ଅସୁରକ୍ଷିତ ବେଦାନ୍ତ ଖଣି ତଦନ୍ତ ଆଜିଠୁ

ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ ଗୁରୁବାରଠାରୁ ତଦନ୍ତ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ର ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ବୁଧବାର ଇ-ମେଲ୍‌ ଯୋଗେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଡିଜିଏମ୍‌ଏସ୍‌ର ଅଧିକାରୀ ଗୁରୁବାର ୧୭ା୬ା୨୦୨୧ ପୂର୍ବାହ୍ନ ୧୦ଟାରୁ ୧୮ା୬ା୨୦୨୧ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତଦନ୍ତ କରିବେ। ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଉକ୍ତ ଇ-ମେଲ୍‌ ସୂଚନାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ସୁରେଶ କୁମାର ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍‌ପୋର୍ଟାଲ ‘ସେଣ୍ଟ୍ରାଲାଇଜଡ୍‌ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍‌’ ମାଧ୍ୟମରେ ଗତ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ଗତ ୧୫ା୬ା୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ଡିଜିଏମ୍‌ଏସ୍‌ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓସ୍ତପାଳ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଡମ୍ପ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ବିପଦ ଭାବେ ଠିଆ ହୋଇଛି। ଏହା ପୂର୍ବରୁ ୪ ଥର ଡମ୍ପ ଭୁଶୁଡି ଶ୍ରମିକଙ୍କ ପାଇଁ ବିପଦର କାରଣ ହୋଇସାରିଛି। ଯେତେ ଥର ଅଭିଯୋଗ କରାଯାଇଥିଲେ ହେଁ ବିଭାଗ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୁରେଶ କୁମାର ତାଙ୍କ ଅଭିଯୋଗରେ ଦର୍ଶାଇ ଆସିଛନ୍ତି। ଅନ୍ୟପକ୍ଷେ ଏହି ବିପଦରୁ ତ୍ରାହି ପାଇବାକୁ ବେଦାନ୍ତ ଅନ୍ୟକୁ ଲିଜ୍‌ ଦେବାକୁ ଯୋଜନା ରଖିଛି। ତେବେ ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରାଗଲେ ବେଦାନ୍ତର ଏଭଳି ବେଆଇନ ଉତ୍ତୋଳନ ଉପରେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଅଭିଯୋଗକାରୀ ଓ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ପୌରାଧ୍ୟକ୍ଷ ଆସନ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜ

ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ...

କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨)...

ବିଏସ୍‌ଏନ୍‌ଏଲ ମଜଦୁର ସଂଘର ତାଲାବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୧ା୬-ବିଏସ୍‌ଏନ୍‌ଏଲ ମଜଦୁର ସଂଘ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ଏନ୍‌ଏଲ କର୍ମଚାରୀ ସ୍ଥାନୀୟ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଓ ଏକ୍ସଚେଞ୍ଜ ଅଫିସକୁ...

ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି...

ଜି.ଉଦୟଗିରି: ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଆବେଦନ

ଜି.ଉଦୟଗିର,୨୧।୧୧(ଡି.ଏନ୍‌.ଏ)- ଜି.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ବିରୋଧରେ ୧୩ ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ନିମନ୍ତେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି।...

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ

ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ...

ରାଜଧାନୀରେ ବଢ଼ୁଛି ସଂକ୍ରମଣ: ଆଜି ଆଉ ୧୦୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ମଙ୍ଗଳବାର ଏଠାରେ ଆଉ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା...

ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ...

Advertisement
Archives

Model This Week