Posted inଖେଳ

ଭଗବଦ ଗୀତାରୁ ମିଳିଥିଲା ପ୍ରେରଣା: ମନୁ ଭାକର

ପ୍ୟାରିସ୍‌,୨୯ା୭(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଗୀତାର ଶ୍ଳୋକ କର୍ମ କରିଚାଲ ଫଳକୁ ଆଶା ରଖ ନାହିଁ, ଏହାକୁ ହିଁ ସେ ସର୍ବଦା ମନରେ ରଖିଥିଲେ ବୋଲି ମଧ୍ୟ କହିଛନ୍ତି।

ଏହା ସହିତ ଭେଟେରାନ୍‌ ଶୁଟର ତଥା କୋଚ୍‌ ଯଶପାଲ ରାଣାଙ୍କ ଉପସ୍ଥିତି ତାଙ୍କ ମନୋବଳକୁ ଆହୁରି ଦୃଢ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି। ବିଶ୍ୱକପ୍‌, ୟୁଥ୍‌ ଅଲିମ୍ପିକ୍ସ, ରାଜ୍ୟ ଗୋଷ୍ଠୀ କ୍ରୀଡା, ଏସିଆନ୍‌ ଗେମ୍ସ ଭଳି ଇଭେଣ୍ଟରେ ଏକାଧିକପଦକ ଜିତି ସାରିଥିବା ମନୁ ଶେଷରେ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୧ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି ଏହି ଯୁବ ଖେଳାଳି। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସାମିଲ ରହିଛି। ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ବୈଷୟିକ ତ୍ରୁଟି କାରଣରୁ ପଦକ ଜିତି ପାରି ନ ଥିଲେ। ତେବେ ଏହା ତାଙ୍କର ମନୋବଳକୁ ଭାଙ୍ଗି ପାରି ନ ଥିଲା। ଦୃଢ଼ ଭାବରେ ପ୍ରତ୍ୟାବର୍ତ୍ତନ କରି ୩ ବର୍ଷରେ ନୂଆ ଇତିହାସ ଲେଖିଛନ୍ତି ମନୁ।

ହରିୟାଣାର ଝାଝର ଜିଲା ଅନ୍ତର୍ଗତ ଗୋରିଆ ଗ୍ରାମରେ ମନୁଙ୍କ ଜନ୍ମ। ପିତା ରାମ କିଶନ ଭାକର ମର୍ଚ୍ଚାଣ୍ଟ ନାଭିରେ ଜଣେ ଚିଫ୍‌ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି। ୧୪ ବର୍ଷ ଯାଏ ହୁଏନ୍‌ ଲାଙ୍ଗଲନ(ମାର୍ସିଆଲ ଆର୍ଟ), ବକ୍ସିଂ, ଟେନିସ୍‌ ଓ ସ୍କେଟିଂ ପରି କ୍ରୀଡ଼ାରେ ଜାତୀୟ ଇଭେଣ୍ଟରେ ପଦକ ବିଜୟୀ ହୋଇଥିଲେ। ୨୦୧୬ରେ ମନୁ ଶୁଟିଂକୁ ବାଛିଥିବା ବେଳେ ମିଳିଥିଲା ଅପାର ସଫଳତା। ଶୁଟିଂ ଏକ ମହଙ୍ଗା ଖେଳ ହୋଇଥିବା ବେଳେ ରାମ କିଶନ ଭାକର ନିଜର ସଞ୍ଚିତ ୧୫ ଲକ୍ଷ ମନୁଙ୍କ ପାଇଁ ନିବେଶ କରିଥିଲେ। ୨୦୧୭ରେ ଏସିଆନ୍‌ ଜୁନିୟର ଚାମ୍ପିୟନଶିପରେ ଏକ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ସମାନ ବର୍ଷରେ କେରଳରେ ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ବିଶ୍ୱକପ ପଦକ ବିଜୟିନୀ ହୀନା ସିଦ୍ଧୁଙ୍କୁ ପରାସ୍ତ କରିବା ସହ ୯ ସ୍ବର୍ଣ୍ଣ ପଦକ ହାତେଇଥିଲେ ମନୁ।
୨୦୧୮ ମନୁଙ୍କ ପାଇଁ ବ୍ରେକ୍‌ ଥ୍ରୁ ଇୟର ରହିଥିଲା। ସମାନ ବର୍ଷରେ ସର୍ବକନିଷ୍ଠ ଭାରତୀୟ ଭାବରେ ସେ ଶୁଟିଂ ବିଶ୍ୱକପରେ ସ୍ବର୍ଣ୍ଣ ଜିତିଥିଲେ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦୁଇ ଥର ଚାମ୍ପିୟନ ଆଲେଜାଣ୍ଡ୍ରା ଜାଭାଲାଙ୍କୁ ପରାସ୍ତ କରି ସେ ଏହି ଗୌରବ ହାସଲ କରିଥିଲେ। ଏହା ସହିତ ସେ ମିକ୍ସଡ ଟିମ୍‌ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୮ରେ ଅନୁଷ୍ଠିତ ୟୁଥ୍‌ ଅଲିମ୍ପିକ୍ସରେ ମନୁ ଭାରତୀୟ ଦଳର ପତାକା ବାହକ ରହିଥିଲେ। ଏହି ସଂସ୍କରଣରେ ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ଓ ଦଳଗତ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୮ରେ ଅନୁଷ୍ଠିତ ଜୁନିୟର ଶୁଟିଂ ବିଶ୍ୱକପରେ ସେ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିଥିଲେ। ୨୦୧୯ରେ ଶୁଟିଂ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ସମସ୍ତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ମନୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ୨୫ ମିଟର ପିସ୍ତଲ ଇଭେଣ୍ଟରେ ଆଗୁଆ ରହିଥିବା ବେଳେ ଅଚାନକ ପିସ୍ତଲ ଜାମ ହୋଇଯିବା କାରଣରୁ ତାଙ୍କୁ ଓହରିବାକୁ ପଡିଥିଲା। ଟୋକିଓ ବିଫଳତା ପରେ ମନୁଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ତେବେ ବିଫଳତାକୁ ପଛରେ ପକାଇ ଆଗକୁ ବଢିବା ସହିତ ଫ୍ରାନ୍ସର ଚାଟାରକ୍ସ ଶୁଟିଂ ରେଞ୍ଜରେ ଇତିହାସ ରଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଇରାନ ସହ ଡିଲ ପାଇଁ ଟ୍ରମ୍ପ ରାଜି, ହେଲେ ରଖିଦେଲେ ବଡ଼ ସର୍ତ୍ତ

ୱାଶିଂଟନ,୨୯।୯: ଇରାନ ସହ ଏକ ଚୂଡ଼ାନ୍ତ ଚୁକ୍ତିରେ ପହଞ୍ଚିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଲାଗିଥିବା କିଛି କଟକଣା କୋହଳ କରିବା ସହ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?