ଡେଭିଡ୍‌ଙ୍କୁ ଅନ୍ତର୍ଜାତୀୟ ବୁକର ପୁରସ୍କାର

ଲଣ୍ଡନ,୪ା୬:ଏକ ଦୁଃଖଦ କିନ୍ତୁ ଉପନିବେଶବାଦ ଓ ଯୁଦ୍ଧଭୟର କାବି୍ୟକ କାହାଣୀକୁ ନେଇ ଗତିଶୀଳ ହୋଇଥିବା ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’କୁ ମିଳିଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍‌ ଡିଓପ୍‌ଙ୍କ ଏହି ଫିକ୍ସନକୁ ଇଂଲିଶ୍‌ରେ ଅନୁବାଦ କରିଛନ୍ତି ଆନ୍ନା ମୋସ୍କୋଭାକିସ୍‌। ବୁକର ଗ୍ରୁପ୍‌ ପକ୍ଷରୁ ଡେଭିଡ୍‌ ପୁରସ୍କାର ବାବଦକୁ ପାଇବାକୁ ଥିବା ୫୦,୦୦୦ ପାଉଣ୍ଡ (୭୧,୦୦୦ ଡଲାର)ରୁ ଆନ୍ନାଙ୍କୁ ତାଙ୍କ ଅଂଶ ରାଶି ପ୍ରଦାନ କରିବେ।
୨୦୧୮ରେ ପ୍ରକାଶିତ ମୂଳ ଉପନ୍ୟାସ ‘ଫ୍ରେରେ ଡାମେ’ର ଇଂଲିଶ ଅନୁବାଦ ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ୍‌’, ଯାହାର ତାତ୍ପର୍ଯ୍ୟ ହେଉଛି ରାତିରେ ସବୁ ରକ୍ତ କଳା। ପ୍ରଥମ ବିଶ୍ୱଯୁଦ୍ଧ ବେଳର ଦୁଇଜଣ ସେନେଗାଲ ସୈନିକ ଆଲ୍‌ଫା ଏନ୍‌ଡିଆୟେ ଓ ମଡେମ୍ବାଙ୍କ ଜୀବନୀ ଉପରେ ଏହାର କାହାଣୀ ଗତିଶୀଳ ହୋଇଛି। ସେତେବେଳେ ଆଲ୍‌ଫା ଓ ମଡେମ୍ବା ଶକ୍ତିଶାଳୀ ଫ୍ରାନ୍ସ ପାଇଁ ଯୁଦ୍ଧ ଲଢ଼ିଥିଲେ। ମୁଖ୍ୟ ଚରିତ୍ର ଆଲ୍‌ଫା ଜର୍ମାନୀ ସୈନ୍ୟଙ୍କୁ ହତ୍ୟାକରି ଚାଲିଥିଲେ। ପରେ ସେମାନଙ୍କ ହାତଗୁଡ଼ିକୁ କାଟି ଦେଇଥିଲେ। ଯୁଦ୍ଧଭୂମିରେ ମଡେମ୍ବା ନିହତ ହେବା ପରେ ଆଲ୍‌ଫା ଏକୁଟିଆ ହୋଇଗଲେ। ସେ ଅଧିକ ହିଂସ୍ର ପାଲଟି ପାଗଳପ୍ରାୟ ହୋଇଯାଇଥିଲେ।
ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ବ୍ରିଟିଶ୍‌ ଲେଖକ ଲୁସି ହଗ୍‌ହେସ୍‌-ହଲ୍ଲେଟ କହିଛନ୍ତି, ଏହା ଏପରି ଏକ ସମ୍ମୋହନୀ ପୁସ୍ତକ, ଯାହା ପାଠିକାପାଠକଙ୍କ ଚେତନାକୁ ପ୍ରବେଶ କରି ବିଚାରରେ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ବହନ କରେ। ପ୍ରାୟ ୧୫୦ ପୃଷ୍ଠାର ଉକ୍ତ ଉପନ୍ୟାସ ବର୍ଣ୍ଣବାଦ ଓ ଉପନିବେଶବାଦ ଉପରେ ସାମ୍ପ୍ରତିକ ବିତର୍କର ପ୍ରାସଙ୍ଗିକତାକୁ ପ୍ରତିପାଦନ କରିଥାଏ। ଏହା ପାଠକଙ୍କ ମନରେ ବନ୍ଧୁତ୍ୱ ଭାବ ଓ ଭୀତି ସଞ୍ଚାର କରେ। ଉପନ୍ୟାସ ପଢ଼ିଲେ ହିପ୍‌ନୋଟାଇଜ୍‌ ହୋଇଗଲା ଭଳି ଅନୁଭବ ହୁଏ। ଡିଓପ୍‌ଙ୍କ ନୋଭେଲକୁ ସଂଖ୍ୟାଗରିଷ୍ଠ ୫ ବିଚାରପତି ଚୟନ କରିଥିଲେ। ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଥିଲେ ‘ଇନ୍‌ ମେମୋରି ଅଫ୍‌ ମେମୋରି’ ର ରୁଷୀୟ ଲେଖକ ମାରିନା ଷ୍ଟେପାନୋଭା ଏବଂ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ଡେଞ୍ଜର୍ସ ଅଫ୍‌ ସ୍ମୋକିଂ ଇନ୍‌ ବେଡ୍‌’ ରଚୟିତା ଆର୍ଜେଣ୍ଟିନାର ମାରିଆନା ଏନ୍‌ରିକ୍ୟୁଜ୍‌। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ଜନ୍ମିତ ଡିଓପ୍‌ ସେନେଗାଲରେ ବଢ଼ିଥିଲେ। ଏହି ୫୫ ବର୍ଷୀୟ ଲେଖକଙ୍କ ଜୀବନର ଅଧିକାଂଶ ସମୟ ଡାକାରରେ ବିତିଛି। ସେ ଫ୍ରାନ୍ସର ପାଉ ୟୁନିଭର୍ସିଟିରେ ଅଷ୍ଟାଦଶ ଶତାବ୍ଦୀର ସାହିତ୍ୟ ପଢ଼ାନ୍ତି। ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବାରେ ସେ ହେଉଛନ୍ତି ଫ୍ରାନ୍ସର ପ୍ରଥମ ଲେଖକ। ପୂର୍ବରୁ ମ୍ୟାନ୍‌ ବୁକର ପ୍ରାଇଜ୍‌ ନାମରେ ପରିଚିତ ଥିବା ଇଣ୍ଟରନ୍ୟାଶନାଲ୍‌ ବୁକର ପ୍ରାଇଜ୍‌ ୨୦୦୫ରୁ ପ୍ରତିବର୍ଷ ସର୍ବୋତ୍କୃଷ୍ଟ ପୁସ୍ତକକୁ ମିଳିଥାଏ, ଯାହା ଇଂଲିଶରେ ଅନୂଦିତ ହୋଇ ବ୍ରିଟେନ କିମ୍ବା ଆୟରଲାଣ୍ଡରେ ପ୍ରକାଶିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ଜରୁରୀ ବୈଠକ ପରେ ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ

ଲଣ୍ଡନ,୫ ।୧: ବ୍ରିଟେନରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି...

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ରେକଡର

ଜାକର୍ତ୍ତା, ୧୨ା୧- ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶ୍ରୀଓ୍ବିଜୟ ଏୟାର ପ୍ଲେନର ଭଗ୍ନାଂଶରୁ ରେକଡର ଠାବ କରିଛନ୍ତି ଇଣ୍ଡୋନେସିଆ ଅଧିକାରୀ। ବିମାନର ରେକର୍ଡିଂ ଡିଭାଇସକୁ ଜାକର୍ତ୍ତାର...

ଇମ୍ରାନଙ୍କ ଜିଦ୍‌ ପାଇଁ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ପୁଅ

ଇସ୍‌ଲାମାବାଦ,୧୧।୨: ଚାଇନାର ଉହାନ ସହରରେ ରହି ପିଏଚ୍‌ଡି କରୁଥିବା ପାକିସ୍ତାନର ଛାତ୍ର ହସନ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନ ପାରିବାକୁ ନେଇ ପାକିସ୍ତାନର...

ଶୁଭେଚ୍ଛା ଜଣାଇଲେ ପୁଟିନ, ମାକ୍ରୋନ୍‌: ଭାରତ-ରୁଷିଆ ସମ୍ପର୍କ ସ୍ବତନ୍ତ୍ର

ଓ୍ବାଶିଂଟନ୍‌/ପ୍ୟାରିସ୍‌,୧୫।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ଦେଶ ଓ ଦେଶ ବାହାରୁ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ସହଯୋଗର ପ୍ରତିଶ୍ରୁତି ଦେଇ ଅନେକ...

ଯୁଦ୍ଧ ହେଲେ ପୃଥିବୀରେ ବଢ଼ିବ ଦରଦାମ୍‌,ତେଲରେ ଲାଗିବ ନିଆଁ….

ମସ୍କୋ, ୧୫।୨ : ୟୁକ୍ରେନ୍‌ ଉପରେ ରୁଷିଆର ସମ୍ଭାବ୍ୟ ଆକ୍ରମଣ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ହେଲେ ପୃଥିବୀରେ ଦରଦାମ୍‌ ବଢ଼ିବାର...

ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ

ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି...

୨୫ ଭାରତୀୟ ଶିକ୍ଷାର୍ଥୀଙ୍କୁ କ୍ୱାଡ ଫେଲୋଶିପ…

ଓ୍ବାଶିଂଟନ,୧୦।୧୨ : ଆମେରିକା ପକ୍ଷରୁ କ୍ୱାଡ ଫେଲୋଶିପ୍‌ ଘୋଷଣା କରାଯାଇଛି। ୨୫ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ...

ଡ୍ରାଗନ୍‌ର ରହସ୍ୟମୟ ‘ଏରିଆ-୫୧’, ଏୟାରବେସ୍‌ ନିର୍ମାଣ ରହିଛି ଜାରି…

ବେଜିଂ,୩।୭: ଭାରତର ପୂର୍ବ ଲଦାଖ ଅଞ୍ଚଳରେ ଲଗାତାର ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ଏୟାର ବେସ୍‌ ନିର୍ମାଣ କାର୍ଯ୍ୟର ସାଟେଲାଇଟ୍‌ ଫଟୋକୁ ନେଇ ଅନ୍ତର୍ଜାତୀୟସ୍ତରରେ...

Advertisement
Archives

Model This Week