ଆଗ୍ରହ ଦେବ ଅଗ୍ରଗତି

ବଇଣ୍ଡା,୩ା୧୧ (ପରିକ୍ଷିତ ସାହୁ): ରୋଜଗାରକ୍ଷମ ହେବେ ଗଁା ମହିଳା। ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସେମାନେ ସହାୟକ ହୋଇପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କରାଯାଉଛି ନୂଆ ନୂଆ ଯୋଜନା। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଯୋଗାଇ ଦିଆଯାଉଛି ସହାୟତା ଓ ସହଯୋଗ। ଆବଶ୍ୟକସ୍ଥଳେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଫଳରେ ଅଧିକ ଆୟ ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟବସାୟ, ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି। ଅନୁଗୋଳ ଜିଲା କିଶୋରନଗର ବ୍ଲକର କେତୋଟି ଏସ୍‌ଏଚ୍‌ଜିର ସଦସ୍ୟା ଏବେ ମହୁ ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି। ସେମାନଙ୍କ ଏହି ଆଗ୍ରହ ହିଁ ଆଗାମୀ ଦିନରେ ମହୁ ଚାଷକୁ ଏଠାରେ ଅଗ୍ରଗତି ଦେବ ବୋଲି ଏସ୍‌ଏଚ୍‌ଜି ସଦସ୍ୟାମାନେ ମତ ଦେଇଛନ୍ତି।

କିଶୋରନଗର ବ୍ଲକ ଲୁହାମୁଣ୍ଡା ପଞ୍ଚାୟତ କ୍ଷେତ୍ରପାଳ ଗ୍ରାମର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୩୦ ମହିଳା ଏହି ମହୁଚାଷ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନଙ୍କୁ ନୂଆଦିଲ୍ଲୀସ୍ଥିତ ନେଦରଲାଣ୍ଡ ଦୂତାବାସ, ନାବାର୍ଡ ଭୁବନେଶ୍ୱର ଏବଂ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସହଯୋଗ କରାଯାଇଛି। ବିନା ମୂଲ୍ୟରେ ମହୁ ମାଛି ଓ ବାକ୍ସ ଯୋଗାଇ ଦିଆଯାଇଛି। ବିଶ୍ୱ ଯୁବକେନ୍ଦ୍ର ବାଣିନାଳି ପକ୍ଷରୁ ୧୨ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରତି ମହିଳାଙ୍କୁ ୫ଟି ଲେଖାଏ ମହୁବାକ୍ସ ଦେବାକୁ ସ୍ଥିର କରାଯାଇଥିବା ବେଳେ ଏବେ ସୁଦ୍ଧା ମୋଟ ୮୨ଟି ମହୁବାକ୍ସ ସେମାନେ ନିଜ ନିଜ ବାଡ଼ିରେ ରଖି ଚାଷ ଆରମ୍ଭ କରିଛନ୍ତି। ଗୋଟିଏ ମହୁବାକ୍ସରୁ ବର୍ଷକୁ ୩ ଥର ମହୁ ଉତ୍ପାଦନ କରାଯିବାର ଯୋଜନା ରହିଛି। ଏପରି କି ପ୍ରତି ବାକ୍ସରୁ ବର୍ଷକୁ ୩ ହଜାର ଟଙ୍କାର ମହୁ ସଂଗ୍ରହ ହେବ ବୋଲି ଓଡ଼ିଶା ଜୀବିକା ମିଶନ ପକ୍ଷରୁ କୁହାଯାଇଛି। ଥରକୁ ୨ କେ.ଜି. ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହାକୁ ଆଦର୍ଶ କୃଷି ଉତ୍ପାଦନ କମ୍ପାନୀ କିଣି ବଜ଼ାରରେ ବିକ୍ରି କରିବ। ଏଥିଯୋଗୁ ପ୍ରତି ମହିଳା ଚାଷୀ ବର୍ଷକୁ ୧୫ ହଜାର ଟଙ୍କା ରୋଜଗାର କରିପାରିବେ। ଆଗାମୀ ଦିନରେ ଏହି ମହୁ ଚାଷ ବ୍ଲକର କଣ୍ଟେଇକୋଳିଆ, ଜାମୁନାଳୀ ପଞ୍ଚାୟତର ମହିଳାମାନଙ୍କ ଦ୍ୱାରା କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?