ସୂର୍ଯ୍ୟମୁଖୀ ଚାଷ ପ୍ରତି ଆଗ୍ରହ ବଢ଼ୁଛି

ବ୍ରହ୍ମପୁର,୧୬ା୫(ସ୍ମୃତି ରଞ୍ଜନ ମହାଲିକ)ସୂର୍ଯ୍ୟମୁଖୀରେ ପ୍ରଚୁର ପରିମାଣର ଜୀବନ ଶକ୍ତି ତଥା ଖାଦ୍ୟପ୍ରାଣ ରହିଛି। ଏଥିରେ ୨୦.୮% ପୁଷ୍ଟିସାର ସହ ୫୦% ସ୍ନେହସାର ଥିବାରୁ ଏଥିରୁ ଉତ୍ପାଦିତ ତେଲ ସ୍ବାସ୍ଥ୍ୟପ୍ରଦ। ଏହି ତେଲରେ ଅଧିକ ପରିମାଣର ଭିଟାମିନ ଏ,ଡି ଓ ଇ ରହୁଥିବାରୁ କୋଲେଷ୍ଟ୍ରଲ ଓ ରକ୍ତନଳୀ ଜନିତ ରୋଗ କମ ହୋଇଥାଏ। ସୂର୍ଯ୍ୟମୁଖୀ ପିଡିଆରେ ପୁଷ୍ଟିସାରର ମାତ୍ରା ଅଧିକ ଥିବାରୁ ଏହାକୁ ଉତ୍ତମ ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ରୂପେ ବ୍ୟବହାର କରାଯାଉଛି। ତେଣୁ ଗଞ୍ଜାମ ଜିଲାର ପ୍ରାୟ ଚାଷୀ ଏହି ଚାଷ କରିଥାନ୍ତି। ୮ରୁ ୩୪ ଡିଗ୍ରୀ ସେଲସିୟସ ଉତ୍ତାପ ଅନୁଭୂତ ଅଞ୍ଚଳରେ ଏହି ଚାଷ ହୋଇଥାଏ। ନିଗିଡା, ଦୋରସା ଓ ପଟୁ ଦୋରସା ମାଟିରେ ଏହି ଚାଷ ଭଲ ହୋଇଥାଏ। ତେଣୁ ଜିଲାରେ ଗତ ବର୍ଷ ରବି ଋତୁରେ ୮୭୩ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୬୬୭ ହେକ୍ଟର ଚାଷ ହୋଇଥିଲା। ୨୦୨୩-୨୪ରେ ଜିଲା କୃଷି ବିଭାଗ ପକ୍ଷରୁ ୧୦୦୦ ହେକ୍ଟର ଚାଷ ଜମିରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୯୩୭ ହେକ୍ଟରରେ ଚାଷ ହୋଇଛି। ଆସିକା ବ୍ଲକରେ ୮୦ ହେକ୍ଟର, ଶେରଗଡରେ ୪୫, ଧରାକୋଟରେ ୧୦, ସୋରଡାରେ ୫୦, ପାତ୍ରପୁରରେ ୫୫, ଚିକିଟିରେ ୪୫, ରଙ୍ଗେଇଲୁଣ୍ଡାରେ ୫, ଭଞ୍ଜନଗରରେ ୫୦, ବେଲଗୁଣ୍ଠାରେ ୫୫, ଜଗନ୍ନାଥ ପ୍ରସାଦରେ ୧୨୦, ବୁଗୁଡାରେ ୩୭, ଛତ୍ରପୁରରେ ୪୦, ପୁରୁଷୋତ୍ତମପୁରରେ ୪୦, ଗଞ୍ଜାମରେ ୧୭, ହିଞ୍ଜିଳିରେ ୫୭, ଦିଗପହଣ୍ଡିରେ ୫, ସାନଖେମୁଣ୍ଡିରେ ୩୦, କୁକୁଡାଖଣ୍ଡିରେ ୫, ଖଲିକୋଟରେ ୩୩, ବେଗୁନିଆପଡାରେ ୩୩, କବିସୂର୍ଯ୍ୟନଗରରେ ୭୦ ଓ ପୋଲସରା ବ୍ଲକରେ ୫୫ ହେକ୍ଟର ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଜଗନ୍ନାଥ ପ୍ରସାଦ ବ୍ଲକରେ ସର୍ବାଧିକ ଚାଷ ହୋଇଥିବା ସୂଚନା ମିଳିଛି। ଗଞ୍ଜାମରେ ସାଧାରଣତଃ ୨ରୁ ୩ କିସମର ସୂର୍ଯ୍ୟମୂଖୀ ଚାଷ ହୋଇଥାଏ। ଚାଷୀମାନେ ନିଜେ ମଞ୍ଜି କିଣି ଚାଷ କରୁଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। ବର୍ତ୍ତମାନ ଜିଲାରେ ୫୦% ଫୁଲ ଉପତ୍ାଦନ ସରିଛି। ଫୁଲ ବେଶୀ ମାତ୍ରାରେ ଆନ୍ଧ୍ରକୁ ରପ୍ତାନୀ ହେଉଥିବା ବେଳେ ବର୍ତ୍ତମାନ ଜିଲାର ବହୁ ଚାଷୀ ନିଜେ ଚାଷ କରିବା ସହ ଫୁଲରୁ ତେଲ ସଂଗ୍ରହ କରିବା ଉପାୟ ଅବଲମ୍ବନ କରିଛନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ଉନ୍ନତ କିସମର ବିହନ ଯୋଗାଣ ପାଇଁ ଚାଷୀମାନେ ଦାବି କରିବା ସହ ଚାଷ ଉପତ୍ାହନ କରୁଥିବା ସୂର୍ଯ୍ୟମୂଖୀ ତେଲର ବ୍ୟବସାୟୀକରଣ କ୍ଷେତ୍ରରେ ସରକାରୀ ସ୍ତରରେ ସହାୟତା ପାଇଁ ବହୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?