କର୍ମଚାରୀ ଅଭାବରୁ ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା

ନିଶ୍ଚିନ୍ତକୋଇଲି,୭।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡିଛି। ଏଠାରେ କାର୍ଯ୍ୟରତ ପିଅନଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ସୁପରଭାଇଜର ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ସିଡିପିଓଠାରୁ ସୁପରଭାଇଜର ପର୍ଯ୍ୟନ୍ତ ସଭିଏଁ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅଙ୍ଗନଓ୍ବାଡିକେନ୍ଦ୍ର ପରିଦର୍ଶନ ଠିକ୍‌ ଢଙ୍ଗରେ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ମନମୁଖିଭାବେ କାମ କରୁଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ପଞ୍ଚାୟତ ରହିଛି। ଏହି ୪୧ ପଞ୍ଚାୟତ ଅଧିନରେ ୨୮୪ ଅଙ୍ଗନୱାଡି ଓ ୨୫ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକୁ ପରିଚାଳନା କରିବା ନିମନ୍ତେ ୧୧ ଜଣ ପରିଦର୍ଶିକାଙ୍କ ଆବଶ୍ୟକ ଥିବା ବେଳେ ୨ ପଦବୀ ଖାଲି ପଡ଼ିଛି। ଫଳରେ ୯ ଜଣ ପରିଦର୍ଶିକାଙ୍କ ପକ୍ଷରେ ଏତେବଡ ଅଞ୍ଚଳକୁ ନେଇ କାର୍ଯ୍ୟ କରିବା କାଠିକର ହୋଇଯାଇଛି। ସେହିପରିଭାବେ କାର୍ଯ୍ୟାଳୟର ବରିଷ୍ଠ କିରାଣି ମେ ୩୧ରେ ନିଶ୍ଚିନ୍ତକୋଇଲି ତହସିଲକୁ ବଦଳି ହୋଇଯାଇଛନ୍ତି। ଏଠାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ କିରାଣିଙ୍କୁ ଦିଆଯାଇ ନ ଥିବାବେଳେ କାର୍ଯ୍ୟାଳୟର ଜୁନିୟର କିରାଣିଙ୍କ ବଦଳି ମାର୍ଚ୍ଚ ୨୭ରୁ ହୋଇଯାଇଛି। ପିଅନ କ୍ଷେତ୍ରବାସୀ ସ୍ବାଇଁଙ୍କ ଗତ ଏପ୍ରିଲ ୨୦ରେ ଅକାଳ ବିୟୋଗ ଘଟିଛି। ମାତ୍ର ଏର୍ପ୍ୟନ୍ତ କୌଣସି ନୂତନ ନିଯୁକ୍ତି ହୋଇନାହିଁ। ଏହି କାର୍ଯ୍ୟାଳୟ ଅଧୀନରେ ଥିବା ୨୮୪ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି। ଗୋଟିକରେ ସହାୟିକା ପଦବୀ ଖାଲି ପଡିଛି। ଅପରପକ୍ଷେ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଦୈନନ୍ଦିନ ଦୂର ଦୂରାନ୍ତରୁ ବହୁ ସଂଖ୍ୟାରେ ଗର୍ଭବତୀ, ମହିଳା ସେମାନଙ୍କ ଶିଶୁକୁ ନେଇ ବିଭିନ୍ନ କାମରେ କାର୍ଯ୍ୟାଳୟକୁ ଆସି ନିରାଶ ହେଉଛନ୍ତି। ପ୍ରଶାସନିକ ସ୍ତରରେ ତୁରନ୍ତ ଏହି ପଦବୀଗୁଡିକୁ ପୁରଣ କରାଯିବା ନିମନ୍ତେ ସାମାଜିକ କର୍ମର ରମେଶ ଚନ୍ଦ୍ର ସ୍ବାଇଁ, ଅମିୟ କୁମାର ବିଶ୍ୱାଳ,ପୂର୍ବତନ ସରପଞ୍ଚ ଦିଲୀପ କୁମାର ରାଉତ ପ୍ରମୁଖ ଦାବି କରିଛନ୍ତି। ଏସମ୍ପର୍କରେ ସିଡିପିଓ ସତ୍ୟଭାମା ବିଶୋଇ କୁହନ୍ତି, ସେ ନୂଆ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ପଦବୀଖାଲି ପଡିଥିବା କାରଣରୁ ସମସ୍ତ କାର୍ଯ୍ୟ ଠିକ ଭାବେ କରିହେଉ ନାହିଁ। ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?