Posted inଖେଳ

ଗମ୍ଭୀର କୋଚ୍‌ ହେବାକୁ ଆଗ୍ରହୀ

ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍‌ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍‌ କଳ୍ପନାଜଳ୍ପନା ଚାଲିଛି।

ନିକଟରେ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତୃତୀୟ ଥର ଆଇପିଏଲ୍‌ ଟାଇଟଲ ଜିତିଥିଲା। ଚଳିତ ଟି୨୦ ବିଶ୍ୱକପ୍‌ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଗମ୍ଭୀରଙ୍କୁ ତାଙ୍କର ପ୍ରକୃଷ୍ଟ ଉତ୍ତରାଧିକାରୀ ଭାବେ ଅନେକେ ଦେଖୁଛନ୍ତି।

ମୁଖ୍ୟ କୋଚ୍‌ ପଦବୀ ପାଇଁ ଆବେଦନପତ୍ର ଦାଖଲ କରିବା ଅବଧି ମେ ୨୭ ରଖାଯାଇଥିଲା। ଆବୁଧାବିରେ ଏକ ଇଭେଣ୍ଟରେ ଯୋଗଦାନ ପୂର୍ବକ ଏକ ସାକ୍ଷାତ୍‌କାରରେ ୪୨ ବର୍ଷୀୟ ଗମ୍ଭୀର କହିଛନ୍ତି, ନିଜ ଜାତୀୟ ଦଳକୁ କୋଚିଂ ଦେବାଠାରୁ ଆଉ ବଡ଼ ସମ୍ମାନ ଅବା କ’ଣ ଥାଇପାରେ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତର ମୁଖ୍ୟ କୋଚ୍‌ ଭୂମିକା ପାଇଁ ଗମ୍ଭୀରଙ୍କୁ ଜଣେ ଉପଯୁକ୍ତ ପ୍ରାର୍ଥୀ ଅଭିହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

ଅସ୍ତ୍ରବିରତି ବୃଦ୍ଧି ପରେ ହର୍ମୁଜ୍ ପ୍ରଣାଳୀରେ ଗୁଳିମାଡ଼, ୩ଜାହାଜ…

ନୂଆଦିଲ୍ଲୀ,୨୨ା୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ, ହର୍ମୁଜ୍ ପ୍ରଣାଳୀରେ ତିନୋଟି ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ବର୍ତ୍ତମାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri