ଅନ୍ତେବାସୀ ହେଲେ ଜୀବନସାଥୀ

ବାଲେଶ୍ୱର, ୧୪।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ବାମପଦାସ୍ଥିତ କୁଷ୍ଠାଶ୍ରମରେ ଥିଲେ ଅନ୍ତେବାସୀ। ହେଲେ ଏବେ ପାଲଟିଯାଇଛନ୍ତି ଜୀବନସାଥୀ। ବର ୬୫କୁ କନ୍ୟା ୬୩। ପ୍ରେମ ପାଇଁ ବୟସର କୌଣସି ପରିସୀମା ନ ଥାଏ ତାହା ଆଜି ପ୍ରମାଣିତ କରିଛନ୍ତି ଦାସ ମାରାଣ୍ଡି ଓ ପଦ୍ମାବତୀ ଦାସ। ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇ ନେଇଛନ୍ତି। ପରିଣତ ବୟସରେ କୁଷ୍ଠ ରୋଗକୁ ହରାଇଥିବା ଏହି ପ୍ରେମୀଯୁଗଳଙ୍କ ବିବାହ ଶୁକ୍ରବାର ଆଶ୍ରମ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସମସ୍ତ ରୀତିନୀତିରେ ସମ୍ପନ୍ନ ହୋଇଛି। ଦାସ ମାରାଣ୍ଡି ପଦ୍ମାବତୀଙ୍କ ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧାଇ, ବେକରେ ବରଣମାଳା ଦେଇ ନିଜର ସ୍ତ୍ରୀ ଭାବରେ ସ୍ବୀକାର କରିଛନ୍ତି। ଏହି ବିବାହରେ ଆଶ୍ରମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ। କିଏ ଶଙ୍ଖ ଫୁଙ୍କିଥିଲା, ତ ଆଉ କିଏ ହୁଳହୁଳି ଦେଇଥିଲା। ସାରାଦିନ ଆଶ୍ରମ ପରିସରରେ ଲାଗି ରହିଥିଲା ଉତ୍ସବର ମାହୋଲ।
ପଦ୍ମାବତୀଙ୍କ ଘର ଔପଦା ବ୍ଲକ ଜୁଡ଼ାଗଡ଼ିଆ ଅଞ୍ଚଳରେ। ସେ ପୂର୍ବରୁ ବିବାହିତା ଥିଲେ। ୧୦ବର୍ଷ ପୂର୍ବେ ପଦ୍ମାବତୀ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଘୃଣା କରିବାରୁ ସେ ଘର ଛାଡ଼ି ଆସି ବାମପଦାରେ ଥିବା କୁଷ୍ଠାଶ୍ରମରେ ରହି ଚିକିତ୍ସିତ ହେଉଥିଲେ। ଏବେ ସେ କୁଷ୍ଠ ରୋଗରୁ ମୁକ୍ତ ହୋଇଛନ୍ତି, ହେଲେ ଘରକୁ ଫେରିନାହାନ୍ତି। ସେହିଭଳି ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ଦାସ ମାରାଣ୍ଡିଙ୍କ ଘର। ସେ ମଧ୍ୟ କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ତାଙ୍କୁ ଘରୁ ତଡିଦେଇଥିଲେ। ସେ ୩ ବର୍ଷ ତଳେ ଆସି ଏହି କୁଷ୍ଠାଶ୍ରମରେ ରହି ଭଲ ହୋଇଛନ୍ତି। ସେ ମଧ୍ୟ ଆଉ ଘରକୁ ଫେରିନାହାନ୍ତି। ଦାସ ମାରାଣ୍ଡି ଜଣେ ଖୁବ୍‌ ଭଲ ମଣିଷ। ତେଣୁ ତାଙ୍କୁ କୁଷ୍ଠାଶ୍ରମର ସମସ୍ତେ ଭଲ ପାଆନ୍ତି। ପ୍ରାୟ ୨ମାସ ହେବ ଦାସ ବିବାହ କରିବାକୁ ପଦ୍ମାବତୀଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ପଦ୍ମାବତୀ ପ୍ରଥମେ ରାଜି ହୋଇ ନ ଥିଲେ। ପରେ ଆଶ୍ରମର ଅନ୍ୟ ୨/୩ଜଣ ସ୍ତ୍ରୀ ଲୋକ ଦାସଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବାରୁ ପଦ୍ମାବତୀ ସମ୍ମତି ଜଣାଇଥିଲେ। ଉଭୟେ କୁଷ୍ଠାଶ୍ରମରେ ଥିବା ଡା. ସୁମିତ୍ରା ଦେଙ୍କୁ ଯାଇ ସମସ୍ତ କଥା ଜଣାଇଥିଲେ। ଡା. ଦେ ସେମାନଙ୍କର ବିବାହ ନିଜସ୍ବ ଖର୍ଚ୍ଚରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶୁକ୍ରବାର ଉଭୟଙ୍କର ବିବାହ କୁଷ୍ଠାଶ୍ରମ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଦାସ ଓ ପଦ୍ମାବତୀଙ୍କ ବିବାହ ପରେ ସେମାନଙ୍କୁ ଲେପ୍ରୋସି ହସ୍ପିଟାଲ ବାରଣ୍ଡାକୁ ନିଆଯାଇ ବସାଯାଇଥିଲା। ସେଠାରେ ବରକନ୍ୟାଙ୍କୁ ଯିଏ ଯାହା ଉପହାର ଦେଇଥିଲେ। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କର ସୁଖମୟ ଜୀବନ କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri