ବାହାଘର ପାଇଁ ଆସିଥିଲା ୩୦ ହଜାର ପ୍ରସ୍ତାବ !

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ନିଜର ବଳିଷ୍ଠ ଚେହେରା ପାଇଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ସୁନ୍ଦର ପୁରୁଷଙ୍କ ତାଲିକାରେ ଆସିଥାଆନ୍ତି। ସେ ନିଜର ଅଭିନୟ ତଥା ଡ୍ୟାନ୍ସ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ହ୍ରିତିକଙ୍କ ବିଷୟରେ ଆଜିବି କିଛି କଥା ଅଜଣା ରହିଛି। ମାତ୍ର ୬ ବର୍ଷ ବୟସରେ ସେ ଶିଶୁକଳାକାର ଭାବେ ‘ଆଶା’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଯାହାପାଇଁ ତାଙ୍କୁ ୧୦୦ଟଙ୍କା ପାରିଶ୍ରମିକ ମିଳିଥିଲା। ଅଭିନେତା ହେବା ପୂର୍ବରୁ ହ୍ରିତିକ ସ୍କୋଲିଓସିସ୍‌ ନାମକ ଏକ ରୋଗରେ ପୀଡ଼ିତ ଥିଲେ। ୨୧ ବର୍ଷ ବୟସରେ ହିଁ ସେ ଏଥିରୁ ଆରୋଗ୍ୟ ଲାଭ କରିଥିଲେ। ତାଙ୍କ ଡାହାଣ ହାତରେ ରହିଛି ଦୁଇଟି ଆଙ୍ଗୁଠି। ପ୍ରଥମ ଅଭିନୟରେ ହିଁ ସେ ଦର୍ଶକଙ୍କ ନିକଟତର ହୋଇଥିଲେ। ଏଥିରେ ସେ ଏତେ ପରିମାଣରେ ଲୋକପ୍ରିୟ ହୋଇଯାଇଥିଲେ ଯେ ବିବାହ ପାଇଁ ତାଙ୍କ ନିକଟକୁ ପାଖାପାଖି ୩୦ ହଜାର ପ୍ରସ୍ତାବ ଆସିଥିବା କୁହାଯାଏ। ଏହି ଶିଶୁ କଳାକାର ପରେ ନାୟକ ଭାବେ ୨୦୦୦ ମସିହାରେ ଫିଲ୍ମ ‘କହୋନା ପ୍ୟାର ହୈ’ରେ ନଜର ଆସିଥିଲେ। ପିଲାଦିନେ ସେ ସ୍ପଷ୍ଟଭାବେ ଶବ୍ଦ ଉଚ୍ଚାରଣ କରିପାରୁ ନ ଥିଲେ। ସ୍ପିଚ ଥେରାପି ମାଧ୍ୟମରେ ସେ ଏବେ ଭଲଭାବେ କଥା କହି ପାରୁଛନ୍ତି। କୁହାଯାଏ ହ୍ରିତିକ ବଲିଉଡ୍‌ର ବରିଷ୍ଠ କଳାକାର ସମ୍ମି କପୁର ଓ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କୁ ଦେଖି ଡ୍ୟାନ୍‌ ଶିଖିବା ଆରମ୍ଭ କରିଥିଲେ। ମାତ୍ର ୧୨ ବର୍ଷ ବୟସରେ ଏକ ଟ୍ରାଫିକ ସିଗନାଲରେ ସେ ସୁଜେନ ଖାନଙ୍କୁ ଦେଖିଥିବା ବେଳେ ୨୦୦୦ ମସିହାରେ ତାଙ୍କୁ ବିବାହ କରିଥିଲେ। ହ୍ରିତକଙ୍କ ପ୍ରକୃତ ସରନେମ୍‌ ରୋଶନ ନୁହେଁ ବରଂ ନାଗରଥ। ବଲିଉଡ୍‌ରେ ସେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଥିବା ବେଳେ ଏଥିମଧ୍ୟରୁ ୧୫ରୁ ଅଧିକ ହିଟ୍‌ ଫିଲ୍ମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri