ନିଯୁକ୍ତି ପରିବର୍ତ୍ତେ ଛଟେଇ, ଧାରଣାରେ କୋଭିଡ ଯୋଦ୍ଧା ନର୍ସ

ବଲାଙ୍ଗୀର ଅଫିସ, ୧୪ା୧:  କରୋନା ମହାମାରୀ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଥିବାବେଳେ ରାଜ୍ୟ ସରକାର ଚିନ୍ତାରେ ପଡିଥିଲେ। ଏଭଳି ସଙ୍ଗୀନ ସମୟରେ ଲୋକଙ୍କ ସେବା କରିବା ପାଇଁ ରାଜ୍ୟ ସରକାରଙ୍କ ଡାକରାରେ ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଆଗେଇ ଆସିଥିଲେ। ସେମାନଙ୍କ ସେବାକୁ ସ୍ବୀକୃତି ଦେଇ ସରକାର ସମସ୍ତଙ୍କୁ କୋଭିଡ ଯୋଦ୍ଧା ଭାବେ ଅଭିହିତ କରିଥିଲେ ା ଦେଶରେ କରୋନା ମୃତ୍ୟୁହାର ଆମ ରାଜ୍ୟରେ ସବୁଠୁ କମ୍‌ ବୋଲି ରାଜ୍ୟ ସରକାର ଘୋଷଣା କରି ଏହାର ବାହାବା ନେଇଥିଲେ ା ଏହି ସଫଳତା ପଛରେ କୋଭିଡ ଯୋଦ୍ଧାଙ୍କର ନିଷ୍ଠାପର ସେବା ଓ ଅଦମ୍ୟ ସାହସ ରହିଛି ା ଏବେବି କରୋନା ମହାମାରୀ ପ୍ରକୋପ ସରିନାହିଁ ା ମାତ୍ର କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟରତ ନର୍ସମାନଙ୍କୁ ରାଜ୍ୟ ସରକାର ଛଟେଇ କରିବା ଯୋଜନା କରିଛନ୍ତି। ଏହି ବିପଦ ସମୟର ବନ୍ଧୁଙ୍କ ପ୍ରତି ପ୍ରତାରଣା ଛଡା ଆଉ କିଛି ନୁହେଁ ବୋଲି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିିଟାଲରେ ଧାରଣାରତ କୋଭିଡ ଯୋଦ୍ଧା (ନର୍ସ)ମାନେ କହିଛନ୍ତି ା କୋଭିଡ ଯୋଦ୍ଧାଙ୍କ ଅସ୍ଥାୟୀ ନିଯୁକ୍ତି ଚୁକ୍ତିନାମା ଆସନ୍ତା ଡିସେମ୍ବର ୩୧ରେ ସରିଯିବ। ଏହା ପୂର୍ବରୁ ଏହି ସମସ୍ତ କୋଭିଡ ଯୋଦ୍ଧା ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାରଙ୍କୁ ଧାରଣାରତ ନର୍ସମାନେ ଦାବି କରିଛନ୍ତି। ଅତ୍ୟନ୍ତ କଠିନ ପରିସ୍ଥିତିରେ ନିଯୁକ୍ତିପ୍ରାପ୍ତ ନର୍ସମାନେ ନିଜ ଜୀବନକୁ ବିପନ୍ନ କରି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଥିଲେ ା ରାଜ୍ୟ ସରକାର ଏଭଳି କର୍ତ୍ତବ୍ୟନିଷ୍ଠ କୋଭିଡ ଯୋଦ୍ଧାଙ୍କୁ ସ୍ଥାନୀୟ ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କୁ ଛଟେଇ କରିବା ଦୁର୍ଭାଗ୍ୟଜନକ ବୋଲି ଧାରଣାରତ ନର୍ସମାନେ କହିଛନ୍ତି ା
ରାଜ୍ୟରେ ଅନେକ ନର୍ସ ଓ ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲି ପଡିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହୁଛନ୍ତି। ତେବେ କୋଭିଡ ଯୋଦ୍ଧାଭାବେ କାର୍ଯ୍ୟରତ ଅନେକ ନର୍ସଙ୍କ ବୟସ ସୀମା ଅତିକ୍ରମ କଲାଣି। ଏଭଳି ସ୍ଥିତିରେ ସେମାନେ ଆଉ ଆବେଦନ କରିପାରିବେ ନାହିଁ ା ଏଣୁ କର୍ତ୍ତବ୍ୟରତ ଏହି କୋଭିଡ ଯୋଦ୍ଧାଙ୍କୁ ଖାଲି ପଡିଥିବା ବିଭିନ୍ନ ପଦବୀରେ ସ୍ଥାୟୀ ନିଯୁକ୍ତି ସରକାର ପ୍ରଦାନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ା ଗତ ତିନିଦିନ ହେଲା କୋଭିଡ ଯୋଦ୍ଧା (ନର୍ସିଂ) ମାନେ ହସ୍ପିଟାଲରେ ଧାରଣା ଜାରୀ ରଖଥିଲେ ମଧ୍ୟ ସେମାନଙ୍କ ପାଖକୁ ସ୍ବାସ୍ଥ୍ୟ ବିଭାଗ କି ଜିଲା ପ୍ରଶାସନର କୌଣସି ଅଧିକାରୀ ଆଲୋଚନା ପାଇଁ ବି ଆସିନାହାନ୍ତି ା ଧାରଣା ଜାରି ରହିଥିଲେ ମଧ୍ୟ ସିଫ୍ଟ ଅନୁସାରେ ସେମାନେ କର୍ତ୍ତବ୍ୟରତ ରହିଛନ୍ତି ା ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ସେମାନେ ବାଧ୍ୟ ହୋଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ା କୋଭିଡ ଯୋଦ୍ଧା (ନର୍ସିଂ) ସଂଘ ସଭାପତି ଶରତ କୁମାର ପଧାନ ଓ ସମ୍ପାଦକ ଆଶିଷ କୁମାର ସିଂଙ୍କ ନେତୃତ୍ୱରେ ଧାରଣା ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?