Posted inଖେଳ

ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଅନ୍ତିମ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଏହା ଉପରେ ଅନେକଙ୍କ ନଜର ରହିଛି। ପ୍ରଥମ ଦିବସରେ ୪ଟି ଇଭେଣ୍ଟର ଫଳାଫଳ ଚୂଡ଼ାନ୍ତ ହୋଇଛି। ପୁରୁଷ ୧୦,୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦୁଇଜଣ ଏସିଆନ ଗେମ୍ସ ଯୋଗ୍ୟତା ଅଙ୍କ ହାସଲ କରିପାରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ତଥା କିମ୍ବଦନ୍ତୀ ଭାରତୀୟ ଆଥ୍‌ଲେଟ ପି.ଟି. ଉଷା ଚାମ୍ପିୟନଶିପ୍‌ର ଆରମ୍ଭ ଘୋଷଣା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ଏବଂ ଭାରତୀୟ ଆଥ୍‌ଲେଟିକ୍ସ ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନ ନାୟର ପ୍ରମୁଖ ଉପସ୍ଥିତ ଥିଲେ। ଆଥ୍‌ଲେଟଙ୍କ ତରଫରୁ ଭାରତର ଅଗ୍ରଣୀ ସ୍ପ୍ରିଣ୍ଟର ଓଡ଼ିଶାର ଶ୍ରାବଣୀ ନନ୍ଦ ଶପଥପାଠ କରିଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଥ୍‌ଲେଟିକ୍ସ ଓ ଅଫିସିଆଲମାନଙ୍କୁ ସ୍ବାଗତ କରିଥିଲେ। ଆଇକନିକ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୩ ଆୟୋଜନ ହେଉଥିବାରୁ ସେ ଗର୍ବିତ ଓ ଉତ୍ସାହିତ। କ୍ରୀଡ଼ାର ପ୍ରସାର ଆମ ଦେଶ ଓ ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇଦେବା ଆମର ଏକ ପ୍ରଚେଷ୍ଟା। ଅତୀତରେ ଆମେ ଇଣ୍ଡିଆନ ଗ୍ରାଁପ୍ରି ୩ ଓ ୪ ସଫଳତାର ସହ ଆୟୋଜନ କରିଛୁ। ଆମ ସମସ୍ତଙ୍କ ଲାଗି ଏହା ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଛି। ଶେଷରେ ସେ ଓଡ଼ିଶା ଦଳର ଶୁଭକାମନା କରିଥିଲେ। ଇଭେଣ୍ଟର ଆରମ୍ଭ ଘୋଷଣା କରି ଆଇଓଏ ସଭାପତି ପିଟି ଉଷା କହିଥିଲେ, ଓଡ଼ିଶା ସରକାର ଏହି ଇଭେଣ୍ଟର ଆୟୋଜନ କରିଥିବାରୁ ସେ ବହୁତ ଖୁସି। ଜାତୀୟସ୍ତରର ସୁନାମ ଓ ପରିଚୟ ସୃଷ୍ଟି କରିବା ଦିଗରେ ସମଗ୍ର ଦେଶରୁ ବଛାବଛା ଆଥ୍‌ଲେଟ ଏଥିରେ ଅଂଶଗ୍ରହଣ କରିଛନ୍ତି। ଭଲ ପ୍ରଦର୍ଶନ କଲେ ଆଗାମୀ ତିନୋଟି ପ୍ରମୁଖ ଇଭେଣ୍ଟ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌, ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଏବଂ ସେପ୍ଟେମ୍ବରରେ ଏସିଆନ ଗେମ୍ସ ପାଇଁ ସେମାନଙ୍କୁ ଅନ୍ୟତମ ଦାବିଦାର ଭାବେ ଉପସ୍ଥାପନ କରିପାରିବେ। ଉଦ୍‌ଘାଟନୀ ଓ ପ୍ରଥମ ଦିବସ ପଦକ ବିତରଣ ଉତ୍ସବ ପରେ କିମ୍ବଦନ୍ତୀ ସ୍ପ୍ରିଣ୍ଟର ପି.ଟି ଉଷା, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭିନିଲ କ୍ରିଷ୍ଣା ନିର୍ମାଣଧୀନ ଇନ୍‌ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ ପରିଦର୍ଶନ କରିଥିଲେ, ଯାହାକି ପ୍ରଥମ ଇନ୍‌ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ ବିବେଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?