ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା

ଭବାନୀପାଟଣା,୧୦ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିଶୁଙ୍କ ସୁରକ୍ଷା ଦିଗରେ ବିଶେଷ ଧ୍ୟାନ ଦିଆଯାଉନାହଁି। ଜିଲାରେ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ପ୍ରାୟ ୨୦% ଊର୍ଦ୍ଧ୍ୱ କେନ୍ଦ୍ରର ନିଜସ୍ବ ଗୃହ ନାହଁି। ନିଜସ୍ବ ଗୃହ ନ ଥିବା କେନ୍ଦ୍ର ଗୁଡିକ ଏବେ ଭଡା ଘରେ ଓ ସ୍କୁଲ ଘରେ ଚାଲୁଥିବା ଜଣାପଡିଛି। ଫଳରେ ପ୍ରାକ ବିଦ୍ୟାଳୟ ଶିଶୁଙ୍କ ଭବିଷ୍ୟତ ଗଠନ ସହିତ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ ନେଇ କାର୍ଯ୍ୟ କରୁଥିବା ଉକ୍ତ ଯୋଜନା ବାଟବଣା ହେବାରେ ଲାଗିଛି। ଜିଲା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାର ୧୩ଟି ବ୍ଲକରେ ମୋଟ୍‌ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୯୪୩ଟି ଅଙ୍ଗନୱାଡି କେନ୍ଦ୍ର ଓ ୪୧୯ଟି ମିନିଅଙ୍ଗନୱାଡି କେନ୍ଦ୍ର ରହିଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ୧୨ହଜାର ୮୮୫, ପ୍ରସୂତୀ ୧୨ହଜାର ୭୧୫, ୬ ମାସରୁ ୩ବର୍ଷ ଶିଶୁ ୬୭ହଜାର ୯୬୯ ଓ ୩ ବର୍ଷରୁ ୬ବର୍ଷ ପ୍ରର୍ଯ୍ୟନ୍ତ ୮୩ ହଜାର ୪୫୯ ଶିଶୁ ରହିଛନ୍ତି। ଜିଲାରେ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ବର୍ତ୍ତମାନ ୪୯୪ କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ସେଗୁଡିକ ଏବେ ଭଡାଘରେ ଓ ସ୍କୁଲ ଘରେ ଚାଲିଛି। ସ୍କୁଲ ଘରେ ୯୧ଟି କେନ୍ଦ୍ର ଚାଲିଥିବାବେଳେ ୪୦୩ଟି ଭଡା ଘରେ କେନ୍ଦ୍ର ଚାଲିଛି। ଫଳରେ କର୍ମୀମାନେ ଘର ଭଡା ନେଇ କେନ୍ଦ୍ର ଚଳାଉଛନ୍ତି। ସହରାଞ୍ଚଳରେ ଭଡା ଘର ପାଇଁ ୪ ହଜାର ଓ ଗ୍ରାମାଞ୍ଚଳରେ ହଜାରେ ଟଙ୍କା କର୍ମୀଙ୍କୁ ଦିଆଯାଉଛି। ଜିଲାରେ ୨୫ଟି କେନ୍ଦ୍ର (ସହରାଞ୍ଚଳ) ଭଡା ଘରେ ଚାଲିଥିବାବେଳେ କର୍ମୀଙ୍କୁ ଏଥିପାଇଁ ୪ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ସହରାଞ୍ଚଳ ଭଡା ଘର ବାବଦକୁ ମାସକୁ ଖର୍ଚ୍ଚ ହେଉଛି ଲକ୍ଷେ ଟଙ୍କା। ସେହିପରି ଗ୍ରାମାଞ୍ଚଳରେ ୩୭୮ଟି କେନ୍ଦ୍ର ଭଡା ଘରେ ଚାଲୁଥିବାରୁ ହଜାରେ ଟଙ୍କା ଲେଖାଏଁ ହିସାବରେ ୩ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହିକ୍ରମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ କେନ୍ଦ୍ର ଭଡା ବାବଦକୁ ପ୍ରତ୍ୟେକ ମାସରେ ୪ ଲକ୍ଷ ୭୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ଗତ ଏପ୍ରିଲ ଶେଷ ସୁଦ୍ଧା ଜିଲାରେ ୨୭ଟି ଅଙ୍ଗନୱାଡି କର୍ମୀ ଓ ୬ଟି ସହାୟିକା ପଦବୀ ଖାଲିରହିଛି। ଏ ନେଇ ଜିଲା ସାମାଜିକ କଲ୍ୟାଣ ଅଧିକାରୀ ପୂନ୍ୟବତୀ ହେଲେନ ଏକ୍ସଇଏସଏସଙ୍କୁ ପଚାରିବାରୁ ବିଶେଷ କରି ସହରାଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ଏଠାରେ ଜାଗା ନ ମିଳିବାରୁ କେନ୍ଦ୍ର ହୋଇପାରୁନାହଁି। ଜାଗା ମିଳିଲେ କେନ୍ଦ୍ର ଗୃହ କରାଯିବ ଏଥିପାଇଁ ପାଣ୍ଠି ମଧ୍ୟ ଅଛି ବୋଲି କହିଥିଲେ। ସେହିପରି ଖାଲିଥିବା ପଦବୀଗୁଡିକୁ ଯଥାଶିଘ୍ର ନୋଟିଫିକେସନ କରାଯାଇ ପୂରଣ କରାଯାଉଛି ବୋଲି କହିଥିଲେ।
ରିର୍ପୋଟ-ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri