ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି। ସେ ନିଜର ଅଭିନୟ ତଥା ଡ୍ୟାନ୍ସ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ହ୍ରିତିକଙ୍କ ବିଷୟରେ ଆଜିବି କିଛି କଥା ଅଜଣା ରହିଛି। ମାତ୍ର ୬ ବର୍ଷ ବୟସରେ ସେ ଶିଶୁକଳାକାର ଭାବେ ‘ଆଶା’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଯାହାପାଇଁ ତାଙ୍କୁ ୧୦୦ଟଙ୍କା ପାରିଶ୍ରମିକ ମିଳିଥିଲା। ଅଭିନେତା ହେବା ପୂର୍ବରୁ ହ୍ରିତିକ ସ୍କୋଲିଓସିସ୍‌ ନାମକ ଏକ ରୋଗରେ ପୀଡ଼ିତ ଥିଲେ। ୨୧ ବର୍ଷ ବୟସରେ ହିଁ ସେ ଏଥିରୁ ଆରୋଗ୍ୟ ଲାଭ କରିଥିଲେ। ତାଙ୍କ ଡାହାଣ ହାତରେ ରହିଛି ଦୁଇଟି ଆଙ୍ଗୁଠି। ପ୍ରଥମ ଅଭିନୟରେ ହିଁ ସେ ଦର୍ଶକଙ୍କ ନିକଟତର ହୋଇଥିଲେ। ଏଥିରେ ସେ ଏତେ ପରିମାଣରେ ଲୋକପ୍ରିୟ ହୋଇଯାଇଥିଲେ ଯେ ବିବାହ ପାଇଁ ତାଙ୍କ ନିକଟକୁ ପାଖାପାଖି ୩୦ ହଜାର ପ୍ରସ୍ତାବ ଆସିଥିବା କୁହାଯାଏ। ଏହି ଶିଶୁ କଳାକାର ପରେ ନାୟକ ଭାବେ ୨୦୦୦ ମସିହାରେ ଫିଲ୍ମ ‘କହୋନା ପ୍ୟାର ହୈ’ରେ ନଜର ଆସିଥିଲେ। ପିଲାଦିନେ ସେ ସ୍ପଷ୍ଟଭାବେ ଶବ୍ଦ ଉଚ୍ଚାରଣ କରିପାରୁ ନ ଥିଲେ। ସ୍ପିଚ ଥେରାପି ମାଧ୍ୟମରେ ସେ ଏବେ ଭଲଭାବେ କଥା କହି ପାରୁଛନ୍ତି। କୁହାଯାଏ ହ୍ରିତିକ ବଲିଉଡ୍‌ର ବରିଷ୍ଠ କଳାକାର ସମ୍ମି କପୁର ଓ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କୁ ଦେଖି ଡ୍ୟାନ୍‌ ଶିଖିବା ଆରମ୍ଭ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ଏକ ଟ୍ରାଫିକ ସିଗନାଲରେ ସେ ସୁଜେନ ଖାନଙ୍କୁ ଦେଖିଥିବା ବେଳେ ୨୦୦୦ ମସିହାରେ ତାଙ୍କୁ ବିବାହ କରିଥିଲେ। ହ୍ରିତକଙ୍କ ପ୍ରକୃତ ସରନେମ୍‌ ରୋଶନ ନୁହେଁ ବରଂ ନାଗରଥ। ବଲିଉଡ୍‌ରେ ସେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ବେଳେ ଏଥିମଧ୍ୟରୁ ୧୫ରୁ ଅଧିକ ହିଟ୍‌ ଫିଲ୍ମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri