ଜବାବ ଦାଖଲ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୪ା୧୦: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଆଇନଗତ ଅଧିକାର ନ ଥାଇ ବିପୁଳ ପରିମାଣରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନଏଚ୍‌ଏଆଇ ଢେଙ୍କାନାଳ ଓ ଗମନ ଇଞ୍ଜିନିୟର୍ସ ସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ ରୁଲ୍ସ (ଓଏମ୍‌ଏମ୍‌ସିଆର୍‌)୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏହିମର୍ମରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ୧୪୨/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲା ଉପରେ ଏନ୍‌ଜିଟିର ଜଷ୍ଟିସ ବି. ଅମିତ ସ୍ଥାଲେକର ଓ ସଦସ୍ୟ ଶୈବାଳ ଦାସଗୁପ୍ତା ୧୨ା୧୦ା୨୦୨୨ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଉକ୍ତ ରାୟରେ ରାଜ୍ୟ ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି), ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏନଏଚ୍‌ଏଆଇ ଢେଙ୍କାନାଳ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। ଏଥିପାଇଁ ବିପୁଳ ଅର୍ଥ ବ୍ୟୟ ହେଉଛି। କିନ୍ତୁ କେତେଜଣ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ସରକାରଙ୍କ ଦ୍ୱାରା ପ୍ରଣୀତ ଏକାଧିକ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ, ଯାହାର ସ୍ପଷ୍ଟ ଚିତ୍ର ୫୩ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ଦେଖିବାକୁ ମିଳିଛି । ଏନ୍‌ଜିଟିରେ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ନିୟୋଜିତ ଓକିଲ ଶଙ୍କର ପ୍ରସାଦ ପାଣିଙ୍କ ଅଭିଯୋଗ ଅନୁଯାୟୀ, ୧୦ା୫ା୨୦୨୨ରେ ତହସିଲଦାର ଦର୍ପଣଙ୍କ ରିପୋର୍ଟରେ ସମ୍ପୃକ୍ତ ଠିକାସଂସ୍ଥାକୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ୩ା୯ା୨୦୨୨ରେ ସିଆର ରିପୋର୍ଟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ ମୋରମ, ପଥର ଓ ବାଲି ଉତ୍ତୋଳନ ପାଇଁ ପରିବେଶଗତ ଅନୁମତି ମିଳିନାହିଁ। ୪୦ କି.ମି. ଦୂରତା ବିଶିଷ୍ଟ ଏହି ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ବିଧିମାନ୍ୟ ଟ୍ରାନ୍‌ଜିଟ୍‌ ପାସ ବିନା ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇଛି। ଦାନଗଦି ତହସିଲଦାର ଆରଟିଆଇରେ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ କୌଣସି ଲଘୁ ଖଣିଜ ଦ୍ରବ୍ୟ ଖାଦାନ ଦିଆଯାଇନାହିଁ। ଏହି କ୍ରମରେ ଧର୍ମଶାଳା ତହସିଲ ଅଧୀନ ରାହାଡପୁର ପାହାଡ଼ରୁ ପ୍ରହ୍ଲାଦ ଲେଙ୍କାଙ୍କୁ ୨.୫ ଏକର କଳାପଥର ଉତ୍ତୋଳନ ମଞ୍ଜୁରୀ ମିଳିଥିବାବେଳେ ସେଠାରୁ ପ୍ରାୟ ୭ ଏକର ପୋଖରୀ ଭଳି ଖନନ କରାଯାଇ ବହୁ ଗୁଣ କଳାପଥର ଉତ୍ତୋଳନ କରାଯାଇ ଏହି ଏନ୍‌ଏଚ୍‌ କାର୍ଯ୍ୟରେ ଲାଗିଥିବା କୁହାଯାଉଛି। ଏହାବାଦ୍‌ ବରଡା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟୀ ଆଦି ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନ କରି ଆଇନ ଅନୁସାରେ ଏହି ଏନ୍‌ଏଚ୍‌ କାର୍ଯ୍ୟରେ ଲାଗି ନାହିଁ। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବ୍ୟବହାର ହୋଇଥିବା ଲଘୁ ଖଣିଜ ଦ୍ରବ୍ୟ ସଂକ୍ରାନ୍ତରେ ଟ୍ରାନ୍‌ଜିଟ୍‌ ପାସ, ରାଜସ୍ବ ଦେୟର ମନି ରସିଦ୍‌ ଆଦି ତଥ୍ୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହାବାଦ୍‌ ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସମ୍ପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଆଶାନୁରୂପ ହୋଇ ପାରୁନାହିଁ ା ବରଂ ମାସକୁ ବେଆଇନ ଭାବେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି ା ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାମରେ ସମୁଦାୟ ପ୍ରାୟ ୧୦୦ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ମାମଲାକୁ ଏନ୍‌ଜିଟି ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରିଛି ା ଜବାବ ଦାଖଲ ରିପୋର୍ଟ ପରେ ନଭେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି କରିବ ବୋଲି ଏନ୍‌ଜିଟି ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?