ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି। ଡାକ୍ତର ହିସାବରେ ବିଗତ ୫୦ ବର୍ଷ ଧରି ଦେଖିଆସୁଛି ଯେ ଚିକିତ୍ସାଳୟରେ କୌଣସି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେଲେ ସେଠାରେ ଚିକିତ୍ସା ସେବାରେ ନିୟୋଜିତ ଚିକିତ୍ସକଙ୍କ ବଦଳରେ ରାଜନେତା ଓ ନିଜକୁ ସମାଜସେବୀ ବୋଲାଉଥିବା ବ୍ୟକ୍ତିମାନଙ୍କୁ ଦେଖିବାକୁ ମିଳିଥାଏ। ଗତ ଏପ୍ରିଲ ୧୪ ତାରିଖରେ କଟକ ଶିଶୁ ଭବନରେ ଏକ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ଓ ରାଜ୍ୟର ରାଜନେତାମାନଙ୍କର ଫଟୋ ଏକ ଦୈନିକ ଖବରକାଗଜର ଶୋଭାମଣ୍ଡନ କରିଥିଲା। ଏପରି କି କ୍ୟାମେରା ସମ୍ମୁଖରେ ନିଜର ଫଟୋଟିକୁ ପ୍ରଦର୍ଶନ କରିବା ପାଇଁ ପ୍ରତିଯୋଗିତା ହେବା ପରି ଲାଗୁଥିଲା। ଏହିସବୁ ଦୃଶ୍ୟ ଦେଖିବା ସମୟରେ ମୋର ଛାତ୍ର ଅବସ୍ଥାରେ ଗୋଟିଏ ଘଟଣା ମନେପଡ଼ିଗଲା, ଯାହା ଏଠାରେ ବର୍ଣ୍ଣନା କରିବା ପାଇଁ ଇଚ୍ଛା ପ୍ରକଟ କରୁଛି। ଯଦି ଏହା କାହାର ମାନସିକତାକୁ ଆଘାତ କରେ କ୍ଷମା ଦେବେ। ଆମ୍ଭେମାନେ ସେତେବେଳେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର। ନୂଆ ନୂଆ କ୍ଲିନିକାଲ୍‌ କ୍ଲାସ୍‌ ଆରମ୍ଭ ହୋଇଥାଏ। ଉଦ୍ଦୀପନାର ସହିତ ଆମେ ରୋଗୀ ଦେଖିବା ପାଇଁ ଓ୍ବାର୍ଡକୁ ଯାଉଥାଉ। ହଠାତ୍‌ ଶଲ୍ୟ ବିଭାଗର ଚୂଡ଼ାରେ ଏକ ନାଲିବତି ଜଳିବାର ଦେଖିବାକୁ ପାଇଲୁ। ଅନୁଧ୍ୟାନ ପରେ ଜଣାପଡ଼ିଲା ଯେ ତତ୍କାଳୀନ ଗଭର୍ନର ନିଜର ଏକ ଅପରେଶନ ପାଇଁ ସର୍ଜରି ଓ୍ବାର୍ଡର ସ୍ପେଶାଲ କ୍ୟାବିନ୍‌ରେ ଭର୍ତ୍ତି ହୋଇଛନ୍ତି। ସେତେବେଳେ ଓଡ଼ିଶାରେ ଛତୁଫୁଟିବା ପରି ପ୍ରାଇଭେଟ ହସ୍ପିଟାଲ ନ ଥିଲା। ତେଣୁ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ସାଧାରଣ ଜନତା ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଥିଲେ। ଗଭର୍ନରଙ୍କ ଅପରେଶନ କରିବେ ସେତେବେଳର ନାମଧାରୀ ଶଲ୍ୟ ଚିକିତ୍ସକ। ଅପରେଶନ ସମୟରେ ନିଶା ଦେବା ପାଇଁ ମଧ୍ୟ ନିଶ୍ଚେତକ ବିଭାଗର ପ୍ରଫେସର ଉପସ୍ଥିତ ରହିବେ। ପ୍ରାସଙ୍ଗିକ ଦୃଷ୍ଟିରୁ ମୁଁ ସେମାନଙ୍କର ନାମ ନେବାକୁ ଚାହୁଁନାହିଁ। ଅପରେଶନ ସୁରୁଖୁରୁରେ ସମ୍ପାଦିତ ହେଲା ଓ ଗଭର୍ନର ଆରୋଗ୍ୟ ହେଲେ। ଅପରେଶନ ପରଦିନ ଆମର ଆନାସ୍ଥେସିଆର ଥିଓରି କ୍ଲାସ୍‌ ଥାଏ। ସାର୍‌ ପଢ଼ାଇବାବେଳେ ଗତ ଦିବସର ଦୁଇଗୋଟି ଘଟଣା ବର୍ଣ୍ଣନା କରିଥିଲେ, ଯାହା ମୁଁ ଏଠାରେ ଉପସ୍ଥାପନ କରୁଛି। ଗଭର୍ଣ୍ଣର ବୟସ୍କ ହୋଇଥିବାରୁ ତାଙ୍କୁ ବେହୋସ ନ କରି ଅପରେଶନ ହେବାକୁ ଥିବା ଅଙ୍ଗକୁ ବଧିରା କରି ଶଲ୍ୟକ୍ରିୟା କରାଯାଉଥିଲା। ଅପରେଶନ କରୁଥିବା ଚିକିତ୍ସକ ଓ ତାଙ୍କୁ ସହାୟତା କରୁଥିବା ସହଯୋଗୀ ବିନା ମୁଖା(ମାସ୍କ)ରେ ଅପରେଶନ କରୁଥିଲେ, ଯାହା ଅପରେଶନ ଥିଏଟର ପ୍ରୋଟୋକଲର ନିୟମ ବିରୁଦ୍ଧ। ଏହାର କାରଣ ପଚାରିବାରୁ ସାର୍‌ କହିଲେ ଯେ ସେମାନଙ୍କୁ ଗଭର୍ନର ଦେଖିବେ ଯାହା ପରବର୍ତ୍ତୀ ଅବସରରେ ତାଙ୍କର କାମରେ ଆସିବ। ଆମ୍ଭେମାନେ ପଚାରିଲୁ, ସାର୍‌ କିପରି? ସାର୍‌ କହିଲେ, ସେତେବେଳେ ଓଡ଼ିଶାରେ ତିନିଟି ମେଡିକାଲ କଲେଜ। ସମସ୍ତେ କଟକରେ ରହିବାକୁ ଚାହାନ୍ତି। ଯଦି ପ୍ରଫେସରଙ୍କର ବଦଳି ଆଦେଶ ଆସେ, ତାକୁ ରୋକିବା ପାଇଁ ସେ ଗଭର୍ନରଙ୍କ ସହାୟତା ଲୋଡ଼ିବେ। ତେଣୁ ଅପରେଶନ ସମୟରେ ମୁହଁଟା ଦେଖିଥିଲେ ତାଙ୍କ ଚେହେରା ଗଭର୍ନରଙ୍କୁ ଅଛପା ରହିବ ନାହିଁ। ଏଠାରେ କହି ରଖିବାକୁ ଚାହେଁ ଯେ, ତାହା ବରିଷ୍ଠ ଗଭର୍ନର ମହାଶୟଙ୍କର ମେମୋରି ଉପରେ ନିର୍ଭର କରିଥାଏ।
ମାତ୍ର ଦ୍ୱିତୀୟ ଘଟଣାଟି ଆହୁରି ମଜାଦାର ବିଷୟ। ସାର୍‌ କହିଲେ ଯେ ଅପରେଶନ ଥିଏଟର ଓ ବାହାରେ ଏତେ ଲୋକାରଣ୍ୟ ଥିଲା ଯେ ଅପରେଶନ ହୋଇଥିବା ଅଙ୍ଗ ମଧ୍ୟରେ ଥିବା ଜଳକୁ ସଂଗ୍ରହ କରି ଯଦି ବଣ୍ଟାଯାଇଥାଆନ୍ତା, ହୁଏତ ଜଣକ ଭାଗରେ ଏକବିନ୍ଦୁ ପଡ଼ି ନ ଥାନ୍ତା ଓ ଅନେକ ଏଥିରୁ ବଞ୍ଚତ୍ତ ହୋଇଥାଆନ୍ତେ। ଏହା କ୍ଲାସ୍‌ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ସେ ଡାକ୍ତର ହେଉ ବା ଇଞ୍ଜିନିୟର ଯେଉଁ ଆଗରୁ ହେଉଥିବା ଉଦ୍‌ଘାଟନ ଉତ୍ସବଗୁଡ଼ିକର ଏମାନେ ଥିଲେ ଆଗଧାଡ଼ିରେ ଓ ପଛରେ ରାଜନେତା ଏବଂ ପ୍ରଶାସନିକ ଅଧିକାରୀ ରହି ପ୍ରୋତ୍ସାହନ ଦେଉଥିଲେ, ଯାହା ବୁଦ୍ଧିଜୀବୀଙ୍କ ମନୋବଳକୁ ବଢ଼ାଉଥିଲା। ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭାବେ ଓଲଟା। କୌଣସି ଏକ ସମ୍ମିଳନୀରେ ରାଜନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ, ଆମେ ବୁଦ୍ଧିଜୀବୀଙ୍କ ପରିବର୍ତ୍ତେ ରାଜନେତାମାନଙ୍କର ଅନୁଗାମୀ ହେଉଛୁ। ତାହା ପଛରେ ଆମର ବ୍ୟକ୍ତିଗତ ସ୍ବାର୍ଥ ସାଧନର ଉଦ୍ଦେଶ୍ୟ। କିଏ କ’ଣ ଭାବୁ ପଛେ ମୋର କ’ଣ ଯାଉଛି, ମୋର ଉଦ୍ଦେଶ୍ୟ ସାଧନ ହେଲେ ଗଲା। ନିଜର ସ୍ବାଭିମାନକୁ ଜଳାଞ୍ଜଳି ଦେଇ ଆମେ ଏପରି କାର୍ଯ୍ୟ କରିବୁ ପଶ୍ଚାତ୍‌ପଦ ହେଉନାହୁଁ। ସେମାନେ ଲୋକପ୍ରତିନିଧି ଓ ସମ୍ମାନର ଯୋଗ୍ୟ ଅଟନ୍ତି। ମାତ୍ର ଲୋକପ୍ରତିନିଧି ବୁଝିବା ଦରକାର ଯେ ନିର୍ମିତ ହୋଇ ଲୋକାର୍ପଣ ହେଉଥିବା ଅନୁଷ୍ଠାନଟି ବୁଦ୍ଧିଜୀବୀଙ୍କ ବିନା ଚାଲିବା ଅସମ୍ଭବ। ତେଣୁ ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ଦରକାର। ଏହାର ଫଳାଫଳ ଯେ ଉଦ୍‌ଘାଟନ ପରେ ଅନେକ ସ୍ଥାନର ଅନେକ ମେଶିନ ଚାଲୁ ନ ହୋଇ ଖରାପ ହୋଇ ପଡ଼ିରହିଛି। ଆମ୍ଭମାନଙ୍କର ଏହିପରି ମାନସିକତା କଦାପି ଆମର ସ୍ବାଭିମାନକୁ ଉଚ୍ଚସ୍ତରକୁ ନେଇପାରିବ ନାହିଁ। ଏହା ମୋର ବ୍ୟକ୍ତିଗତ ମତ।

ଡା. ଗୋପାଳ ଚନ୍ଦ୍ର ଦାଶ
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?