ବଢୁଛି ସେଲ୍‌ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…

ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ ଓ ପ୍ରଶାସନ।

ପ୍ରକାଶ ଯେ, ଦାରିଙ୍ଗବାଡ଼ିର ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଜିଲା ପ୍ରଶାସନର ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ, ବାକିଗୁଡ଼ା ଆଇଟିଡିଏ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ଜୋରଦାର ପର୍ଯ୍ୟଟନର ଉନ୍ନତି ଓ ରୂପାନ୍ତର ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ ରହିଥିବାରୁ ଦାରିଙ୍ଗବାଡ଼ିକୁ ବୁଲିଆସୁଥିବା ପର୍ଯ୍ୟଟକ ଫଟୋ ଉତ୍ତୋଳନ ପାଇଁ ସୁଯୋଗ ହାଡ଼ଛଡ଼ା କରନ୍ତି ନାହିଁ। ସମସ୍ତେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରନ୍ତି। ଏହାର ଫାଇଦା ନେବା ସହ ଦାରିଙ୍ଗବାଡ଼ିର ଅଧିକ ପ୍ରଚାର ପ୍ରସାର ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରି ଧୀରେନ ସେଠୀ ମିଳିତ ଯୋଜନା କରି ଡୁଲୁରୀ ପାଇନବଣ ଯେଉଁଠିକି ପର୍ଯ୍ୟଟନ ଋତୁରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ସେଠାରେ ‘ଆଇ ଲଭ ଦାରିଙ୍ଗବାଡ଼ି’ ଉଲ୍ଲେଖ ଥିବା ଏକ ସେଲ୍ଫି ପଏଣ୍ଟ କରାଯାଇଛି। ଯେଉଁଠି ସାଙ୍ଗସାଥୀ, ପରିବାର ବସିକି ସେଲ୍ଫି ନେଇପାରିବେ ସେହି ବ୍ୟବସ୍ଥା ସହ ସେଲ୍ଫି ପଛରେ ଥିବା ପାଇନବଣ ସମେତ ‘ଆଇ ଲଭ ଦାରିଙ୍ଗବାଡ଼ି’ର ଫଟୋ ଉତ୍ତୋଳନ ହୋଇପାରିବ ସେହିଭଳି ଲୋକେସନରେ ବ୍ୟବସ୍ଥା କରାଯାଇଥିବା ବିଡିଓ ରଥ କହିଛନ୍ତି। ସେ ଆଶା ରଖିଛନ୍ତି ଏଭଳି ନୂଆ ପ୍ରୟାସ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri