ପଡ଼ିଆରେ ଖେଳ ପ୍ରତି ଆଗ୍ରହ କମୁଛି: ମୋବାଇଲ ଗେମ୍‌ରେ ବିତୁଛି ସମୟ

ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍‌ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ ଫେରିଲା ପରେ ବହିବସ୍ତାନୀ ଫିଙ୍ଗି ଖେଳପଡିଆ ମୁହାଁ ହେଉଥିଲେ। କୋଳାହଳରେ କମ୍ପୁଥିଲା ଖେଳ ପଡିଆ। କିଏ କ୍ରିକେଟ ତ କିଏ ବ୍ୟାଡ୍‌ମିଣ୍ଟନ ଓ ଆଉ କିଏ ଫୁଟ୍‌ବଲ ଖେଳରେ ବ୍ୟସ୍ତ ରହୁଥିଲେ ା କିନ୍ତୁ ଆଜିକାଲିକା ପିଲା କେବଳ ମୋବାଇଲ ଦୁନିଆରେ ନିଜକୁ ସୀମିତ ରଖୁଥିବା ଦେଖାଯାଉଛି। ଫଳରେ ଶୂନଶାନ ହୋଇପଡିଛି ଖେଳପଡିଆ। ଆଧୁନିକ ଯୁଗର ସ୍କୁଲ ପିଲା ବହି ଛାଡିଦେଇଥିବା ବେଳେ ଅଧିକରୁ ଅଧିକ ସମୟ ଲାପ୍‌ଟପ୍‌, କମ୍ପ୍ୟୁଟର ସହ ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ପିଲାମାନେ ଆଉ ଖେଳିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ଖୋଲାପଡିଆ ବଦଳରେ ମୋବାଇଲରେ ବିଭିନ୍ନ ଗେମ୍‌ ଖେଳିବାରେ ସେମାନଙ୍କ ସମୟ ଅତିବାହିତ ହେଉଥିବା ଲକ୍ଷ୍ୟ କରାଯାଉଛି। ପିଲା ବଡ ହେଲା ପରେ ସହାୟକ ପୁସ୍ତକ ପରିବର୍ତ୍ତେ ମୋବାଇଲ ବ୍ୟବହାର କରି ବିଭିନ୍ନ କାରିଗରୀ, କଳା, କୌଶଳ ଆୟତ୍ତ କରୁଛି। ପରବର୍ତ୍ତୀ ସମୟରେ ଗେମ୍‌ର ବିଭିନ୍ନ ଆପ ଡାଉନଲୋଡ କରି ସମୟ ଅତିବାହିତ କରୁଛି। ତା’ ପାଖରେ ପଡିଆରେ କ୍ରିକେଟ, ଫୁଟ୍‌ବଲ ଭଳି ଖେଳ ଖେଳିବା ଲାଗି ସତେଯେମିତି ସମୟ ଅଭାବ ପଡିଯାଇଛି।

ଏମାନେ ଯାହା କୁହନ୍ତି…

ବର୍ତ୍ତମାନ ଯୁଗରେ ଯୁବପିଢି ମୋବାଇଲ ଫୋନର ବହୁଳ ବ୍ୟବହାର ସାଙ୍ଗକୁ ଖେଳକୁଦରୁ ନିଜକୁ ଦୂରେଇ ରଖୁଛନ୍ତି। ଏହାଦ୍ୱାରା ଶାରୀରିକ ଓ ମାନସିକ ଠିକ୍‌ ଭାବରେ ବୃଦ୍ଧି ହୋଇ ପାରୁନାହିଁ। ଆଜିର ଯୁବଗୋଷ୍ଠୀ ଦିନକୁ ଦୁଇଘଣ୍ଟା ଶାରୀରିକ ବ୍ୟାୟାମ କରିବା ସହିତ ସନ୍ତୁଳିତ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ।
-ସରୋଜ କୁମାର ସାହୁ, କ୍ରୀଡାବିତ୍‌, ନୂଆପଡା।
ନୂଆପିଢିର ପିଲାଙ୍କ ଭିତରେ ଖେଳକୁଦ ପ୍ରତି ସେତେଟା ଆଗ୍ରହ ଦେଖା ଯାଉନାହିଁ ା ଟିକିଏ ସମୟ ପାଇଲେ ମୋବାଇଲ ଫୋନରେ ମସଗୁଲ। ଖେଳ, ଆସନ, ବ୍ୟାୟାମ ମାଧ୍ୟମରେ ପିଲା ସେମାନଙ୍କ ଶରୀରକୁ ହୃଷ୍ଟପୃଷ୍ଟ କରିବା କଥା। ଶାରୀରିକ ସାମଥର୍‌ୟ କ୍ଷମତା ହାସଲ ନ କଲେ ବହୁତ ଶୀଘ୍ର ବିଭିନ୍ନ ରୋଗର ଶିକାର ହେବାକୁ ପଡେ।
-ପ୍ରସନ୍ନ କୁମାର ପାଢୀ, ଆଇନଜୀବୀ, ନୂଆପଡା
ପୂର୍ବରୁ ଗ୍ରାମାଞ୍ଚଳରେ ପିଲା ସ୍କୁଲ ଯିବା ପୂର୍ବରୁ ଓ ସ୍କୁଲରୁ ଆସିଲା ପରେ କବାଡି, ଡଣାସୁର, ଚୋକନି ସୁର, ବହୁଚୋରି, ମିଥୁଲ, ଗିଲିଦଣ୍ଡା ସହ କ୍ରକେଟ, ବ୍ୟାଡ୍‌ମିଣ୍ଟନ, ଭଳିବଲ ଆଦି ଖେଳ ଖେଳୁଥିଲେ। ବର୍ତ୍ତମାନ ଏହିସବୁ ପୁରୁଣା ଖେଳ ଛାଡି ମୋବାଇଲରେ ପିଲା ବ୍ୟସ୍ତ ହେବାରୁ କମ ବୟସରେ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିବାରେ ଲାଗିଛି ା
-ରାକେଶ ଜୈନ, ବିଶିଷ୍ଟ କବି ଓ ଲେଖକ, ଖରିଆର ରୋଡ୍‌
ଆଜିକାଲି ପିଲାମାନେ ସେମାନଙ୍କର ସମ୍ପୂର୍ଣ୍ଣ ସମୟ ମୋବାଇଲ ଓ ଅନଲାଇନ ଗେମ୍‌ରେ ବିତାଉଛନ୍ତି। ଯାହାଫଳରେ ସେମାନଙ୍କର ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରୁନାହିଁ। ପିଲାମାନଙ୍କୁ ଖେଳ ପଡିଆରେ ଖେଳାଯାଉଥିବା ଖେଳ ପ୍ରତି ଆକର୍ଷିତ କରିବା ପାଇଁ ପ୍ରୟାସ କରିବାକୁ ମା’ବାପାଙ୍କୁ ଧ୍ୟାନ ଦେବାକୁ ପଡିବ।
-ସନ୍ତୋଷ ଅଗ୍ରୱାଲ, ମାରୱାଡି ୟୁବାମଞ୍ଚ ଜାଗୃତି ଶାଖା ପୂର୍ବତନ ସଭାନେତ୍ରୀ, ଖରିଆର ରୋଡ ା

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲ୍ଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ମଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri