୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଟେଲ

ନୂଆଦିଲ୍ଲୀ,୨ା୮: ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଖର୍ଚ୍ଚକାଟ କରିବା ଲାଗି ଏହାର ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇ ପରେ କମ୍ପାନୀ ପ୍ରାୟ ୨୦ ବିଲିୟନ ଡଲାର ଟଙ୍କା ସଂଚୟ କରିବ। ନିକଟରେ ପ୍ରକାଶ ପାଇଥିବା ଶେଷ ତ୍ରୈମାସିକ ରିପୋର୍ଟ ଅନୁସାରେ କମ୍ପାନୀ ୧.୬ ବିଲିୟନ ଡଲାର ତାଙ୍କ କ୍ଷତି ରିପୋର୍ଟ କରିଥିଲା।

ଇଣ୍ଟେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ୟାଟ୍ ଗେଲସିଙ୍ଗର୍ କହିଛନ୍ତି ଯେ ଆମର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ପ୍ରଦର୍ଶନ ନିରାଶାଜନକ ଥିଲା, ଯେତେବେଳେ କି ଆମେ ପ୍ରମୁଖ ଉତ୍ପାଦ ଏବଂ ପ୍ରକ୍ରିୟାକରଣ ଟେକ୍ନୋଲୋଜି ମାଇଲଖୁଣ୍ଟକୁ ହାସଲ କରିଥିଲୁ। ଆମେ ପୂର୍ବରୁ ଆଶା କରିଥିବା ଅପେକ୍ଷା ଦ୍ୱିତୀୟ ତ୍ରୈମାସିକ ଧାରା ଅଧିକ ଆହ୍ୱାନପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେହିପରି ମୁଖ୍ୟ ଅର୍ଥନୈତିକ ଅଧିକାରୀ ଡେଭିଡ୍ ଜିନ୍ସର୍ଙ୍କ କହିବାନୁସାରେ, ଦ୍ୱିତୀୟ ତ୍ରୈମାସିକ ଆୟ ଇଣ୍ଟେଲର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପିସି ଉତ୍ପାଦ ଏବଂ ଏହାର ସୁବିଧାରେ ଅବ୍ୟବହୃତ କ୍ଷମତା ଉପରେ “ହେଡୱିଣ୍ଡ” ଦ୍ୱାରା ନକାରାତ୍ମକ ଭାବେ ପ୍ରଭାବିତ ହୋଇଥିଲା।

ଜିନ୍ସନର୍ କହିଛନ୍ତି ଯେ ଆମର ଖର୍ଚ୍ଚ ହ୍ରାସକୁ କାର୍ଯ୍ୟକାରୀ କରି ଆମେ ଆମର ଲାଭରେ ଉନ୍ନତି ଆଣିବା ଏବଂ ଆମର ବାଲାନ୍ସ ଶୀଟ୍ କୁ ମଜବୁତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଉଛୁ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ନିଷ୍ପତ୍ତି ବ୍ୟବସାୟ ସ୍ଥିତି, ବଜାରର ଗତିଶୀଳତା ଏବଂ ଦାୟିତ୍ୱପୂର୍ଣ୍ଣ ପୁଞ୍ଜି ପରିଚାଳନା ଉପରେ ଆଧାରିତ।

ଇଣ୍ଟେଲ ରିପୋର୍ଟ କରିଛି ଯେ ଗତ ବର୍ଷ ଶେଷ ସୁଦ୍ଧା କମ୍ପାନୀର ୧୨୪,୮୦୦ କର୍ମଚାରୀ ଅଛନ୍ତି, ଅର୍ଥାତ ଏହି ଛଟେଇ ଦ୍ୱାରା ପ୍ରାୟ ୧୮,୦୦୦ କର୍ମଚାରୀ ଜୀବିକା ହରାଇପାରନ୍ତି। ଜୁନ୍ ମାସରେ, ଇଣ୍ଟେଲ ଇସ୍ରାଏଲର ଏକ ପ୍ରମୁଖ କାରଖାନା ପ୍ରକଳ୍ପର ସମ୍ପ୍ରସାରଣକୁ ବନ୍ଦ କରୁଥିବା ଘୋଷଣା କରିଛି, ଯାହା ଏକ ଚିପ୍ ପ୍ଲାଣ୍ଟକୁ ଅତିରିକ୍ତ ୧୫ ବିଲିୟନ ଡଲାର୍ ଅଧିକ ଖର୍ଚ୍ଚ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri