ଧର୍ମ ଓ ଅଧର୍ମ

ଜଚ୍ଚିଦାନନ୍ଦ ଦାଶ

ସଂସ୍କୃତ ମହାଭାରତରେ କର୍ଣ୍ଣପର୍ବରେ କୃଷ୍ଣ ଅର୍ଜୁନଙ୍କୁ ଅଳ୍ପଜ୍ଞ ତପସ୍ବୀ କୌଶିକଙ୍କ କାହାଣୀ କହିଥିଲେ, ”କୌଶିକଙ୍କ ଧର୍ମ ଥିଲା ସେ ସବୁବେଳେ ସତ କହିବେ, କେବେ ମିଛ ନ କହିଥିବାରୁ ସତ୍ୟବାଦୀ ବୋଲି ତାଙ୍କର ଖ୍ୟାତି ଥିଲା। ଦିନେ କେତେଜଣ ଲୋକ ଡକାୟତଙ୍କ କବଳରୁ ଖସି ଆସି ତାଙ୍କ ଆଶ୍ରମ ପାଖରେ ଆଶ୍ରୟ ନେଲେ। ଡକାୟତମାନେ ଖୋଜି ଖୋଜି କୌଶିକଙ୍କ ଆଶ୍ରମରେ ଆସି ପହଞ୍ଚିଲେ। ସେମାନେ କୌଶିକଙ୍କୁ ପଚାରିଲେ, କେତେଜଣ ଲୋକ ଆପଣଙ୍କ ଆଶ୍ରମବାଟେ ଆସିଥିଲେ, ସେମାନେ କେଉଁ ରାସ୍ତାରେ ଗଲେ ଆମକୁ କୁହନ୍ତୁ। ସତ୍ୟବାଦୀ କୌଶିକ କହିଲେ, ଏଇ ଜଙ୍ଗଲ ଭିତରେ ସେମାନେ ଲୁଚିଛନ୍ତି। ଡକାୟତମାନେ ସେମାନଙ୍କୁ ଖୋଜି ବାହାର କରି ନୃଶଂସ ଭାବରେ ହତ୍ୟା କଲେ ଓ ସେମାନଙ୍କର ଧନ ସମ୍ପତ୍ତି ଲୁଟି ନେଇଗଲେ। ଉପାଖ୍ୟାନ ଶେଷ କରି କୃଷ୍ଣ କହିଲେ – କୌଶିକ ଧର୍ମର ସୂକ୍ଷ୍ମ ତତ୍ତ୍ୱ ବୁଝି ନ ଥିଲେ। ତେଣୁ ଆଶ୍ରିତର ପ୍ରାଣରକ୍ଷା ଅପେକ୍ଷା ନିଜର ସତ୍ୟବାଦିତାକୁ ଶ୍ରେଷ୍ଠ ଧର୍ମ ବୋଲି ବିଚାର କଲେ। ଫଳରେ ସେ ପାପଗ୍ରସ୍ତ ହୋଇ ନରକରେ ପଡ଼ିଲେ।“ ଏ କାହାଣୀର ମୂଳ ଉପଦେଶ ହେଲା – ଯେଉଁଠି ସତ କହିଲେ ମିଛ କହିଲା ପରି ଅହିତ ହୁଏ, ସେଠି ସତ କହିବା ଅନୁଚିତ, ବରଂ ମିଛ କହିବା ହିଁ ଉଚିତ। ଅର୍ଥାତ୍‌ କୌଶିକ ମିଛ କହି ଧର୍ମର ଆଶ୍ରୟ ନେଇପାରିଥାନ୍ତେ, ମାତ୍ର ସତ କହି ଅଧର୍ମର ଆଶ୍ରୟ ନେଲେ।
ଏହି କାହାଣୀଟି ଯଦି ବିଭିନ୍ନ ଲୋକଙ୍କୁ କହି କୌଶିକଙ୍କର କ’ଣ କହିବା ଉଚିତ ଥିଲା ବୋଲି ପଚରାଯାଏ, ତା’ହେଲେ ସେମାନେ ବିଭିନ୍ନ ଉତ୍ତର ଦେବେ। କେତେକ କୌଶିକଙ୍କର ସତ୍ୟବାଦିତାକୁ ସମର୍ଥନ କରିବେ ଓ କେତେକ ତାଙ୍କର ମିଛ କହିବା ଉଚିତ ବୋଲି କହିବେ। ଏଠାରେ ମିଛ ଧର୍ମର ପ୍ରତୀକ ହେବା ସ୍ଥଳେ ସତ ଅଧର୍ମର ପ୍ରତୀକ। ଧର୍ମ ଓ ଅଧର୍ମ ନେଇ ଆଉ ଏକ ଛୋଟ ଉଦାହରଣ। ମଣିଷର ଡାହାଣ ହାତରେ ଖାଇବା ଧର୍ମ ଓ ବାମହାତରେ ଖାଇବା ଅଧର୍ମ ବୋଲି ସମସ୍ତେ ଭାବି ଥାଆନ୍ତି। ମାତ୍ର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ଯାହାର କି ଦକ୍ଷିଣ ହସ୍ତ କଟିଯାଇଛି, ସେ ତ ନିଶ୍ଚୟ ବାମ ହସ୍ତରେ ଖାଦ୍ୟ ଗ୍ରହଣ କରିବ। ତେଣୁ ଏଠି ବିଚାର କରିବା କଥା ଯେ ଏ କ୍ଷେତ୍ରରେ ବାମ ହସ୍ତରେ ଖାଦ୍ୟ ଖାଇଲେ ପାପ କି ଅଧର୍ମ ନୁହେଁ। କୌଶିକଙ୍କ ପରି କେତେ ଲୋକ ଧର୍ମ ଓ ଅଧର୍ମକୁ ଆକ୍ଷରିକ ଅର୍ଥରେ ବୁଝନ୍ତି ଓ ଭୀଷ୍ମ, ବିଦୁର ଏବଂ କୃଷ୍ଣଙ୍କ ପରି ଆଉ କେତେକ ଲୋକ ସୂକ୍ଷ୍ମ ଅର୍ଥରେ ବୁଝନ୍ତି। ଏପରି ପ୍ରଭେଦ କାହିଁକି ଦେଖାଯାଏ ? କାରଣ ଲୋକଙ୍କ ଭିତରେ ଆମେ ନୀତିଜ୍ଞାନ ଏବଂ ନ୍ୟାୟଜ୍ଞାନର ପ୍ରଭେଦ ଦେଖୁ, ଯାହାକି ଧର୍ମ ଓ ଅଧର୍ମକୁ ପ୍ରଭାବିତ କରିଥାଏ।
ଧର୍ମ ଓ ଅଧର୍ମର ପରିଭାଷା ନ୍ୟାୟନିଷ୍ଠ ତଥା ଅଭିପ୍ରାୟ ଅନୁସାରେ କାର୍ଯ୍ୟର ବିଚାର ଇତ୍ୟାଦି ଉପରେ ପର୍ଯ୍ୟବସିତ। ଏ ନେଇ ଏକ ଉଦାହରଣଟିଏ- ମଣିଷ ଦ୍ରୌପଦୀ, ଅହଲ୍ୟା, କୁନ୍ତୀ, ତାରା ଓ ମନ୍ଦୋଦରୀ ଏହି ପାଞ୍ଚ କନ୍ୟାଙ୍କୁ ସକାଳେ ସ୍ମରଣ କଲେ ନିଜର ସବୁ ପାପ ବା ଅଧର୍ମ ନଷ୍ଟ ହୋଇଥାଏ। ଅଥବା ଏହି ପାଞ୍ଚ କନ୍ୟା କାହିଁକି ପ୍ରାତଃ ସ୍ମରଣୀୟ ହେଲେ, ସେ ବିଷୟ ଭାବିଲେ ଆଶ୍ଚର୍ଯ୍ୟ ହେବେ। ସାଧାରଣ ଦୃଷ୍ଟିରେ ଦେଖିଲେ ପାଞ୍ଚଜଣ ଯାକ ଅସତୀ ଓ ଅଧର୍ମୀ, ମାତ୍ର ସେମାନଙ୍କର ଅସତୀତ୍ୱର ଅଭିପ୍ରାୟ ନ ଥିଲା। ଯଥା – ଅହଲ୍ୟା ଉପାୟହୀନ ହୋଇ ଇନ୍ଦ୍ରଙ୍କ ନିକଟରେ ଆମତ୍ସମର୍ପଣ କରିଥିଲେ। କୁନ୍ତୀ ପାଣ୍ଡୁଙ୍କର ବଂଶ ରକ୍ଷା କରିବା ପାଇଁ ସ୍ବାମୀଙ୍କର ଅନୁମତି ନେଇ ପଞ୍ଚ ଦେବତାଙ୍କର ଔରସରୁ ପୁତ୍ରଲାଭ କରିଥିଲେ। ଦ୍ରୌପଦୀ ପଞ୍ଚୁପାଣ୍ଡବଙ୍କ ପ୍ରତିଜ୍ଞା ରକ୍ଷା କରିବା ଲାଗି ପାଞ୍ଚ ଜଣଙ୍କୁ ବିବାହ କରିଥିଲେ। ତାରା ଓ ମନ୍ଦୋଦରୀ ଗୃହ ବିବାଦରୁ ନିଜର ରାଜ୍ୟ ରକ୍ଷା କରିବା ପାଇଁ ରାମଙ୍କ ଅନୁରୋଧରେ ନିଜ ସ୍ବାମୀଙ୍କ ଶତ୍ରୁକୁ ବିବାହ କରିଥିଲେ। ବୃହତ୍ତର କଲ୍ୟାଣ ପ୍ରତି ଲକ୍ଷ୍ୟ ରଖି ଏପରି ବିବାହକରି ସେମାନେ କ୍ଷମା ଓ ତ୍ୟାଗର ପରାକାଷ୍ଠା ଦେଖାଇ ଆର୍ଯ୍ୟମାନଙ୍କ ମନରେ ଧର୍ମୀୟ ଭାବନାର ଜାଗ୍ରତ କରାଇଥିଲେ। ମାତ୍ର ପାଞ୍ଚ କନ୍ୟା ଯଦି ଏହାର ବ୍ୟତିକ୍ରମ କରିଥାନ୍ତେ, ସେମାନେ ଅଧର୍ମର ଶିକୁଳିରେ ବନ୍ଧା ହୋଇ ରହି ଯାଇଥାନ୍ତେ। ଏଥିରୁ ଆମେ ଏହା ସିଦ୍ଧାନ୍ତ କରୁଛୁ ଯେ, ମଣିଷ ଯାହାକୁ ଅଧର୍ମ ଭାବେ ତାହା କୌଣସି ଏକ ପରିସ୍ଥିତିରେ ଧର୍ମ ହୋଇପାରେ ଏବଂ ଯାହାକୁ ଧର୍ମ ବୋଲି ଭାବେ ତାହା ଅବସ୍ଥା ଭିତରେ ଅଧର୍ମ ହୋଇପାରେ। ମନୋବିଜ୍ଞାନୀ କୋଲବାର୍ଗଙ୍କ ଗବେଷଣାରୁ ଜଣାପଡ଼େ ଯେ, ଯିଏ ନ୍ୟାୟନୀତିର ଅର୍ଥ ହୃଦୟଙ୍ଗମ କରିଛି ସେପରି ଲୋକ ଅଧର୍ମ ବା ଅନ୍ୟାୟ କାମରେ କ୍ୱଚିତ ଲିପ୍ତ ହେଉଛି। ତେଣୁ ଆମେ ଧର୍ମ କରିବା ନା ଅଧର୍ମ କରିବା ବିଚାର ଆପଣଙ୍କ ହାତରେ।
ମୋ : ୯୯୩୮୧୮୧୩୨୦
ସିଡିଏ, ସେକ୍ଟର-୭, କଟକ


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?