ଶୀତରେ ଥରୁଛନ୍ତି ଅନ୍ତେବାସୀ

ବାରିପଦା ଅଫିସ,୧୮।୧୨-ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନେ ଶୀତ କଷ୍ଟ ଭୋଗୁଛନ୍ତି। ବିଭାଗ ପକ୍ଷରୁ ଅଦ୍ୟାବଧି ସେମାନଙ୍କୁ କମ୍ବଳ ଯୋଗାଇ ଦିଆଯାଇ ନ ଥିତ୍ବାରୁ ପୁରୁଣାରେ କାମ ଚଳୁଛି। ଯଥାଶୀଘ୍ର ସେମାନଙ୍କୁ କମ୍ବଳ ଯୋଗାଇ ଦିଆ ନ ଗଲେ ଆନ୍ଦୋଳନ ହେବ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ଅଂଶୁମାନ ଦାସ ଚେତାବନୀ ଦେଇଛନ୍ତି।
ବଣ ଜଙ୍ଗଲ ଘେରା ଏହି ଜିଲାରେ ଶୀତର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ୩ ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ବୁଧବାର ରାତିର ତାପମାତ୍ରା ୧୩ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। କରୋନା କଟକଣା ପାଇଁ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ନିଜ ଘରେ ଥିବା ବେଳେ ଷଷ୍ଠରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ବିଭାଗର ଅନ୍ତେବାସୀମାନେ ଆବାସିକ ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଶୀତର ପ୍ରକୋପ ପାଇଁ ଏହି ସମୟରେ ସରକାରଙ୍କ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କୁ କମ୍ବଳ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ବର୍ଷ ଏଥିରେ ବିଳମ୍ବ ଘଟିଛି। ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ମୋଟ ୮୭୩ଟି ଆଶ୍ରମ ଓ ସେବାଶ୍ରମରେ ୯୬ହଜାର ଅନ୍ତୋବାସୀ ରହିଛନ୍ତି। ସେଥି ମଧ୍ୟରୁ ୩୬୬ଟି ଆଶ୍ରମ ଓ ସେବାଶ୍ରମରେ ୪୩ହଜାର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ୫୦୭ଟିରେ ୫୩ହଜାର ଅନ୍ତେବାସୀ ରହିଛନ୍ତି ା ପୂର୍ବ ବର୍ଷର ପ୍ରତିବଦଳରେ ଥିବା କମ୍ବଳକୁ ବାଦ ଦେଲେ ଚଳିତ ଥର ୧୧ହଜାରରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ ନୂତନ କମ୍ବଳ ପ୍ରଦାନର ଆବଶ୍ୟକତା ରହିଛି। ଏଥିପାଇଁ ଦୀର୍ଘ ଦିନ ପୂର୍ବରୁ ବିଭାଗ ପକ୍ଷରୁ କମ୍ବଳ ଯୋଗାଣ ପାଇଁ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପ୍ରାପ୍ତ ୧ମ ବ୍ୟକ୍ତି ଜଣକ କମ୍ବଳ ଯୋଗାଇବା ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ବିଳମ୍ବ କରିବାରୁ ୨ୟ ଓ ୩ୟ ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଇଥିଲା। ମାତ୍ର ବିଗତ ଦିନରେ ଏହି ବ୍ୟକ୍ତି ଦ୍ୱୟ ନିମ୍ନମାନର କମ୍ବଳ ଯୋଗାଣ କରିଥିବାରୁ ଜିଲା ପ୍ରଶାସନ ସେମାନଙ୍କୁ ଅଯୋଗ୍ୟ ମନେ କରିଥିଲା ା ଏହି ପ୍ରକ୍ରିୟା ପାଇଁ ଦିନ ଗଡ଼ି ଯାଉଥିବାରୁ ଛାତ୍ରୀଛାତ୍ରମାନେ ସରକାରୀ ସୁବିଧାରୁ ବଞ୍ଚିିତ ହୋଇଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ମହାପାତ୍ର କୁହନ୍ତି, ସରକାରଙ୍କ ପକ୍ଷରୁ ଉଦ୍ଦିଷ୍ଟ ଧାର୍ଯ୍ୟ ମୂଲ୍ୟରେ ଉନ୍ନତମାନର କମ୍ବଳ ପାଇଁ ସରକାରୀ ଇ-ମାର୍କେଟିଂ ଓ ଓଡ଼ିଶା କ୍ଷୁଦ୍ର ଉଦ୍ୟୋଗ ସଂସ୍ଥା ମାଧ୍ୟମରେ କମ୍ବଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି। ଡିସେମ୍ବର ମାସ ଶେଷ ସୁଦ୍ଧା କମ୍ବଳ ପ୍ରଦାନ କରାଯିବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?