ଧଳା ବଦଳରେ…

ମହାଭାରତ ଯୁଦ୍ଧ ସରିଗଲା। ରାଜଗାଦିରେ ଅଧିଷ୍ଠିତ ହେବାକୁ ଥିବା ଧର୍ମାମତ୍ା ଯୁଧିଷ୍ଠିର କିନ୍ତୁ ଅତ୍ୟନ୍ତ ବିମର୍ଷ ଥାଇ ଚିନ୍ତା କରୁଥାନ୍ତି ”ଭାଇ, ବନ୍ଧୁ, ଗୁରୁ ଓ ଦୁଇପଟରୁ ଅସଂଖ୍ୟ ସୈନିକ ତଥା ହାତୀ, ଘୋଡ଼ା ଇତ୍ୟାଦିଙ୍କ ମୃତ୍ୟୁରୁ ପାଇଲି କ’ଣ? ବରଂ ଭିକ୍ଷା ମାଗି ଚଳିଯିବି, କିନ୍ତୁ ରାଜଗାଦି ଦରକାର ନାହିଁ। ସୂର୍ଯ୍ୟାଲୋକରେ ଭିକ ମାଗିବାକୁ ଗଲେ ଲାଜ ଲାଗିବ। ତେଣୁ ସୂର୍ଯ୍ୟାସ୍ତ ପରେ ଅନ୍ଧାରରେ ମୁହଁ ଲୁଚେଇ, ଦୁଇତିନି ଘରୁ ଯାହା ମିଳିବ ସେଇଥିରେ ଚଳିଯିବି।“
କେହି କେହି ଏହି ଯୁଦ୍ଧଟି ଖ୍ରୀଷ୍ଟପୂର୍ବ ୩୧୦୨ ବା ଆଜକୁ ପ୍ରାୟ ୫୩୦୦ ବର୍ଷ ତଳେ ସଂଗଠିତ ହୋଇଥିଲା ବୋଲି କହିଥା’ନ୍ତି। ତାହାର ପ୍ରାୟ ୫୨୨୬ ବର୍ଷ ପରେ ୧୯୪୭ ଅଗଷ୍ଟ ୧୪/୧୫ ତାରିଖ ସନ୍ଧିକ୍ଷଣରେ ସମଗ୍ର ଭାରତବାସୀ ସ୍ବାଧୀନତାପ୍ରାପ୍ତି ଅବସରରେ ଆମତ୍ହରା ହୋଇ ଖୁସିରେ ମସ୍‌ଗୁଲ ହେଉଥିବା ସମୟରେ, ଏହି ସଂଗ୍ରାମର କର୍ଣ୍ଣଧାର ତଥା ଏ ଯୁଗର ମହାମତ୍ା, ଗାନ୍ଧିଜୀ ଦଙ୍ଗାଗ୍ରସ୍ତ କଲିକତାରେ ଅଳ୍ପ କିଛି ସହକର୍ମୀଙ୍କ ସହ ବୁଲି ବୁଲି ସେଥିରୁ ନିବୃତ୍ତ ରହିବାକୁ ଲୋକଙ୍କୁ ବୁଝାଉଥିଲେ। ମହାମତ୍ା ଯୁଧିଷ୍ଠିର ଏତେ ବୈରାଗ୍ୟ ସତ୍ତ୍ୱେ ପୁଣି ରାଜା ହୋଇଥିଲେ। କିନ୍ତୁ ମହାମତ୍ା ଗାନ୍ଧୀ ରାଜଗାଦିକୁ ତୁଚ୍ଛ ମଣିଥିଲେ। ଏବେ ତ ତାଙ୍କ ପୁଣ୍ୟତିଥିରେ ତାଙ୍କ ଫଟୋକୁ ନକଲି ପିସ୍ତଲରୁ ଗୁଳି ମରାଯାଇ, ତାଙ୍କ ଶରୀରରୁ ନକଲି ରକ୍ତ ବୁହାଯାଇ ଓ ‘ଜୟ ଗଡ୍‌ସେ’ ଧ୍ୱନି ପକାଯାଇ, ଲଡୁ ବଣ୍ଟାଯାଇ ଖୁସିର ମାହୋଲ ସୃଷ୍ଟି କରାଯାଉଛି। ଗାନ୍ଧିବାଦକୁ ଧ୍ୱଂସ କରିବାକୁ ପ୍ରୟାସ କରାଯାଉଛି।
ମହାମତ୍ା ଗାନ୍ଧୀଙ୍କ ଡାକରାରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଅନେକେ ଗୁଳିବରଣ କରିଥିଲେ, ଫାଶୀ ପାଇଥିଲେ ଓ ସବୁକିଛି ହରେଇଥିଲେ। ସେହି ସଂଗ୍ରାମରେ ଭାଗ ନେଇଥିବା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଅଠରଜଣ ସ୍ବାଧୀନତା ସଂଗ୍ରାମୀଙ୍କ ଭିିତରୁ ଦଳିତବର୍ଗର ତଥା ଅତି ଗରିବ ଚନ୍ଦ୍ରମଣି ସାମଲଙ୍କ ସ୍ମୃତି ଲଗାଏତ ସମସ୍ତଙ୍କ ପାଇଁ ସମର୍ପିତ ବୋଲି ମୋର ମତ। ସେହି ତିନିଜଣଙ୍କ ଭିତରୁ ରାଜେନ୍ଦ୍ର ନାଥ ଲାହାଡ଼ି ଓ ଠାକୁର ରୋଶନ ସିଂହ ଫାଶୀ ପାଇଥିଲେ। ଶ୍ରୀମତୀ ବୀଣା ଦାସ, ବି.ଏ. ପାସ୍‌ କରି ସମାବର୍ତ୍ତନ ଉତ୍ସବରେ ପ୍ରମାଣପତ୍ର ନେବା ବଦଳରେ ସେଠାରେ ଉପସ୍ଥିତ ବଙ୍ଗପ୍ରଦେଶର ତତ୍କାଳୀନ ଗଭର୍ନର ଷ୍ଟାନ୍‌ଲି ଜାକ୍‌ସନଙ୍କ ଉପରକୁ ଗୁଳି ଚଳାଇ ନଅବର୍ଷ ଜେଲ ଯାଇଥିଲେ। ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ପୁଣି ତିନିବର୍ଷ ଜେଲ ଯାଇଥିଲେ।
ସ୍ବାଧୀନତା ସଂଗ୍ରାମୀ ଜାତୀୟ କବି ବୀରକିଶୋର ଦାସ ଲେଖିଥିଲେ ”ଧଳା (ବ୍ରିଟିଶ୍‌) ବଦଳରେ କଳା (ଭାରତୀୟ) ହେଲେ ଜୋକ (ଶାସକ ରହି), କଟିବ କି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି, ତୁମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି?“ ‘ଧଳାବର୍ଗ’ ତ ଗଲେ, କିନ୍ତୁ କଳାବର୍ଗ ଯାହା କରୁଛନ୍ତି, ତାହା ଅନୁଧ୍ୟାନ କଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିବା ‘ମହାମତ୍ା କଷଣ, ମହାମତ୍ା ସାଧନ-ନଯାଏ ଜଗତେ କେବେ ଅକାରଣ’ ଆମ ଦେଶର ପରିସ୍ଥିତି ପରିପ୍ରେକ୍ଷୀରେ ‘ଅକାରଣ’ ହୋଇଛି କି? ଯଦି ଏହାର ଉତ୍ତର ‘ନା’, ତେବେ ତ ଭଲକଥା; କିନ୍ତୁ ଯଦି ‘ହଁ’, ତେବେ ଏଥିରୁ ରକ୍ଷା ପାଇବାର ବାଟ କ’ଣ।
– ତୁଷାରକାନ୍ତ

ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri