ବିଜ୍ଞାନ କ୍ଷେତ୍ରରେ ଅଭିନବ ସଂସ୍କାର

ଡ. ଚିତ୍ତରଞ୍ଜନ ମିଶ୍ର

 

ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ବୈଜ୍ଞାନିକ ମାନସିକତା’କୁ ସ୍ପଷ୍ଟ ରୂପରେ ଅଙ୍ଗୀକୃତ କରିଛି। ଏହା ଉଦ୍‌ଘୋଷଣ କରିଛି ଯେ ବୈଜ୍ଞାନିକ ମାନସିକତା, ମାନବବାଦ, ଜିଜ୍ଞାସା ଓ ସଂସ୍କାର ଭାବନାର ବିକାଶ ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ ହେବା ଏକାନ୍ତ ଆବଶ୍ୟକ। ଏଭଳି ସାମ୍ବିଧାନିକ ପ୍ରଚେଷ୍ଟା ସତ୍ତ୍ୱେ ଭାରତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍‌ରେ ପରିବର୍ତ୍ତନଧର୍ମୀ ସୁଧାର ଆଣିବାରେ ସକ୍ଷମ ହୋଇପାରିନାହିଁ। ସେହି ପାଖାପାଖି ସମୟରେ ୧୯୭୮ରେ ଚାଇନା ନିଜ ଅର୍ଥନୀତିକୁ ଉନ୍ମୁକ୍ତ କରିଦେଲା। ଏହା ପରେ ୧୯୯୦ ଦଶକରେ ସୁବ୍ୟବସ୍ଥିତ ସଂସ୍କାର ମାଧ୍ୟମରେ ଚାଇନା ତା’ର ବୈଜ୍ଞାନିକ ଇକୋସିଷ୍ଟମ୍‌କୁ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇପାରିଲା। ଏପରି କି କୃତ୍ରିମ ବୁଦ୍ଧିମତ୍ତା ଭଳି କେତେକ କ୍ଷେତ୍ରରେ ଚାଇନା ଏବେ ଆମେରିକାଠୁଁ ବହୁ ଆଗରେ। ଅନ୍ୟପଟେ ୧୯୯୧ରେ ଭାରତର ଅର୍ଥନୈତିକ ସଂସ୍କାର ବ୍ୟବସ୍ଥାର ଅସାଧାରଣ ସଫଳତା ସତ୍ତ୍ୱେ ଆମେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ସଂସ୍କାର ଆଣିପାରିଲୁ ନାହିଁ। ଫଳାଫଳ ଆଜି ସ୍ପଷ୍ଟ ଦୃଶ୍ୟମାନ ଯେ, ନବପ୍ରବର୍ତ୍ତନ ନେତୃତ୍ୱାଧୀନ ଅର୍ଥ ବ୍ୟବସ୍ଥା ଠାରୁ ଭାରତ ଏବେ ବି ବହୁ ଦୂରରେ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ନୂତନ ଜ୍ଞାନ ଅର୍ଥନୈତିକ ଓ ସାମାଜିକ ଅଭ୍ୟୁଦୟ କ୍ଷେତ୍ରରେ ପ୍ରୟୋଗ କରିବାକୁ ହେବ। କ୍ରମାଗତ ଅର୍ଥନୈତିକ ବିକାଶର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଭାରତକୁ ଗବେଷଣା କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ସମ୍ପାଦିତ କରିବାକୁ ପଡ଼ିବ। ଆମ ପାଖରେ ଇକୋନୋମିକ୍‌ ସ୍କେଲ୍‌, ବିଶାଳ ମେଧା ଶକ୍ତି, ବୃହତ୍‌ ବଜାର ବ୍ୟବସ୍ଥା ଏବଂ ଚଳଚଞ୍ଚଳ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ରହିଛି, ଯାହା ମାଧ୍ୟମରେ ଗବେଷଣା କ୍ଷେତ୍ରରେ ଆଶାନୁରୂପ ପୁଞ୍ଜିନିବେଶ ଏବଂ ଏହାର ଆର୍ଥିିକ ମୂଲ୍ୟକୁ ଠିକ୍‌ ଭାବେ ଉପଯୋଗୀ କରାଯାଇପାରିବ। ନିମ୍ନୋକ୍ତ ଚାରୋଟି ପ୍ରମୁଖ ସୁଧାରବାଦୀ ପଦକ୍ଷେପ ଭାରତୀୟ ବିଜ୍ଞାନ ପାଇଁ ସମ୍ଭାବିତ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଏ।
ପ୍ରଥମରେ, ୨୦୨୧-୨୨ଆର୍ଥିିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ପାଇଁ ୫୦ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହାକି ୫ ବର୍ଷ ମଧ୍ୟରେ ଦେଶରେ ରିସର୍ଚ୍ଚ ଇକୋସିଷ୍ଟମ୍‌ର ବିକାଶରେ ବିଶେଷ କରି ଗଭର୍ନାନ୍ସ ଓ ଫଣ୍ଡିଙ୍ଗ୍‌ରେ ବିନିଯୋଗ ହେବ। ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ସ୍ବୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ ଏବଂ ବିଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ଆର୍ଥିିକ ଅନୁଦାନ ପ୍ରଦାନ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠୁ ଆରମ୍ଭ କରି ହ୍ୟୁମାନିଟିଜ୍‌ କ୍ଷେତ୍ରରେ ମଧ୍ୟ ଗବେଷଣା କାର୍ଯ୍ୟକାରୀ ହେବ। ଦେଶରେ ନବପ୍ରବର୍ତ୍ତନ ତଥା ଗବେଷଣା ଓ ଉନ୍ନୟନ କ୍ଷେତ୍ରକୁ ରୁଦ୍ଧିମନ୍ତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ତତଃପକ୍ଷେ, ଏହା ଗବେଷଣା ଓ ଉନ୍ନୟନ, ଶିକ୍ଷାଜଗତ ଏବଂ ଶିଳ୍ପସଂସ୍ଥା ସହ ସଫଳ ସମନ୍ବୟ ପ୍ରତିଷ୍ଠା କରିବ।
ଦ୍ୱିତୀୟରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ରିସର୍ଚ୍ଚ।
ଭାରତରେ ବୈଜ୍ଞାନିକମାନେ ଗବେଷଣା ଅପେକ୍ଷା ବିଭିନ୍ନ ପାରିବାରିକ ଓ ପ୍ରଶାସନିକ କାର୍ଯ୍ୟକଳାପରେ ଅଧିକ ସମୟ ବିନିଯୋଗ କରିଥାନ୍ତି। ସରକାରୀ ବିଶ୍ୱବିଦ୍ୟାଳୟ ଓ ବୈଜ୍ଞାନିକ ଗବେଷଣାଗାରମାନଙ୍କରେ ଅଧିକାଂଶ ବିଧି ବ୍ୟବସ୍ଥା ଅମଲାତାନ୍ତ୍ରିକ ହୋଇଥାଏ। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ କେନ୍ଦ୍ରୀକୃତ ଗବେଷଣା ସୁବିଧାସୁଯୋଗ ସୃଷ୍ଟି କରିବା ଉଚିତ। ଏହାବ୍ୟତୀତ ଶିଳ୍ପସଂସ୍ଥାମାନଙ୍କ ସହ ସହଯୋଗଭିତ୍ତିକ ଗବେଷଣା କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ। ଗବେଷଣା ପାଇଁ ଆର୍ଥିକ ଅନୁଦାନ କିଭଳି ଓ କେଉଁ ସୂତ୍ରରୁ ଆସିବ, ସେ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯିବ ଦରକାର। ଗବେଷଣା ପାଇଁ ଆବଶ୍ୟକ ପ୍ରଶାସନିକ ସହଯୋଗ ମଧ୍ୟ ବୈଜ୍ଞାନିକମାନଙ୍କର ହାତ ପାହାନ୍ତାରେ ଯୋଗାଇ ଦିଆଯିବା ଉଚିତ। ଏହା ହେଲେ ବୈଜ୍ଞାନିକମାନଙ୍କ ଚିନ୍ତାଚେତନାରେ କେବଳ ଗବେଷଣା ହିଁ ରହିପାରିବ। ଗବେଷଣା ପାଇଁ ଫଣ୍ଡିଂ ଭାଲ୍ୟୁ ଚେନ୍‌କୁ ଅନୁକୂଳ କରାଯିବା ଦରକାର। ଗବେଷଣା ପାଇଁ ପ୍ରଦାନ କରାଯାଉଥିବା ପ୍ରସ୍ତାବ (ରିସର୍ଚ୍ଚ ପ୍ରପୋଜାଲ୍‌)କୁ ଯୁକ୍ତିଯୁକ୍ତ ଓ ବ୍ୟବସ୍ଥିତ କରାଯିବ ଆବଶ୍ୟକ। ଏହି ପ୍ରସ୍ତାବର ଠିକ୍‌ ମୂଲ୍ୟାଙ୍କନ ଅପରିହାର୍ଯ୍ୟ। ସେହିପରି ବୈଜ୍ଞାନିକ ଯନ୍ତ୍ରପାତି କିଣାର ପୁରୁଣାକାଳିଆ ପଦ୍ଧତିରେ ସଂସ୍କାର ବ୍ୟବସ୍ଥାର ଆବଶ୍ୟକତା ରହିଛି।
ତୃତୀୟତଃ,ସମ୍ମିଳିତ ସହଯୋଗାମତ୍କ ଗବେଷଣା। ଆମ ଦେଶରେ ଅଧିକାଂଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଗବେଷଣାଗାର ବିଶ୍ୱବିଦ୍ୟାଳୟମାନଙ୍କର ଅବିଚ୍ଛେଦ୍ୟ ଅଙ୍ଗଭାବେ କାର୍ଯ୍ୟ କରି ନ ଥାନ୍ତି । ସେମାନେ ସ୍ବୟଂସମ୍ପୂର୍ଣ୍ଣ ଓ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିଥାନ୍ତି, ଯାହାକି ଅଧିକାଂଶ ବିକଶିତ ରାଷ୍ଟ୍ରଗୁଡ଼ିକରେ ଦେଖିବାକୁ ମିଳି ନଥାଏ। ତେବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ ବିଜ୍ଞାନାଗାର ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଗୋଟିଏ ଗୋଟିଏ ଭୌଗୋଳିକ ଅଞ୍ଚଳର ଅନ୍ତର୍ଭୁକ୍ତ କରାଯାଇ ଏକୀକୃତ, ସଙ୍ଗଠିତ ଓ ସମ୍ମିଳିତ କରାଯାଉ।
ସହଯୋଗାମତ୍କ ପ୍ରୋସତ୍ାହନ, ଶାସନ ବ୍ୟବସ୍ଥାରେ ସୁଧାର, ସମ୍ବଳର ଗଣତନ୍ତ୍ରକରଣ, ଆନ୍ତର୍ଜାତିକ ଗବେଷଣା ସୁଯୋଗର ସୁବିନିଯୋଗ ତଥା ସମ୍ମିଳିତ ଉଦ୍ୟମ ତଥା ଶିଳ୍ପସଂସ୍ଥାମାନଙ୍କର ଉତ୍ତମ ସମନ୍ବୟରେ ସାମ୍ପ୍ରତିକ ଗବେଷଣାର ମୌଳିକ ରୂପରେଖରେ ଆମୂଳଚୂଳ ପରିବର୍ତ୍ତନ ହୋଇପାରିବ। ଏହା ଦୀର୍ଘମିଆଦୀ ଭାବେ ଅତ୍ୟନ୍ତ ଫଳପ୍ରଦ ହେବ, ଯଦି ଆମେ ବିଷୟଗତ ଯୋଗସୂତ୍ର ଓ ଅନ୍ତର୍ବିଷୟକ ଏକୀକରଣ ସହିତ ସଂଯୋଗଶୀଳତା ଓ ଉତ୍ତମ କାର୍ଯ୍ୟପଦ୍ଧତି ଯୁକ୍ତ ଭୌଗୋଳିକ ସମୂହୀକରଣ ସୃଷ୍ଟି କରିପାରିବା। ଏହା ପ୍ରତିଯୋଗିତାମୂଳକ ହୋଇ ଆନ୍ତର୍ଜାତିକ ରିସର୍ଚ୍ଚ ପ୍ରୋଜେକ୍ଟ ଲାଭ କରିବାରେ ଅଧିକ ସହାୟକ ହେବ। ଏହା ମାଧ୍ୟମରେ ବିଦେଶରୁ ବଛା ବଛା ଫାକଲ୍‌ଟି ଏବଂ ଗବେଷକମାନେ ମଧ୍ୟ ଉପଲବ୍ଧ ହୋଇପାରିବେ।
ଚତୁର୍ଥରେ, ସର୍ବସାଧାରଣଙ୍କ କଳ୍ପନା ରାଇଜରେ ବିଜ୍ଞାନ। ଭାରତରେ ବିଜ୍ଞାନକୁ ନେଇ କୌଣସି ଉସତ୍ବ ପାଳନ କରାଯାଇ ନ ଥାଏ ଏବଂ ଦେଶରେ ଖୁବ୍‌ କମ୍‌ ସଂଖ୍ୟକ ବୈଜ୍ଞାନିକ ଅଛନ୍ତି ଯେଉଁମାନେ କି ଲୋକଙ୍କ ମାନସପଟ୍ଟରେ ରହିଛନ୍ତି। ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ କ୍ୱଚିତ ଖବର, ସୂଚନା ପ୍ରଦାନ କରିଥାନ୍ତି। ଜନପ୍ରିୟ ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର, ଓଟିଟି ପ୍ଲାଟ୍‌ଫର୍ମ କିମ୍ବା ପୁସ୍ତକ ସଂଖ୍ୟା ମଧ୍ୟ ଖୁବ୍‌ କମ୍‌। ଏଭଳି ସ୍ଥିତି ପରିବର୍ତ୍ତନ ହେବା ଆବଶ୍ୟକ। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନଗୁଡ଼ିକରେ ଏକ ସୁଦୃଢ଼ ବିଜ୍ଞାନ ସଞ୍ଚାର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦରକାର।
ଭାରତ ପାଇଁ ବଡ଼ ଆବଶ୍ୟକତା ହେଉଛି ବିଜ୍ଞାନ ଓ ସମାଜ ମଧ୍ୟରେ ଥିବା ଶୂନ୍ୟସ୍ଥାନ ଯଥାଶୀଘ୍ର ପୂରଣ କରିବା। ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏଜେଣ୍ଡାରେ ନୂତନ ପ୍ରାଣ ସଞ୍ଚାର କରି ଦେଶର ଗବେଷଣା ଓ ଉନ୍ନୟନ ମେରୁଦଣ୍ଡକୁ ସୁଦୃଢ଼ କରିବାର ସମୟ ଆଜି ଉପଗତ। ପ୍ରକୃତପକ୍ଷେ ଭାରତ ୨୦୨୦-୩୦ ଦଶନ୍ଧିକୁ ଆମ ବିଜ୍ଞାନ ପାଇଁ ଆମୂଳଚୂଳ ପରିବର୍ତ୍ତନର ଦଶନ୍ଧି ବୋଲି ଘୋଷଣା କରି ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବା ବିଧେୟ।
ମୋ: ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?