୦୦ ପାଉଣ୍ଡ (୭୧,୦୦୦ ଡଲାର)ରୁ ଆନ୍ନାଙ୍କୁ ତାଙ୍କ ଅଂଶ ରାଶି ପ୍ରଦାନ କରିବେ।
୨୦୧୮ରେ ପ୍ରକାଶିତ ମୂଳ ଉପନ୍ୟାସ ‘ଫ୍ରେରେ ଡାମେ’ର ଇଂଲିଶ ଅନୁବାଦ ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’, ଯାହାର ତାତ୍ପର୍ଯ୍ୟ ହେଉଛି ରାତିରେ ସବୁ ରକ୍ତ କଳା। ପ୍ରଥମ ବିଶ୍ୱଯୁଦ୍ଧ ବେଳର ଦୁଇଜଣ ସେନେଗାଲ ସୈନିକ ଆଲ୍‌ଫା ଏନ୍‌ଡିଆୟେ ଓ ମଡେମ୍ବାଙ୍କ ଜୀବନୀ ଉପରେ ଏହାର କାହାଣୀ ଗତିଶୀଳ ହୋଇଛି। ସେତେବେଳେ ଆଲ୍‌ଫା ଓ ମଡେମ୍ବା ଶକ୍ତିଶାଳୀ ଫ୍ରାନ୍ସ ପାଇଁ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟ ଚରିତ୍ର ଆଲ୍‌ଫା ଜର୍ମାନୀ ସୈନ୍ୟଙ୍କୁ ହତ୍ୟାକରି ଚାଲିଥିଲେ। ପରେ ସେମାନଙ୍କ ହାତଗୁଡ଼ିକୁ କାଟି ଦେଇଥିଲେ। ଯୁଦ୍ଧଭୂମିରେ ମଡେମ୍ବା ନିହତ ହେବା ପରେ ଆଲ୍‌ଫା ଏକୁଟିଆ ହୋଇଗଲେ। ସେ ଅଧିକ ହିଂସ୍ର ପାଲଟି ପାଗଳପ୍ରାୟ ହୋଇଯାଇଥିଲେ।
ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ବ୍ରିଟିଶ୍‌ ଲେଖକ ଲୁସି ହଗ୍‌ହେସ୍‌-ହଲ୍ଲେଟ କହିଛନ୍ତି, ଏହା ଏପରି ଏକ ସମ୍ମୋହନୀ ପୁସ୍ତକ, ଯାହା ପାଠିକାପାଠକଙ୍କ ଚେତନାକୁ ପ୍ରବେଶ କରି ବିଚାରରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ବହନ କରେ। ପ୍ରାୟ ୧୫୦ ପୃଷ୍ଠାର ଉକ୍ତ ଉପନ୍ୟାସ ବର୍ଣ୍ଣବାଦ ଓ ଉପନିବେଶବାଦ ଉପରେ ସାମ୍ପ୍ରତିକ ବିତର୍କର ପ୍ରାସଙ୍ଗିକତାକୁ ପ୍ରତିପାଦନ କରିଥାଏ। ଏହା ପାଠକଙ୍କ ମନରେ ବନ୍ଧୁତ୍ୱ ଭାବ ଓ ଭୀତି ସଞ୍ଚାର କରେ। ଉପନ୍ୟାସ ପଢ଼ିଲେ ହିପ୍‌ନୋଟାଇଜ୍‌ ହୋଇଗଲା ଭଳି ଅନୁଭବ ହୁଏ। ଡିଓପ୍‌ଙ୍କ ନୋଭେଲକୁ ସଂଖ୍ୟାଗରିଷ୍ଠ ୫ ବିଚାରପତି ଚୟନ କରିଥିଲେ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଥିଲେ ‘ଇନ୍‌ ମେମୋରି ଅଫ୍‌ ମେମୋରି’ ର ରୁଷୀୟ ଲେଖକ ମାରିନା ଷ୍ଟେପାନୋଭା ଏବଂ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ଡେଞ୍ଜର୍ସ ଅଫ୍‌ ସ୍ମୋକିଂ ଇନ୍‌ ବେଡ୍‌’ ରଚୟିତା ଆର୍ଜେଣ୍ଟିନାର ମାରିଆନା ଏନ୍‌ରିକ୍ୟୁଜ୍‌। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଜନ୍ମିତ ଡିଓପ୍‌ ସେନେଗାଲରେ ବଢ଼ିଥିଲେ। ଏହି ୫୫ ବର୍ଷୀୟ ଲେଖକଙ୍କ ଜୀବନର ଅଧିକାଂଶ ସମୟ ଡାକାରରେ ବିତିଛି। ସେ ଫ୍ରାନ୍ସର ପାଉ ୟୁନିଭର୍ସିଟିରେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟ ପଢ଼ାନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବାରେ ସେ ହେଉଛନ୍ତି ଫ୍ରାନ୍ସର ପ୍ରଥମ ଲେଖକ। ପୂର୍ବରୁ ମ୍ୟାନ୍‌ ବୁକର ପ୍ରାଇଜ୍‌ ନାମରେ ପରିଚିତ ଥିବା ଇଣ୍ଟରନ୍ୟାଶନାଲ୍‌ ବୁକର ପ୍ରାଇଜ୍‌ ୨୦୦୫ରୁ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ପୁସ୍ତକକୁ ମିଳିଥାଏ, ଯାହା ଇଂଲିଶରେ ଅନୂଦିତ ହୋଇ ବ୍ରିଟେନ କିମ୍ବା ଆୟରଲାଣ୍ଡରେ ପ୍ରକାଶିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

୩ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ,୨୯୭(କାର୍ତ୍ତିକ ସାହୁ): ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା ୬ ଜଣଙ୍କ ମଧ୍ୟରୁ ହାଇକୋର୍ଟ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri