କର୍ମଚାରୀ ଅଭାବରୁ ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା

ନିଶ୍ଚିନ୍ତକୋଇଲି,୭।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବହୁ ପଦବୀ ଖାଲି ପଡିଛି। ଏଠାରେ କାର୍ଯ୍ୟରତ ପିଅନଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ସୁପରଭାଇଜର ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ସିଡିପିଓଠାରୁ ସୁପରଭାଇଜର ପର୍ଯ୍ୟନ୍ତ ସଭିଏଁ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅଙ୍ଗନଓ୍ବାଡିକେନ୍ଦ୍ର ପରିଦର୍ଶନ ଠିକ୍‌ ଢଙ୍ଗରେ ହୋଇପାରୁନାହିଁ। ଏହାର ସୁଯୋଗ ନେଇ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ମନମୁଖିଭାବେ କାମ କରୁଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ପଞ୍ଚାୟତ ରହିଛି। ଏହି ୪୧ ପଞ୍ଚାୟତ ଅଧିନରେ ୨୮୪ ଅଙ୍ଗନୱାଡି ଓ ୨୫ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକୁ ପରିଚାଳନା କରିବା ନିମନ୍ତେ ୧୧ ଜଣ ପରିଦର୍ଶିକାଙ୍କ ଆବଶ୍ୟକ ଥିବା ବେଳେ ୨ ପଦବୀ ଖାଲି ପଡ଼ିଛି। ଫଳରେ ୯ ଜଣ ପରିଦର୍ଶିକାଙ୍କ ପକ୍ଷରେ ଏତେବଡ ଅଞ୍ଚଳକୁ ନେଇ କାର୍ଯ୍ୟ କରିବା କାଠିକର ହୋଇଯାଇଛି। ସେହିପରିଭାବେ କାର୍ଯ୍ୟାଳୟର ବରିଷ୍ଠ କିରାଣି ମେ ୩୧ରେ ନିଶ୍ଚିନ୍ତକୋଇଲି ତହସିଲକୁ ବଦଳି ହୋଇଯାଇଛନ୍ତି। ଏଠାରେ ଏପର୍ଯ୍ୟନ୍ତ କୌଣସି ବରିଷ୍ଠ କିରାଣିଙ୍କୁ ଦିଆଯାଇ ନ ଥିବାବେଳେ କାର୍ଯ୍ୟାଳୟର ଜୁନିୟର କିରାଣିଙ୍କ ବଦଳି ମାର୍ଚ୍ଚ ୨୭ରୁ ହୋଇଯାଇଛି। ପିଅନ କ୍ଷେତ୍ରବାସୀ ସ୍ବାଇଁଙ୍କ ଗତ ଏପ୍ରିଲ ୨୦ରେ ଅକାଳ ବିୟୋଗ ଘଟିଛି। ମାତ୍ର ଏର୍ପ୍ୟନ୍ତ କୌଣସି ନୂତନ ନିଯୁକ୍ତି ହୋଇନାହିଁ। ଏହି କାର୍ଯ୍ୟାଳୟ ଅଧୀନରେ ଥିବା ୨୮୪ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି। ଗୋଟିକରେ ସହାୟିକା ପଦବୀ ଖାଲି ପଡିଛି। ଅପରପକ୍ଷେ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଦୈନନ୍ଦିନ ଦୂର ଦୂରାନ୍ତରୁ ବହୁ ସଂଖ୍ୟାରେ ଗର୍ଭବତୀ, ମହିଳା ସେମାନଙ୍କ ଶିଶୁକୁ ନେଇ ବିଭିନ୍ନ କାମରେ କାର୍ଯ୍ୟାଳୟକୁ ଆସି ନିରାଶ ହେଉଛନ୍ତି। ପ୍ରଶାସନିକ ସ୍ତରରେ ତୁରନ୍ତ ଏହି ପଦବୀଗୁଡିକୁ ପୁରଣ କରାଯିବା ନିମନ୍ତେ ସାମାଜିକ କର୍ମର ରମେଶ ଚନ୍ଦ୍ର ସ୍ବାଇଁ, ଅମିୟ କୁମାର ବିଶ୍ୱାଳ,ପୂର୍ବତନ ସରପଞ୍ଚ ଦିଲୀପ କୁମାର ରାଉତ ପ୍ରମୁଖ ଦାବି କରିଛନ୍ତି। ଏସମ୍ପର୍କରେ ସିଡିପିଓ ସତ୍ୟଭାମା ବିଶୋଇ କୁହନ୍ତି, ସେ ନୂଆ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ପଦବୀଖାଲି ପଡିଥିବା କାରଣରୁ ସମସ୍ତ କାର୍ଯ୍ୟ ଠିକ ଭାବେ କରିହେଉ ନାହିଁ। ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri